ପଲିଥିନ ତଳେ ଜୀବନ

ଦଶମନ୍ତପୁର,୮ା୧୦ (ଡି.ଏନ.ଏ.): ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ପଲିଥିନଟଣା ଛପରଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ପ୍ରାଣୀ। ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି। ବର୍ଷାଦିନେ ଅବସ୍ଥା ନ କହିବା ଭଲ। ବର୍ଷାପାଣି ଗଳିବାରୁ ଚଳିବା ହୋଇପଡୁଛି କଷ୍ଟକର। ଟିକେ ପବନ ହେଲେ କାନ୍ଥରୁ ମାଟି ଖସୁଛି ।
ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତର ମରିଚମାଳ ଗ୍ରାମରେ। ଗ୍ରାମରେ ରେଲି ସାଉନ୍ତା (୯୦) ପରିବାର ସହ ରହନ୍ତି। ଝିଅ ବାହାହୋଇ ଚାଲିଯିବା ପରେ ଏବେ ସ୍ତ୍ରୀସ୍ବାମୀ ଦୁଇପ୍ରାଣୀ ଉଭୟେ ଉଭୟଙ୍କ ଭରସା। ସରକାରୀ ସୁବିଧା ସେପରି କିଛି ଏଯାଏ ଏମାନଙ୍କୁ ମିଳିନି। ରାଶନ କାର୍ଡ ଓ ମିଳୁଥିବା ଭତ୍ତା ଉଭୟଙ୍କ ଭରସା। ଦୀର୍ଘବର୍ଷ ହେଲା ଉଭୟେ ଭଙ୍ଗା ଦଦରା ଛଣ ଛପର ଘରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଗତବର୍ଷ ଝଡ଼ ତୋଫାନରେ ଘର ଭାଙ୍ଗିଥିଲା। ଏ ବିଷୟରେ ଆର୍‌ଆଇଙ୍କୁ ଲିଖିତ ଭାବେ ଜଣାଇଥିଲି, ହେଲେ ପଲିଥିନ ଖଣ୍ଡେ ଦେଲେ ନାହିଁ, ମୁଁ ନିଜେ ପଲିଥିନ କିଣି ଘର ଉପରେ ଢାଙ୍କିଛି ବୋଲି କହନ୍ତି ରେଲି। ଆବାସ ଘର ପାଇଁ ଅନେକଥର ସରପଞ୍ଚ ଓ ପିଇଓଙ୍କୁ ଲିଖିତ ଭାବେ ଜଣାଇଛି, ମାତ୍ର କିଛି ସୁଫଳ ମିଳିନି ବୋଲି କହନ୍ତି ସେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆମକୁ ସହାୟତା କରନ୍ତୁ ନଚେତ୍‌ ଆମ ପରିବାରର ସମସ୍ତେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି କହିଛନ୍ତି ସେ। ଏ ସମ୍ପର୍କରେ ପିଇଓ କେତନ ହାଲଓ୍ବାଙ୍କୁ ପଚାରିବାରୁ ମୁଁ ଏହାର ତଦନ୍ତକରି ପଦକ୍ଷେପ ନେବି। ଯଦି ତାଙ୍କର ତାଲିକାରେ ନାମ ଥିବ ତେବେ ମୁଁ ବ୍ୟବସ୍ଥା କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri