ପଲିଥିନ ତଳେ ବିତୁଛି ଜୀବନ

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ୫ ବର୍ଷ ଧରି ସେ କଳାହାଣ୍ଡି ପୋଲିସରେ ଗୃହରକ୍ଷୀ (ହୋମଗାର୍ଡ) ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ଓ ଦେହ ଅସୁସ୍ଥତା ଯୋଗୁ ଗୃହରକ୍ଷୀ ଚାକରି ଛାଡି ଦେଇଥିଲେ। ପରେ ତାଙ୍କ ୨ ଛୋଟ ପୁଅଝିଅ ମଧ୍ୟ ଅଜଣା ରୋଗରେ ଆଖି ବୁଝିଥିଲେ। ବର୍ତ୍ତମାନ ବୃଦ୍ଧବସ୍ଥାରେ ଅସହାୟ ଭାବେ ସ୍ତ୍ରୀଙ୍କୁ ଧରି ପଲିଥିନ ତଳେ ଜୀବନ ବିତାଉଛନ୍ତି। ଏଭଳି ଏକ ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ସଦରମହକୁମା ଭବାନୀପାଟଣା ସହରର ପୁରୁଣାପଡାରେ। ତାଙ୍କ ଘରଠୁୁ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାୟ ୧ କି.ମି. ମଧ୍ୟରେ ରହିଥିବାବେଳେ ଏହି ଘଟଣା ପ୍ରତି ଜିଲା ପ୍ରଶାସନର ନଜର ନ ପଡିବା ସାଧାରଣରେ ଆଶ୍ଚର୍ଯର ବିଷୟ। ଭବାନୀପାଟଣା ପୁରୁଣାପଡାରେ ରହନ୍ତି ବୃଦ୍ଧ ଆନନ୍ଦ ଜାଲ (୬୪) ଓ ତାଙ୍କ ସ୍ତ୍ରୀ ସାବିତ୍ରୀ (୬୨)। ପୈତୃକ ଅମଳରୁ ସେ ପୁରୁଣାପଡାରେ ରହୁଥିବାବେଳେ ୨୦୦୭ରେ ତାଙ୍କ ମାଟି ଘର ଭାଙ୍ଗିଯାଇଥିଲା। ଘର ପାଇଁ ସେ ସ୍ଥାନୀୟ ପ୍ରଶାସନ ସମେତ ଜିଲା ପ୍ରଶାସନ ପାଖରେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ତାଙ୍କ କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି। ଏକ ପଲିଥିନ ଘର ତିଆରି କରି ସେତେବେଳେଠୁ ଉଭୟ ସେଠାରେ ଅତି କଷ୍ଠରେ ରହିଆସୁଛନ୍ତି। ଦମ୍ପତି କୁଲି ମଜୁରୀ କରି ଚଳୁଥିବାବେଳେ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ଭତ୍ତା ଓ ୩୫ କେଜି ଚାଉଳ ପ୍ରଦାନ କରାଯାଉଛି। ଗତ ୧ ତାରିଖଠୁ ୩ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷାରେ ସେମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇଁ ସ୍ଥାନୀୟ ପୌରାଞ୍ଚଳ ପକ୍ଷରୁ ସେତେବେଳଠାରୁ ଦିନକୁ ୨ ଓଳି ରନ୍ଧାଖାଦ୍ୟ ଦିଆଯାଉଥିବା ପ୍ରକାଶ କରିଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପ୍ରଶାସନ ପକ୍ଷରୁ ଏ ଯାବତ ମିଳି ପାରି ନ ଥିବାରୁ ଦମ୍ପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ଭବାନୀପାଟଣା ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ନାୟକଙ୍କୁ ପଚବାରିବାରୁ ସେମାନଙ୍କୁ ସରକାରୀସ୍ତରରେ କେମିତି ଘରଟିଏ ମିଳିବ ସେ ନେଇଁ ଚେଷ୍ଟା କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri