ସାର୍ଟିଫିକେଟ ଥାଇ ମିଳୁନି ଲାଇସେନ୍ସ

ବାଲେଶ୍ୱର ଅଫିସ, ୧୨।୨: ୨୦୧୭-୧୮ରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଲ’ ବିଭାଗ ଅଧୀନରେ ୫ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଏବେ ଅଡ଼ୁଆରେ ପଡ଼ିଛନ୍ତି। ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଛାତ୍ରୀଛାତ୍ରମାନେ ସାର୍ଟିଫିକେଟ ପାଇ ମଧ୍ୟ ବାର୍‌ କାଉନ୍‌ସିଲ ଲାଇସେନ୍ସ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଫଳରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଅପରପକ୍ଷେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ସ୍ବୀକାର କରିବା ସହ ପିଲାଙ୍କ ଅସୁବିଧାକୁ ଖୁବ୍‌ଶୀଘ୍ର ଦୂର କରାଯିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ୧୯୭୮ ମସିହାରେ ବାଲେଶ୍ୱର ଲ’ କଲେଜରେ ଏଲ୍‌ଏଲ୍‌ବି ପାଠ୍ୟକ୍ରମ ଖୋଲିଥିଲା। ପରେ ୨୦୦୨ରୁ ସେଠାରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଚାଲିଛି। ୨୦୧୭-୧୮ରେ ପ୍ରଥମଥର ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଲ’ ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଲ’ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଥମ ବ୍ୟାଚ୍‌ରେ ୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ହେଲେ ଫକିର ମୋହନ ୟୁନିଭର୍ସିଟିରେ ଜାଗା ଅଭାବ ଥିବାରୁ ଛାତ୍ରୀଛାତ୍ରମାନେ ବାଲେଶ୍ୱର ଲ’ କଲେଜରେ ପଢ଼ୁଥିଲେ। ୧୦ଟି ସେମିଷ୍ଟର ମଧ୍ୟରୁ ୯ଟି ବାଲେଶ୍ୱର ଲ’ କଲେଜରେ ପରୀକ୍ଷା ଦେଇଥିଲେ। ହେଲେ ବାଲେଶ୍ୱର ଲ’ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହେବା ପରେ ସେମାନେ ଫକୀର ମୋହନ ୟୁନିଭର୍ସିଟିର ନିଜସ୍ବ ଇଣ୍ଟିଗ୍ରେଟେଡ ଏବଂ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ଆଉ ଗ୍ରହଣ କଲେ ନାହିଁ। ତେଣୁ ଉକ୍ତ ପିଲାମାନେ ୧୦ମ ସେମିଷ୍ଟର ପରୀକ୍ଷା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦେଇ ଉତ୍ତୀର୍ଣ୍ଣ ସାର୍ଟିଫିକେଟ ଏବଂ ମାର୍କଶିଟ୍‌ ପାଇଥିଲେ। ପରେ ଉକ୍ତ ମାର୍କଶିଟ୍‌କୁ ନେଇ ପିଲାମାନେ ବାର୍‌ କାଉନ୍‌ସିଲରେ ଓକିଲାତି ଲାଇସେନ୍ସ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଲାଇସେନ୍ସ ମିଳୁ ନାହିଁ। ବିଶ୍ୱବିଦ୍ୟାଳୟର ଲ’ ବିଭାଗ ଅଧୀନରେ ଖୋଲିଥିତ୍ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମକୁ ନେଇ ବିବାଦ ରହିଥିବାରୁ ପିଲାମାନଙ୍କୁ ଲାଇସେନ୍ସ ମିଳିପାରୁ ନ ଥିବା ଜଣାପଡ଼ିଛି। ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମ ପାଇଁ ପିଲାମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ସେମାନଙ୍କ ସାର୍ଟିଫିକେଟକୁ ନେଇ ଏବେ ଚିନ୍ତାରେ ରହିଛନ୍ତି।
ଏ ସମ୍ପର୍କରେ ଫକୀର ମୋହନ ୟୁନିଭର୍ସିଟି କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ ଘଟଣାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ବାଲେଶ୍ୱର ଲ’ କଲେଜ ଏବେ ଏମ୍‌ଏସ୍‌ ଲ’ ବିଶ୍ୱବିଦ୍ୟାଳୟରେ ଆଫିଲିଏଟେଡ୍‌ ହୋଇଥିବାରୁ ଫକୀରମୋହନ ବିଶ୍ୱବିଦ୍ୟାଳୟର ଉକ୍ତ ଦୁଇଟି ପାଠ୍ୟକ୍ରମକୁ ଗ୍ରହଣ କରିବାକୁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) ରାଜି ହୋଇ ନ ଥିଲା। ଫଳରେ ବିଶ୍ୱବିଦ୍ୟାଳୟ ଉକ୍ତ ଦୁଇଟି ପାଠ୍ୟକ୍ରମକୁ ବାଲେଶ୍ୱର ଲ’ କଲେଜରୁ ଫେରାଇ ଆଣିଥିଲେ। ୨୦୨୨-୨୩ ଶିକ୍ଷା ବର୍ଷରେ ନାମଲେଖା ବିଶ୍ୱବିଦ୍ୟାଳୟରେ ହୋଇଛି। ଏଥିପାଇଁ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆରେ ୫ଲକ୍ଷ ୫୦ହଜାର ଟଙ୍କା ମଧ୍ୟ ପୈଠ କରାଯାଇଛି। କିନ୍ତୁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନ ଲ’ ଡିପାର୍ଟମେଣ୍ଟର ପ୍ରିଧିପାଲ ବିସିଆଇକୁ ଆବେଦନ କରିବା ବେଳେ ଫକୀରମୋହନ ୟୁନିଭରସିଟି ଲ’ ଡିପାର୍ଟମେଣ୍ଟ (ରନିଂ ଆଟ୍‌ ବାଲେଶ୍ୱର ଲ’ କଲେଜ) ନ କରି ଡିପାର୍ଟମେଣ୍ଟ ଅଫ୍‌ ଲ’ ବାଲେଶ୍ୱର ଲ’ କଲେଜ, ଫକୀରମୋହନ ୟୁନିଭର୍ସିଟି କରି ଟଙ୍କା ଡିପୋଜିଟ୍‌ କରିଛନ୍ତି। ତେଣୁ ବିସିଆଇ ଡିପାର୍ଟମେଣ୍ଟ ଅଫ୍‌ ଲ’ ବାଲେଶ୍ୱର ଲ’ କଲେଜ ଫକୀରମୋହନ ୟୁନିଭର୍ସିଟିକୁ ରେକଗ୍‌ନାଇଜ୍‌ କରିବାକୁ ରାଜି ହେଉ ନାହାନ୍ତି। ଯେହେତୁ ପୂର୍ବରୁ ନାମ ଭିନ୍ନ ଭିନ୍ନ ହୋଇଛି, ସଜାଡ଼ିବାକୁ ସମୟ ଲାଗୁଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବା ସହିତ ପିଲାମାନେ ଲାଇସେନ୍ସ ପାଇବେ ବୋଲି ତ୍ରିପାଠୀ କହିଛନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଏବେ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ତ୍ରୁଟିକୁ ତୁରନ୍ତ ସୁଧାରି ପିଲାମାନଙ୍କୁ ନ୍ୟାୟ ଦିଅନ୍ତୁ, ନଚେତ୍‌ ଆମେ ଆଇନର ଆଶ୍ରୟ ନେବୁ ବୋଲି ଜଣେ ଅଭିଭାବକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri