Posted inଫୁରସତ

ଘର ବିକି ଜଙ୍ଗଲରେ ଜୀବନ

ୱାଶିଂଟନ: ଟଙ୍କାର ଅଭାବ କାରଣରୁ ଲୋକେ ଭଲ ଘର ଖଣ୍ଡେ ନ କରିପାରି ଖାଟିମାଟି ଘରେ ଜୀବନ ବିତାନ୍ତି। ହେଲେ ବିଦେଶରେ ପରିସ୍ଥିତି ଅଲଗା। ଏଠାରେ ଲୋକେ ସବୁକିଛି ଛାଡ଼ିକି ପ୍ରାକୃତିକ ସ୍ଥାନରେ ଜୀବନ ବିତାଇବାକୁ ଚାହାନ୍ତି। ଆମେରିକାର ଏକ ଦମ୍ପତି ଏପରି କରିଥିବା ଖବର ମିଳିଛି। ସେ ତାଙ୍କର ସମସ୍ତ ସମ୍ପତି ବିକ୍ରି କରି ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି। ପ୍ରକୃତରେ ଲୋକେ ଆରାମଦାୟକ ଘର କରିବାକୁ ତାଙ୍କ ସାରା ଜୀବନ ପରିଶ୍ରମ କରିଥାନ୍ତି। କିନ୍ତୁ ୬୧ ବର୍ଷୀୟ ଜନ୍‌ କେରନୋହାନ୍‌ ଏବଂ ତାଙ୍କ ସ୍ତ୍ରୀ ୪୪ ବର୍ଷୀୟା ଫିନ୍‌ ଜଙ୍ଗଲରେ ଏକ କେବିନ ତିଆରି କରି ରହୁଛନ୍ତି। ସେମାନଙ୍କ କହିବା କଥା ଏପରି ଜୀବନ ବଞ୍ଚିବା ସବୁଠୁ ଭଲ ନିଷ୍ପତି। ସେମାନେ ଗତ ୧୨ ବର୍ଷ ଧରି ଜଙ୍ଗଲରେ ରହୁଛନ୍ତି। ଏବଂ ଏପରି ଜୀବନଶୈଳୀକୁ ସେମାନେ ବେଶ ଖୁସିରେ କାଟୁଛନ୍ତି। ଜନ୍‌ ଏବଂ ଫିନ୍‌ଙ୍କ ୨୦୧୦ରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଦେଖା ହୋଇଥିଲା। ପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ। ଜନ୍‌ ଆମେରିକାର ମିୟାମିର ବାସିନ୍ଦା ହୋଇଥିବାବେଳେ ଫିନ୍‌ ଥାଇଲାଣ୍ଡର ବାସିନ୍ଦା। ହେଲେ ଉଭୟ ଲଣ୍ଡନ ରୁହନ୍ତି। ୨ ବର୍ଷର ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ଡେଟିଂ ସମୟରେ ସେମାନେ କିଛି ଦିନ ଏକ ଛୋଟ ଡଙ୍ଗାରେ ରହିଥିଲେ। ତାହା ସେମାନଙ୍କୁ ବହୁତ ଭଲ ଲାଗିଥିଲା। ପରେ ଜନ୍‌ ମିୟାମିର ଘର ବିକି ଜଙ୍ଗଲରେ ଏକ କେବିନରେ ରହିବାକୁ ନିଷ୍ପତି ନେଲେ। ଉଭୟ ନିଜ ଘର ଛାଡ଼ି ଏବେ ୩୦୪ ବର୍ଗଫୁଟ ଅଞ୍ଚଳର ଏକ କେବିନ୍‌ରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି। ସାଢେ ୫ ଲକ୍ଷ ଟଙ୍କା ଦେଇ ସେହି ଜାଗାକୁ କିଣିଥିଲେ। ସେମାନେ ଏହାର ଆଖପାଖ ଅଞ୍ଚଳ ମଧ୍ୟ କିଣି ନେଇଛନ୍ତି। ସେଠାରେ ଅନେକ କେବିନ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେମାନେ ଥର୍ମାଲ ଏବଂ ସୋଲାର ଶକ୍ତି ବଳରେ ବିଦ୍ୟୁତ୍‌ର ଉପଯୋଗ କରୁଛନ୍ତି। ତାଙ୍କ ଛୋଟ କେବିନକୁ ଅନ୍ୟମାନଙ୍କୁ ଭଡ଼ା ଦେବା ଆରମ୍ଭ କରିଦେଇଛନ୍ତି। ଏଥିରୁ ତାଙ୍କ କିଛି ରୋଜଗାର ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri