ଝଡ଼ାଫୁଙ୍କାରୁ ଝଡୁଛି ଜୀବନ

ଅନୁଗୋଳ ଅଫିସ, ୮ା୭:  ଗୁଣିଆ ନୁହେଁ, ଡାକ୍ତରଙ୍କୁ ଜଣା ସର୍ପ ବିଷ ଖସାଇବାର ବିଦ୍ୟା। ହେଲେ ସଚେତନତା ଅଭାବରୁ ଆଜି ବି ଅନେକ ଲୋକ ଝଡ଼ାଫୁଙ୍କା ଉପରେ ଅଗାଧ ବିଶ୍ୱାସ ରଖିଛନ୍ତି। ସାପକାମୁଡ଼ା ରୋଗୀଙ୍କୁ ମେଡିକାଲ ନ ଆଣି ଗୁଣିଆଙ୍କ ନିକଟକୁ ନେଉଛନ୍ତି। ସେଠାରେ ବିଫଳ ହେଲେ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚାଉଛନ୍ତି। ଏହି କାରଣରୁ ଅନେକଙ୍କ ଜୀବନ ଅକାଳରେ ଝଡ଼ିଯାଉଛି। ଗତ ୫ ବର୍ଷ ମଧ୍ୟରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୫ ଶହ ସାପକାମୁଡ଼ା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାରେ ପ୍ରତିବର୍ଷ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। ବିଶେଷକରି ଜଙ୍ଗଲ, ପାହାଡ଼ ଆଖପାଖରେ ରହୁଥିବା ଲୋକେ ଏହାର ଅଧିକ ଶିକାର ହେଉଛନ୍ତି। ସର୍ପାଘାତ ରୋଗୀଙ୍କ ସଫଳ ଚିକିତ୍ସା ଡାକ୍ତରଖାନାରେ ଯେ ସମ୍ଭବ, ଏ ନେଇ ସେମାନେ ସଚେତନ ନୁହନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ଏ ଦିଗରେ ସେତେଟା ଦୃଷ୍ଟି ଦିଆଯାଉ ନାହିଁ। ଗ୍ରାମାଞ୍ଚଳରେ ସଚେତନା ସୃଷ୍ଟି କରିବାକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉ ନାହିଁ। କେଉଁ ଅବସ୍ଥାରେ ଲୋକେ ସାପ କାମୁଡ଼ାର ଶିକାର ହୋଇଥାନ୍ତି ଓ କେମିତି ସେମାନେ ଏଥିରୁ ବର୍ତ୍ତିପାରିବେ ସେ ସମ୍ପର୍କରେ ଅଧିକାଂଶ ଲୋକ ଅବଗତ ନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୧୭-୧୮ ବର୍ଷରେ ୧୮୮ ଜଣ ସାପ କାମୁଡ଼ା ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିପରି ୨୦୧୮-୧୯ ବର୍ଷରେ ୧୩୫ ଜଣ, ୨୦୧୯-୨୦ରେ ୯୩, ୨୦୨୦-୨୧ରେ ୬୪ ଓ ଚଳିତ ୨୦୨୧-୨୨ ବର୍ଷରେ ଏଯାଏ ୨୦ରୁ ଊର୍ଦ୍ଧ୍ୱ ସାପ କାମୁଡ଼ା ରୋଗୀ ମେଡିକାଲକୁ ଆସିଛନ୍ତି। ତେବେ ଅଧିକାଂଶ ସଂକଟାପନ୍ନ ଅବସ୍ଥାରେ ଆସିଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ ମୁଖ୍ୟ ଚିକିତ୍ସାଳୟରେ ତଥ୍ୟ ନାହିଁ। ହେଲେ ଝଡ଼ାଫୁଙ୍କା ଉପରୁ ଏବେ ବି ବହୁ ଲୋକ ବିଶ୍ୱାସ ହଟାଇପାରି ନ ଥିବାରୁ ସାପ କାମୁଡ଼ା ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏପରି ଲୋକଙ୍କ ସଂଖ୍ୟା ୫୦ରୁ ଊର୍ଦ୍ଧ୍ୱ ହେବ ବୋଲି ବେସରକାରୀ ଭାବେ କୁହାଯାଉଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ ମେଡିକାଲରେ ସାପ ବିଷନାଶକ ଇଞ୍ଜେକଶନ ପର୍ଯ୍ୟାପ୍ତ ପରିମାଣରେ ରହିଛି। ମୋଟ୍‌ ୫୪୫୦ ଭାଏଲ ବିଭିନ୍ନ ମେଡିକାଲକୁ ପ୍ରଦାନ କରାଯାଇଛି। ସେଥିରୁ ଜୁନ୍‌ ଶେଷ ସୁଦ୍ଧା ୬ଶହ ଭାଏଲ ଶେଷ ହୋଇଛି।

ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଆସନ୍ତୁ
ସାପ ବିଷ ମଣିଷ ରକ୍ତରେ ଏତେ ଶୀଘ୍ର ମିଶି ପାରି ନ ଥାଏ। ଡାକ୍ତରଖାନାରେ ରକ୍ତ ପରୀକ୍ଷା କରାଯିବା ସହ ତୁରନ୍ତ ଆବଶ୍ୟକ ବିଷନାଶକ ଇଞ୍ଜେକସନ ରୋଗୀଙ୍କୁ ଦିଆଯାଇଥାଏ। ଫଳରେ କିଛି ଘଣ୍ଟା ମଧ୍ୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥାଏ। ଝଡ଼ାଫୁଙ୍କାର ଆଶ୍ରୟ ନେଇ ଶେଷ ମୁହୂର୍ତ୍ତରେ ମେଡିକାଲ ଆସିଲେ ବିଷକୁ କାବୁ କରିବାର ସମୟ ଶେଷ ହୋଇଯାଇଥାଏ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ

ଘର ଓ ପରିବେଶ ସଫା ରଖନ୍ତୁ
ବର୍ଷା ଦିନେ ଗାତରେ ପାଣି ପଶିଯିବାରୁ ସାପ ଉଷୁମ ସ୍ଥାନ ଖୋଜିଥାନ୍ତି। ଏହା ସେମାନଙ୍କ ଅଣ୍ଡାଦାନ ସମୟ। ତେଣୁ ମୂଷା ଓ ବେଙ୍ଗଙ୍କ ଗନ୍ଧ ପାଇ ସାପ ଘର ମଧ୍ୟକୁ ଚାଲିଆସିଥାନ୍ତି। ଏହି ସମୟରେ ଘର ଓ ପରିବେଶ ସଫା ରଖିଲେ ସାପ ଘରକୁ ଆସିବେ ନାହିଁ। ସାପ ଦେଖିଲେ ତାହାକୁ ନ ମାରି ସର୍ପ ମିତ୍ରଙ୍କ ସହାୟତାରେ ତାହାକୁ ଅନ୍ୟତ୍ର ଛାଡ଼ିଦିଅନ୍ତୁ।
-ନିହାରିକା ମହାପାତ୍ର, ସର୍ପମିତ୍ର, ଅନୁଗୋଳ

ବ୍ଲିଚିଂ ଓ ଫିନାଇଲ ପକାନ୍ତୁ
ସାପ ମଣିଷକୁ ଅଧିକ ଭୟ କରେ। କିନ୍ତୁ ବର୍ଷା ଦିନେ ସେମାନଙ୍କ ବସା ନଷ୍ଟ ହୋଇଯାଉଥିବାରୁ ଘର କୋଣରେ ପଡ଼ୁଥିବା ଅଳିଆ ଆବର୍ଜନା ମଧ୍ୟକୁ ସେମାନେ ଚାଲିଆସିଥାନ୍ତି। ତେଣୁ ଘର ନିକଟକୁ ଏହି ବିଷଧର ସରିସୃପ ଯେପରି ନ ଆସିବେ ସେଥିପାଇଁ ଘର ଚାରିପାଖ ପରିଷ୍କାର ରଖିବା ସହ ନିୟମିତ ବ୍ଲିଚିଂ ପାଉଡର ଓ ଫିନାଇଲ ପକାଇବା ଉଚିତ।
-ଶିବାନୀ ଶଙ୍କର ଦେହୁରୀ, ସର୍ପମିତ୍ର, ଅନୁଗୋଳ

ଅନ୍ଧ ବିଶ୍ୱାସରୁ ଲୋକେ ବାହାରିପାରୁ ନାହାନ୍ତି
ସାପ କାମୁଡ଼ିବା ମାତ୍ରେ ଲୋକେ ଗୁଣିଆ ଖୋଜନ୍ତି। ଜଣଙ୍କ ନିକଟରୁ ଅନ୍ୟ ଜଣଙ୍କ ନିକଟକୁ ଧାଆନ୍ତି। ଏପରି କରି ସେମାନେ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିବା ସହ ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଡାକିଆଣନ୍ତି। ଏପରି କି ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ରୋଗୀଙ୍କୁ ମଧ୍ୟ ମେଡିକାଲରେ ଝଡ଼ାଫୁଙ୍କା କରାଯାଉଥିବା ଦେଖାଯାଇଛି। ଅନ୍ଧ ବିଶ୍ୱାସ ହିଁ ଏଥିପାଇଁ ଦାୟୀ।
-ଆଦିତ୍ୟ ବେହେରା, ସର୍ପମିତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri