ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୨୫ା୭(ଡି.ଏନ.ଏ.): ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ୨ ନମ୍ବର ୱାର୍ଡ ଦଳିତ ସାହିର ଅଧିକାଂଶ ପରିବାର ବର୍ଗଙ୍କ ପକ୍କାଘର ନାହିଁ। ଫଳରେ ସେମାନେ ବହୁ ଦୟନୀୟ ଅବସ୍ଥାରେ ଝାଟିମାଟି କୁଡ଼ିଆ ଘରେ ଜୀବନ ବିତାଉଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଭୋଟ ହାତେଇବା ପାଇଁ ସେମାନଙ୍କୁ ନାନା ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭୋଟ୍‌ରେ ବିଜୟ ଲାଭ ପରେ ସେମାନେ ଏହି ଅସହାୟ ପରିବାରବର୍ଗଙ୍କୁ ଭୁଲି ଯାଇଛନ୍ତି ବୋଲି ସାହି ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଗାଁକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ସାହିରେ ପାଇପ ପାଣି ପହଞ୍ଚତ୍ବା ସାତ ସପନ ହୋଇଛି। ସାହିରେ ଯେଉଁ ସରକାରୀ ନଳକୂପ ରହିଛି ତା’ର ପାଣି ପିଇବା ଉପଯୋଗୀ ନୁହେଁ। ଉକ୍ତ ସାହି ନଦୀ କୂଳିଆ ଅଞ୍ଚଳ ହୋଇଥିବା ହେତୁ ପ୍ରତି ବର୍ଷ ବ୍ରହ୍ମଣୀ ନଦୀରେ ବନ୍ୟା ଅସି ବ୍ୟାପକ କ୍ଷତି ଘଟାଉଛି। ବନ୍ୟା ପାଣି ପଶିବା ଦ୍ୱାରା ଝୁମ୍ପୁଡ଼ି ଘରଗୁଡ଼ିକ ନଷ୍ଟ ହୋଇଯାଉଛି। ଫଳରେ ସେମାନେ ବନ୍ୟା ଛାଡ଼ିଯିବା ପରେ ପୁଣି ମୂଲମଜୁରି ଲାଗି ମୁଣ୍ଡ ଗୁଞ୍ଜିବା ପାଇଁ ଝୁମ୍ପୁରୀ ଘର ତିଆରି କରୁଛନ୍ତି।
ବିଶେଷକରି ଉକ୍ତ ୱାର୍ଡରେ ବସବାସ କରୁଥିବା ୧୦ଟି ପରିବାରଙ୍କ ଦୁର୍ଦ୍ଦଶାର କାହାଣୀ କହିଲେ ନସରେ। ସାହିର ପଞ୍ଚାନନ ନାଏକ(୬୫) ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଛନ୍ତି। ହେଲେ ଏଯାଏ ତାଙ୍କୁ ଭତ୍ତା ମିଳି ପାରିନାହିଁ। ଫଳରେ ଔଷଧ କିଣିବା ପାଇଁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପଞ୍ଚାନନ ଘର ମରାମତି କରିପାରୁ ନ ଥିବାରୁ ଜରିପାଲ ପକାଇ ରହିଛନ୍ତି। ସରକାରୀ ସହାୟତା ହିସାବରେ କେବଳ ରାଶନ୍‌ କାର୍ଡ ଖଣ୍ଡେ ଅଛି। ସେହି କାର୍ଡରେ ଯେଉଁ ଚାଉଳ ମୁଠାଏ ପାଉଛନ୍ତି ସେଥିରେ ପରିବାର ଚଳେ। ତାଙ୍କ ପରିବାର କହିଲେ ସ୍ତ୍ରୀ ତୁଳସୀ ନାଏକ ଓ ୨ ପୁଅ ଏବଂ ଗୋଟିଏ ଝିଅ। ସେହିପରି ସାହିର କାଳନ୍ଦୀ ନାଏକଙ୍କ ଅବସ୍ଥା ମଧ୍ୟ ସମାନ। ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଝୁମ୍ପୁଡ଼ି ଘରେ ଜରିପାଲ ପକାଇ ସପରିବାରେ ଜୀବନ ବିତାଉଛନ୍ତି। କାଳନ୍ଦୀଙ୍କ ପରିବାର କହିଲେ ସ୍ତ୍ରୀଙ୍କ ସହ ୧୦ବର୍ଷର ଏକ ପୁଅ ଓ ୧୨ବର୍ଷର ଝିଅ ରହିଛି। କାଳନ୍ଦୀ ଜଣେ ଦିନମଜୁରିଆ। ପରିବାର ଭରଣ ପୋଷଣ ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡ଼ୁଛି। ଇନ୍ଦିରା ଆବାସ କିମ୍ବା ମୋ କୁଡ଼ିଆ ଖଣ୍ଡେ ପାଇବା ପାଇଁ ଗାଁ ୱାର୍ଡ ମେମ୍ବରଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ବହୁ ବାର ଗୁହାରି କରିଲେ ସୁଦ୍ଧା କେହି ତାଙ୍କ କଥା କର୍ଣ୍ଣପାତ କରୁନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ସାହିର ଅନେକ ପରିବାର ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ତେଣୁ ଏସବୁ ଅସହାୟ ଗରିବ ପରିବାର ବର୍ଗଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri