ସ୍ତ୍ରୀ ହତ୍ୟାକାରୀ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ୨୦୨୩ ମେ ୨୬ ତାରିଖ ଜଗଦଳପୁର ଗ୍ରାମର ଜି.ଲକ୍ଷ୍ମୀ ପାତ୍ର (୩୮)ଙ୍କ ମୃତଦେହ ଗାଁ ଶ୍ମଶାନରୁ ଜବତ କରିଥିଲା। ଏହା ଏକ ହତ୍ୟା ମାମଲା ସ୍ପଷ୍ଟ ହେବା ପରେ ପୋଲିସ ହତ୍ୟାକାରୀ ସ୍ୱାମୀ ଓ ପ୍ରମାଣ ନଷ୍ଟ କରିବା ପାଇଁ ସ୍ମଶାନଙ୍କୁ ମୃତଦେହ ନେଉଥିବା ଅଭିଯୋଗରେ ମୃତ ମହିଳାଙ୍କ ଶଶୁର ଓ ଗ୍ରାମର ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଉକ୍ତ ମାମଲାର ତ୍ୱରିତ ବିଚାର କରି ଜିଲାଜଜ ରୂପଶ୍ରୀ ଚୌଧୁରୀ ସୋମବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସ୍ତ୍ରୀ’ହନ୍ତା ସ୍ୱାମୀ ଜି. ସୀମାଞ୍ଚଳ ପାତ୍ର(୪୩)ଙ୍କୁ ଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପଟେ ସ୍ତ୍ରୀ’ଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ସ୍ମଶାନରେ ପୋଢ଼ିବା ପାଇଁ ନେଉଥିବା ଅଭିଯୋଗରେ ସୀମାଞ୍ଚଳଙ୍କୁ ୩ବର୍ଷ ଜେଲ ଓ ୫ହଜାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଏନେଇ ପବ୍ଲିକ ପ୍ରସିକ୍ୟୁଟର (ପିପି) ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି।

ମହିଳାଙ୍କ ମୃତଦେହ ଦାହ ପାଇଁ ନେଇଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ଜାମିନରେ ଥିବା ମୃତ ମହିଳାଙ୍କ ତାଙ୍କ ଶଶୁର ଜି.ସାକିଲ ପାତ୍ର(୬୮) , ଉକ୍ତ ଗାଁ’ର ଡ଼ି.କାଳୁ ପାତ୍ର (୫୨), କେ. ଶିବରାମ ପାତ୍ର(୩୮) ଓ ପି. ନରସିଂହ ଦାସ(୨୮)ଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ପ୍ରକାଶ ଥାଉ କି ସୀମାଞ୍ଚଳ ପାତ୍ର ୨୦୦୬ ରେ ଶ୍ରୀରଙ୍ଗରାଜ ଗ୍ରାମର ପି. ରଙ୍କ ପାତ୍ରଙ୍କ ଝିଅ ଲଷ୍ମୀ ପାତ୍ରଙ୍କୁ ବିବାହ କରିଥିଲେ। ସ୍ତ୍ରୀ-ର ଚରିତ୍ରକୁ ସନ୍ଧେହ କରି ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା। ଲଷ୍ମୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା କହି ସୀମାଞ୍ଚଳ ନିଜର ବାପା ଓ ଗ୍ରାମର କିଛି ବ୍ୟକ୍ତିଙ୍କ ଜରିଆରେ ମୃତଦେହ ଦାହ କରିବାକୁ ଲୁଚାଛପାରେ ଶ୍ମଶାନକୁ ନେଇଥିଲେ।

ଅନ୍ୟପଟେ ଲଷ୍ମୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ମୃତଦେହ ଦାହ କରିବାକୁ ଶ୍ମଶାନକୁ ନେଇଛନ୍ତି ବୋଲି ଗ୍ରାମର କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଜଗଦଳପୁର ଗ୍ରାମର ଶ୍ମଶାନକୁ ଯାଇ ମହିଳାଙ୍କୁ ମୁଖାଗ୍ନି ଦିଆଯିବା ପୂର୍ବରୁ ମୃତଦେହ ଜବତ କରିଥିଲା। ମୃତ ଲଷ୍ମୀ ପାତ୍ରଙ୍କ ଭାଇ ପି.ରାମଚନ୍ଦ୍ର ପାତ୍ରଙ୍କ ଅଭିଯୋଗ ଓ ବ୍ୟବଛେଦ ରିପୋର୍ଟ ଅନୁସାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରଣା ବେଳେ ୧୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ରାୟ ପ୍ରକାଶ ବେଳେ ଉପରୋକ୍ତ ଅଭିଯୁକ୍ତ ମାନେ କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀ ମାନଙ୍କ ବୟାନ ଓ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟକୁ ଆଧାର କରି ଜିଲା ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ: ପରୀକ୍ଷା ଦେଲେ ୨୫ହଜାର ୫୨୮ ଶିକ୍ଷାର୍ଥୀ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ…

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri