ଗଛ ତଳେ ପଲିଥିନ ବାନ୍ଧି କଟୁଛି ଜୀବନ

ରାଉରକେଲା, ୧୫।୬ (ଦିନେଶ ମିଶ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ବାସହୀନ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାଉରକେଲା ସ୍ମାର୍ଟସିଟିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଏମାନଙ୍କ ପାଇଁ ବିଭିନ୍ନ ଯୋଜନା ସତେ ଯେପରି ସାତସପନ ପାଲିଟିଛି। ଏଭଳି ଦୃଶ୍ୟ ସ୍ମାର୍ଟସିଟି ରାଉରକେଲା ଛେଣ୍ଡ ଅଞ୍ଚଳରେ ଥିବା ଇସିଆର ବ୍ଲକ ଘର ନଂ.୧୧୧ ସମ୍ମୁଖରେ ଥିବା ଖୋଲା ପାର୍କ ଭିତରେ ଦେଖିବାକୁ ମିଳିଛି। ଏହି ପାର୍କ ଭିତରେ ଥିବା ଏକ ବେଲଗଛ ମୂଳରେ ଚାରିଖଣ୍ଡ ବାଉଁଶ ପୋତି ତା’ଉପରେ କିଛି ପଲିଥିନ ବାନ୍ଧି ୬୦ ବର୍ଷୀୟା ବୃଦ୍ଧା ଶ୍ରୀମତୀ ଚୌରସିଆ ବାସ କରନ୍ତି। ସ୍ବାମୀ ବବନ ଚୌରସିଆ ଭିନ୍ନକ୍ଷମ ଓ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେ ସର୍ବଦା ବିଛଣାରେ ପଡି ରହିଛନ୍ତି। ଫଳରେ ବୃଦ୍ଧା ବୟସରେ ଶ୍ରୀମତୀ ପାର୍କ ଚାରିପଟେ ଥିବା ବିଭିନ୍ନ ଘରକୁ ଯାଇ ବାସନକୁସନ ମାଜି ଯାହା ଦୁଇ ମୁଠା ଆଣନ୍ତି ସେଥିରେ ଦୁଇଜଣ ଖାଇପିଇ ବଞ୍ଚନ୍ତି। ସରକାର ଆବାସ ଯୋଜନାରେ ଗରିବମାନଙ୍କୁ ପକ୍କାଘର ସ୍ବପ୍ନ ଦେଖାଉଥିବାବେଳେ ଏହି ଦମ୍ପତିଙ୍କ ପାଇଁ ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ କି ଦୁଇଓଳି ଦୁଇମୁଠା ଖାଇବାକୁ ଦାନା ନାହିଁ। ଏତିକିରେ ଶ୍ରୀମତୀଙ୍କ ଦୁଃଖ ସରିନି। ସ୍ବାମୀଙ୍କ ପକ୍ଷଘାତ ଓ ଭିନ୍ନକ୍ଷମତା ଯୋଗୁ ତାଙ୍କର ବାମଗୋଡ ଓ ଡାହାଣ ହାତ କାମ କରୁନାହିଁ। ଏପରି ଅବସ୍ଥାରେ ଶ୍ରୀମତୀ ପ୍ରତିଦିନ ପେଟକୁ ମୁଠାଏ ଦାନା ଓ ଅଣ୍ଟାକୁ ଖଣ୍ଡେ କନା ପାଇଁ ଜୀବନ ସହ ସଂଘର୍ଷ କରି ଦିନ କାଟୁଛନ୍ତି। ପେଟର ଜ୍ଜାଳାକୁ ସେ ନିଜେ ସମ୍ଭାଳି ପାରୁ ନ ଥିବାବେଳେ ଭିନ୍ନକ୍ଷମ ସ୍ବାମୀଙ୍କ ବା କଣ ଭରଣପୋଷଣ କରିବ ବୋଲି ଶ୍ରୀମତୀ କାନ୍ଦିକାନ୍ଦି ବଖାଣିଛନ୍ତି। ଆଜିକୁ ୨୦ ବର୍ଷ ତଳେ ଶ୍ରୀମତୀ ଛେଣ୍ଡ ସ୍ଥିତ ଏଲସିଆର ବ୍ଲକରେ ଥିବା ଜଣେ ଶିଳ୍ପପତିଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ। ସେହି ସମୟରେ ତାଙ୍କ ସ୍ବାମୀ ବବନ ହନୁମାନ ବାଟିକାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ତାଙ୍କ ମାଲିକଙ୍କର ଇସିଆର ବ୍ଲକରେ ଏକ ଛୋଟିଆଘର ଥିବାବେଳେ ଶ୍ରୀମତୀ ଦିନସାରା ମାଲିକ ଘରେ କାମ କରି ରାତିରେ ସ୍ବାମୀଙ୍କ ସହ ଇସିଆର ଘରେ ବାସ କରୁଥିଲେ। ସ୍ବାମୀ ବବନ ୨୦୧୬ ମସିହାରେ ନଭେମ୍ବର ରାତିରେ ହନୁମାନ ବାଟିକାରୁ ଘରକୁ ଫେରୁଥିବାବେଳେ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କ ବାମଗୋଡ ଭାଙ୍ଗି ଯାଇଥିଲା। ସେଦିନ ଠାରୁ ତାଙ୍କ ବାମଗୋଡ ଅଚଳ ହୋଇ ପଡିବାରୁ ସେ ଶଯ୍ୟାରେ ପଡି ରହିଥିଲେ ା ସ୍ବାମୀଙ୍କ ଏଭଳି ଅବସ୍ଥା ହେତୁ ଶ୍ରୀମତି ତାଙ୍କ ମାଲିକଙ୍କ ଘରେ ନିୟମିତ କାମ ନ କରିପାରିବାରୁ ତାଙ୍କୁ ଘର ମାଲିକ କାମରୁ ବାହାର କରିଦେବା ସହ ସେ ରହୁଥିବା ଘର ମଧ୍ୟ ତାଙ୍କ ଠାରୁ ଛଡେଇ ନେଇଥିଲେ। ଫଳରେ ଶ୍ରୀମତୀ ଆଉ କୌଣସି ବାଟ ନ ପାଇ ଶେଷରେ ସ୍ବାମୀଙ୍କୁ ଧରି କେତେବେଳ ଛେଣ୍ଡ ବସ୍‌ଷ୍ଟପ ତ ଆଉ କେତେବେଳେ ରାସ୍ତାକଡ ଗଛତଳେ ଜୀବନ କାଟୁଥିଲେ। ଏଭଳି ପରିସ୍ଥିତିରେ ଛେଣ୍ଡ ଅଞ୍ଚଳରେ ବାସ କରୁଥିବା ସମାଜସେବୀ ଦୀପକ ତିୱାରୀ ତାଙ୍କୁ ଉଦ୍ଧାର କରି ତାଙ୍କ ଘର ପାଖରେ ଥିବା ଇସିଆର ପାର୍କ ଭିତରେ ରହିବାକୁ ସହଯୋଗ କରିଥିଲେ। ଘର ଖଣ୍ଡେ ନ ପାଇ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ଶ୍ରୀମତୀଙ୍କ ପାଇଁ ଏଭଳି ପରିସ୍ଥିତି ତାଙ୍କୁ ମୁଣ୍ଡ ଗୁଞ୍ଜିବାପାଇଁ ଏକ ରାହା ଦେଖାଇଥିଲା। ଶେଷରେ ଶ୍ରୀମତୀ ଉକ୍ତ ପାର୍କ କଣରେ ଥିବା ଏକ ବେଲଗଛ ମୂଳେ କେତେଖଣ୍ଡ ବାଉଁଶ ପୋତି ସେଥିରେ ପଲିଥିନ ଟାଙ୍ଗି ଖରା, ବର୍ଷା ଶୀତକୁ ସାମନା କରି ନିଜର ଦିନ କାଟି ଚାଲିଛନ୍ତି। ଶ୍ରୀମତୀଙ୍କ ପାଖରେ ଯୋଜନା ଭିତରେ କେବଳ ବାର୍ଦ୍ଧକ୍ୟ ଭତ୍ତା ଓ ରାଶନକାର୍ଡରୁ ଚାଉଳ ୧୦ କିଲୋ ପାଇଥିବାବେଳେ ଅନ୍ୟ କୌଣସି ଯୋଜନା ନାହିଁ। ଯଦି ତାଙ୍କୁ ସରକାରୀସ୍ତରରେ ଆବାସ ଯୋଜନାରେ ଘର ଖଣ୍ଡେ ମିଳନ୍ତା’ ତାହେଲେ ସେ ତାଙ୍କ ଭିନ୍ନକ୍ଷମ ସ୍ବାମୀଙ୍କୁ ନେଇ ଯେମିତି ସେମିତି ଚଳିଯାଆନ୍ତେ ବୋଲି କହିଥିଲେ ା ଏନେଇ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ, ଏହି ବିଷୟରେ ଆରଏମସି କମିଶନରଙ୍କ ସହ କଥାହୋଇ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଆଶୟସ୍ଥଳକୁ ଯଥାଶୀଘ୍ର ସ୍ଥାନାନ୍ତରିତ କରିବୁ। ପରେ ତାଙ୍କ ଲାଗି କଣ ସହାୟତା ହୋଇପାରିବ ଉଦ୍ୟମ କରିବୁ ବୋଲି ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?