ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଧାରଣା

ଦିଗପହଣ୍ଡି,୧ା୧୦(ଡି.ଏନ.ଏ.): ସର୍ବଭାରତୀୟ ଜୀବନ ବୀମା ଏଜେଣ୍ଟ ମହାସଂଘର ଯୁଗ୍ମ କାର୍ଯ୍ୟକାରୀ କମିଟି(ଜଏଣ୍ଟ ଆକ୍ସନ କମିଟି)ର ଆହ୍ବାନ କ୍ରମେ ବ୍ରହ୍ମପୁର ଶାଖା-୧ର ଶତାଧିକ ଏଜେଣ୍ଟ କଳାବ୍ୟାଜ ପିନ୍ଧି ଶୁକ୍ରବାର ଦିଗପହଣ୍ଡି ଏଲ୍‌ଆଇସି ସେଟଲାଇଟ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଇଥିଲେ। ପୁର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ରଜନୈତିକ ବ୍ୟାପାର ଉପାଧ୍ୟକ୍ଷ ରବିନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଏଜେଣ୍ଟମାନଙ୍କ ନାର୍ଯ୍ୟ ଦାବିକୁ ସମର୍ଥନ ଜଣାଇବା ସହ ଏଜେଣ୍ଟମାନଙ୍କ ୧୬ ଦଫା ଦାବୀକୁ ଯଦି ସରକାର ଓ ଭାରତୀୟ ଜୀବନ ବୀମା କମ୍ପାନୀ ନମାନନ୍ତି ତା’ହେଲେ ଆନ୍ଦୋଳନକୂ ତୀବ୍ର କରାଯିବ ବୋଲୀ ଚେତାବନୀ ଦେଇଥିଲେ।ଏହା ସହ ଏଜେଣ୍ଟ ଓ ବୀମା କ୍ରେତାଙ୍କ ସ୍ବାର୍ଥ ସମ୍ମଳିତ ଦାବିପତ୍ରକୁ ଶାଖା ପରିଚାଳକ ଅକ୍ଷୟ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ। ସମଗ୍ର ଭାରତ ବର୍ଷରେ ୧୩ ଲକ୍ଷ ଜୀବନ ବୀମା ଏଜେଣ୍ଟ କାର୍ଯ୍ୟ କରୁଛନ୍ତି। ୧୯୫୬ରେ ଭାରତୀୟ ଜୀବନ ବୀମା ନିଗମ ପ୍ରତିଷ୍ଠା ହୋଇଥିଲା। କମ୍ପାନୀର ଆର୍ଥିକ ପ୍ରଗତି କ୍ଷେତ୍ରରେ ଏଜେଣ୍ଟମାନେ ଗରୁତ୍ୱପୁର୍ଣ୍ଣ ଭୂମିକା ନିଭାଉଥିଲେ ମଧ୍ୟ ସେମାନଙ୍କ ସ୍ବାର୍ଥପ୍ରତି ସରକାର କିମ୍ବା ନିଗମ କାଳକ୍ଷେପଣ ନିତି ଅବଲମ୍ବନ କରିଆସୁଛନ୍ତି। ଫଳରେ ଦିନକୁ ଦିନ ଏଜେଣ୍ଟମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବାରେ ଲାଗିଛି। କେନ୍ଦ୍ର ସରକାର ବୀମା ବିକ୍ରୟ କ୍ଷେତ୍ରରେ ଯେଉଁ ଜିଏସ୍‌ଟି ଲାଗୁକରି ତାହା ବୀମାଧାରୀଙ୍କ ଉପରେ ଅକ୍ଷମଣୀୟ ଅପରାଧ ବୋଲୀ ସମାଲୋଚନା କରିବା ସହ ତାହାକୁ ଉଛେଦ କରିବା ପାଇଁ ଦାବି କରାଯାଇଛି। ଗଣଧାରଣା ଯୋଗୁ ବୀମା ବ୍ୟବସାୟ ପ୍ରଭାବିତ ହୋଇଥିଲା। କାର୍ଯ୍ୟକ୍ରମରେ ଡିଭିଜନର ସଂଗଠନ ସମ୍ପାଦକ ପ୍ରୀୟବ୍ରତ ପଟ୍ଟନାୟକ, ଶାଖା ସଭାପତି ମହେଶ୍ୱର ପୃଷ୍ଟି, ସମ୍ପାଦକ ଜଗନ୍ନାଥ ପାଳ, ଉପସଭାପତି ବାଲାଜୀ ବିଷୋୟୀ ଓ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତୁଷାର କାନ୍ତ ରଥ, ଲକ୍ଷ୍ମୀ ନାରାୟଣ ଦାଶ,ପି.ଦିଲି ରାଓ,ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାଥ ବିଷୋୟୀ ଓ ଅଶୋକ ମହାରଣା ପ୍ରମୁଖ ଗଣଧାରଣାର ନେତୃତ୍ୱ ନେଇଥିଲେ। ଏଥିରେ ପ୍ରମୋଦ କୁମାର ସ୍ବାଇଁ ଓ ବିଚିତ୍ର ସ୍ବାଇଁ ସହଯୋଗ କରିଥିଲେ।