ହିଜାବ ନ ପିନ୍ଧିବାରୁ ନିର୍ବାସିତ ଜୀବନ

ତେହେରାନ୍‌,୧୫।୨: ଇରାନ୍‌ ଚେସ୍‌ ଖେଳାଳି ସାରା ଖାଦେମ ପରିବାର ସହ ସାଉଥର୍ନ ସ୍ପେନ୍‌ରେ ନିର୍ବାସିତ ଜୀବନ କାଟୁଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ରହୁଥିବା ଜାଗାର ଠିକଣା ବା ଲୋକେଶନ୍‌ ବାହାରେ ପ୍ରଘଟ ନ କରିବା ଲାଗି ସାରା ଗଣମାଧ୍ୟମକୁ କହିଛନ୍ତି। ଏକାଧିକ ଅନ୍ତର୍ଜାତୀୟ ଗଣମାଧ୍ୟମିରେ ପ୍ରକାଶିତ ଖବର ଅନୁସାରେ ସାରାଙ୍କୁ ଗିରଫ କରିବା ପାଇଁ ଇରାନ୍‌ ସରକାର ଚାହିଁ ବସିଛନ୍ତି। ଏହାଛଡ଼ା ସାରାଙ୍କୁ ବହୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଥିବା କୁହାଯାଉଛି। ତାଙ୍କ ଅଭିଭାବକ ଏବଂ ସମ୍ପର୍କୀୟ ଇରାନ୍‌ରେ ଥିବାବେଳେ ସେମାନଙ୍କ ମଧ୍ୟ ଧମକାଚମକା କରାଯାଉଥିବା ଖବର ପ୍ରକାଶ ପାଇଛି। ଆନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌ ଓ୍ବେବ୍‌ସାଇଟ୍‌ ତଥ୍ୟ ଅନୁସାରେ ବିଶ୍ୱର ଚେସ୍‌ ଖେଳାଳିଙ୍କ ମଧ୍ୟରେ ୨୫ ବର୍ଷୀୟା ସାରା ୮୦୪ତମ ସ୍ଥାନରେ ରହିଛନ୍ତି।

Share