ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି। ଯେଉଁଥିରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଗୁରୁବାର ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛି। ଏତିକି ବେଳେ ଲିବିୟାରେ ଥିବା ଭାରତୀୟଙ୍କୁ ଭାରତ ପକ୍ଷରୁ ଯଥା ସମ୍ଭବ ସୁବିଧା ଯୋଗାଇ ଦିଆଯିବାକୁ କୁହାଯାଇଛି। ଏଥିପାଇଁ ଭାରତ ତରଫରୁ ଏକ ହେଲ୍‌ପ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ସୂଚନାଯୋଗ୍ୟ, ଲିବିୟାର ମୁଖ୍ୟ ମୁଅମ୍ମର ଅଲ୍‌ ଗଦ୍ଦାଫିଙ୍କ ମୃତ୍ୟୁ ପରେ ଲିବିୟାରେ ସଂଘର୍ଷ ଜାରି ରହିଛି।

Share