ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ। ବାୟୁ ପ୍ରଦୂଷଣ ହେତୁ ଭାରତୀୟଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଇଛି ବୋଲି ଏହି ୟୁନିଭରସିଟି କହିଛି।


ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନିଷ୍ଟିଚ୍ୟୁଟ୍‌ ଏହି ଅଧ୍ୟୟନ କରିଛି। ଏଥିରେ କୁହାଯାଇଛି, ଅଧିକ ବାୟୁ ପ୍ରଦୂଷଣ ହେତୁ ଭାରତୀୟଙ୍କ ଆୟୁ ଶୀଘ୍ର ହ୍ରାସ ପାଉଛି। ବାଂଲାଦେଶ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ ଲୋକଙ୍କ ବୟସ ହ୍ରାସ ପାଉଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ, ଭାରତର ସମଗ୍ର ଜନସଂଖ୍ୟା ଅର୍ଥାତ୍‌ ୧୪୦ କୋଟି ଲୋକ ପ୍ରଦୂଷଣ ମଧ୍ୟରେ ବାସ କରୁଛନ୍ତି। ଭାରତର ନିଜସ୍ବ ପ୍ରଦୂଷଣ ନିର୍ଦ୍ଦେଶାବଳୀ ଅନୁଯାୟୀ, ୮୪ ପ୍ରତିଶତ ଲୋକ ପ୍ରଦୂଷଣ ମଧ୍ୟରେ ରହୁଛନ୍ତି। ଫଳରେ ବାୟୁ ପ୍ରଦୂଷଣ ହେତୁ ଭାରତର ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଇଛି। ଯାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଥିବା ୨.୩ ବର୍ଷର ଗାଇଡ୍‌ଲାଇନ୍‌ର ୨ଗୁଣ ଅଟେ।


ଏହି ଅଧ୍ୟୟନରେ ଦେଶର ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ବର୍ତ୍ତମାନ ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି। ଲକ୍ଷ୍ନୌ ଲୋକଙ୍କ ଆୟୁ ୧୦.୩ବର୍ଷ ହ୍ରାସ ପାଇଛି। ଯେତେବେଳେ ଦିଲ୍ଲୀବାସୀ ୯.୪ ବର୍ଷ ହ୍ରାସ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆୟୁଷ ୬.୫ ବର୍ଷ ହେବା ଉଚିତ୍‌।


ଚିକାଗୋ ୟୁନିଭର୍‌ସିଟି ରିପୋର୍ଟରେ ଦର୍ଶାଯାଇଛି, ଯଦି ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ପ୍ରଦୂଷଣର ସ୍ତରକୁ ୨୫ ପ୍ରତିଶତ ହ୍ରାସ କରେ, ତା’ହେଲେ ଏହାର ଜାତୀୟ ଆୟୁ ୧.୬ ବର୍ଷ ବୃଦ୍ଧି ପାଇବ। ସେତେବେଳେ ଦିଲ୍ଲୀର ଲୋକଙ୍କ ପାଇଁ ଏହା ୩.୧ ବର୍ଷ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri