ଶିକ୍ଷା ପାଇଁ ବାଜିରେ ଲାଗୁଛି ଜୀବନ

ମୋହନା,୨।୮(ମନ୍ମଥ ମିଶ୍ର): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ମୋହନା ବ୍ଲକ ବୁଢ଼ାପଙ୍କା ଉରା ନାଳରେ ଆଜି ଯାଏ ହୋଇ ପାରୁନି ପୋଲ। ଫଳରେ ଛାତ୍ରୀଛାତ୍ରମାନେ ସେହି ନାଳ ଅତିକ୍ରମ କରି ନିକଟସ୍ଥ ଖଜରିପଦା ବିଦ୍ୟାଳୟକୁ ଯାଉଛନ୍ତି। ହେଲେ ଜଳ ସ୍ତର ବୃଦ୍ଧି ହେଲେ ମଧ୍ୟ ଜୀବନକୁ ବାଜି ଲଗାଇ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର। କାରଣ ପାଠ ପଢିବେ ଦେଶ ଗଢିବେ। ହେଲେ ଏମାନଙ୍କ ଦେଶ ଗଢିବା ନିଶାକୁ ଯେମିତି ଶାକାର କରୁନାହାନ୍ତି ସରକାର। ଯଦି ନାଳରେ ପାଣି ବଢିଯାଏ ତା ହେଲେ ପାଠପଢା ବନ୍ଦ ବୋଲି କହୁଛନ୍ତି ଛାତ୍ରୀଛାତ୍ର। ବୁଢ଼ା ଛୁଆ ଯାଏ ୧୦୦ ରୁ ଊଦ୍ଧର୍‌ବ ପରିବାର ଏହି ରାସ୍ତା ଦେଇ ଦୈନନ୍ଦିନ କାର୍ଯ୍ୟ ପାଇଁ ମୋହନା ଉପରେ ନିର୍ଭର କରନ୍ତି। କିନ୍ତୁ ଏହି ଅଞ୍ଚଳର ବିକାଶ ପାଇଁ କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଛାତ୍ରୀଛାତ୍ର କହୁଛନ୍ତି ସରକାର ବ୍ରିଜ୍‌ ଦିଅ ଆମେ ଯିବୁ ସ୍କୁଲ୍‌। ହେଲେ ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ଜୀବନକୁ ବାଜି ଲଗାଇ ଏମିତି ନାଳ ପାର ହୋଇ ଛାତ୍ରୀଛାତ୍ର ଯାଉଛନ୍ତି ବିଦ୍ୟାଳୟ। ସରୀସୃପ କାମୁଡିବା ଭୟ ସାଙ୍ଗକୁ ହଠାତ୍‌ ଜଳସ୍ତର ବଢ଼ିଗଲେ ଭାସିଯିବାର ଭୟ ମଧ୍ୟ ରହିଛି। ହେଲେ ତାହାକୁ ଖାତିର ନକରି ଏମିତି ଅବସ୍ଥାରେ ଯାଉଛନ୍ତି ବିଦ୍ୟାଳୟ। କିନ୍ତୁ ସରକାର ଏହି ନାଳ ଉପରେ ଖଣ୍ଡିଏ ସେତୁ ନିର୍ମାଣ କରୁନାହାନ୍ତି। ଏମିତିକି କାଦୁଅ ରାସ୍ତାରେ ଯାନବାହନ ଚଳାଚଳ ତ ଦୂରର କଥା ଚାଲି ଚାଲି ଯିବା ବି ମୁସ୍କିଲ। ଏହି ରାସ୍ତା ଉପରେ ବୁଢାପଙ୍କା, ଲୁଦୀହୁଏରୀ ଓ ରାଜିମେରା ଗ୍ରାମର ଶତାଧିକ ପରିବାରର ୭ ଶହରୁ ଉଦ୍ଧର୍‌ବ ଜନସାଧାରଣ ଶିକ୍ଷା, ସ୍ବାସ୍ଥ୍ୟ ଭଳି ଦୈନନ୍ଦିନ କାର୍ଯ୍ୟ ପାଇଁ ମୋହନା ସହର ଉପରେ ନିର୍ଭର କରନ୍ତି। କିନ୍ତୁ ପ୍ରଶାସନକୁ ଏହି ରାସ୍ତାକୁ ପକ୍କା ରାସ୍ତା ଓ ଏହି ଉରା ନାଳ ଉପରେ ସେତୁ ନିର୍ମାଣ ବାରମ୍ବାର ଅଭିଯୋଗ ଜଣାଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କରିଥିବା ବେଳେ ଉରା ନାଳ ଉପରେ ସରକାର ପୋଲ ନିର୍ମାଣ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଖଜୁରିପଦା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri