ପଲିଥିନ ତଳେ ବିତୁଛି ଜୀବନ

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ୫ ବର୍ଷ ଧରି ସେ କଳାହାଣ୍ଡି ପୋଲିସରେ ଗୃହରକ୍ଷୀ (ହୋମଗାର୍ଡ) ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଓ ଦେହ ଅସୁସ୍ଥତା ଯୋଗୁ ଗୃହରକ୍ଷୀ ଚାକରି ଛାଡି ଦେଇଥିଲେ। ପରେ ତାଙ୍କ ୨ ଛୋଟ ପୁଅଝିଅ ମଧ୍ୟ ଅଜଣା ରୋଗରେ ଆଖି ବୁଝିଥିଲେ। ବର୍ତ୍ତମାନ ବୃଦ୍ଧବସ୍ଥାରେ ଅସହାୟ ଭାବେ ସ୍ତ୍ରୀଙ୍କୁ ଧରି ପଲିଥିନ ତଳେ ଜୀବନ ବିତାଉଛନ୍ତି। ଏଭଳି ଏକ ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ସଦରମହକୁମା ଭବାନୀପାଟଣା ସହରର ପୁରୁଣାପଡାରେ। ତାଙ୍କ ଘରଠୁୁ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାୟ ୧ କି.ମି. ମଧ୍ୟରେ ରହିଥିବାବେଳେ ଏହି ଘଟଣା ପ୍ରତି ଜିଲା ପ୍ରଶାସନର ନଜର ନ ପଡିବା ସାଧାରଣରେ ଆଶ୍ଚର୍ଯର ବିଷୟ। ଭବାନୀପାଟଣା ପୁରୁଣାପଡାରେ ରହନ୍ତି ବୃଦ୍ଧ ଆନନ୍ଦ ଜାଲ (୬୪) ଓ ତାଙ୍କ ସ୍ତ୍ରୀ ସାବିତ୍ରୀ (୬୨)। ପୈତୃକ ଅମଳରୁ ସେ ପୁରୁଣାପଡାରେ ରହୁଥିବାବେଳେ ୨୦୦୭ରେ ତାଙ୍କ ମାଟି ଘର ଭାଙ୍ଗିଯାଇଥିଲା। ଘର ପାଇଁ ସେ ସ୍ଥାନୀୟ ପ୍ରଶାସନ ସମେତ ଜିଲା ପ୍ରଶାସନ ପାଖରେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ତାଙ୍କ କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି। ଏକ ପଲିଥିନ ଘର ତିଆରି କରି ସେତେବେଳେଠୁ ଉଭୟ ସେଠାରେ ଅତି କଷ୍ଠରେ ରହିଆସୁଛନ୍ତି। ଦମ୍ପତି କୁଲି ମଜୁରୀ କରି ଚଳୁଥିବାବେଳେ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ଭତ୍ତା ଓ ୩୫ କେଜି ଚାଉଳ ପ୍ରଦାନ କରାଯାଉଛି। ଗତ ୧ ତାରିଖଠୁ ୩ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷାରେ ସେମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇଁ ସ୍ଥାନୀୟ ପୌରାଞ୍ଚଳ ପକ୍ଷରୁ ସେତେବେଳଠାରୁ ଦିନକୁ ୨ ଓଳି ରନ୍ଧାଖାଦ୍ୟ ଦିଆଯାଉଥିବା ପ୍ରକାଶ କରିଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପ୍ରଶାସନ ପକ୍ଷରୁ ଏ ଯାବତ ମିଳି ପାରି ନ ଥିବାରୁ ଦମ୍ପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ଭବାନୀପାଟଣା ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ନାୟକଙ୍କୁ ପଚବାରିବାରୁ ସେମାନଙ୍କୁ ସରକାରୀସ୍ତରରେ କେମିତି ଘରଟିଏ ମିଳିବ ସେ ନେଇଁ ଚେଷ୍ଟା କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri