ନୂଆଦିଲ୍ଲୀ,୨୦।୧୧: ଦେଶର ପ୍ରମୁଖ ଇ- କମର୍ସ ପ୍ଲାଟ୍ଫର୍ମ ମିଶୋ ଅନ୍ଲାଇନ ଠକେଇ ବିରୋଧରେ ଲଢ଼େଇ କରିବା ସହ ପ୍ଲାଟ୍ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛି। ଏପରିକି ମିଶୋ ଟ୍ରଷ୍ଟ, ନିଶ୍ଚିତତା ଉପରେ ରିପୋର୍ଟର ଦ୍ୱିତୀୟ ସଂସ୍କରଣକୁ ଉନ୍ମୋଚନ କରିଛି। ମିଶୋର ସକ୍ରିୟ ପଦକ୍ଷେପ ଓ ସୁରକ୍ଷା ଉପଭୋକ୍ତାଙ୍କ ବିଶ୍ୱାସ ବୃଦ୍ଧି ପାଇଁ ଜାରି ରହିଛି। ଏପରିକି ବ୍ରାଣ୍ଡ ବୈଷୟିକ ଉଦ୍ଭାବନ, ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ସହ ଯୋଗାଯୋଗ ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଇ ବିଶ୍ୱସ୍ତରୀୟ ଇ-ବାଣିଜ୍ୟ ପ୍ଲାଟ୍ଫର୍ମରେ ସୁନାମ ଅର୍ଜନ କରିଛି। ସେହିଭଳି ପ୍ରୋଜେକ୍ଟ ବିଶ୍ୱାସର ଏକ ଅଂଶ ଭାବେ କମ୍ପାନୀର ଉତ୍ସର୍ଗୀକୃତ ବିଶ୍ୱାସ ଓ ସୁରକ୍ଷା ଦଳକୁ ମଜଭୁତ କରିବାକୁ ପ୍ରୟାସ କରୁଛି। ପ୍ଲାଟ୍ଫର୍ମରେ ଉପଭୋକ୍ତାଙ୍କ ବିଶ୍ୱାସ ବଜାୟ ରଖିବା ଉପରେ କମ୍ପାନୀ ଧ୍ୟାନଦେଇଛି। ରିସ୍କ ଇଣ୍ଟେଲିଜେନ୍ସ ବିଶେଷଜ୍ଞଙ୍କ ସହିତ ସହଭାଗିତା ଓ ଏହାର ସାମର୍ଥ୍ୟ ବଢ଼ାଇବା ଲାଗି କମ୍ପାନୀ ଏହାର ଗତିଶୀଳ ଦୃଶ୍ୟପଟରେ ବିପଦ ସୁରକ୍ଷାକୁ ସକ୍ରିୟ ଭାବେ ମୁକାବିଲା ଲାଗି ପ୍ରସ୍ତୁତ ରହିଛି। ଗତ ୧୨ ମାସ ମଧ୍ୟରେ ମିଶୋ ୨.୨ କୋଟିରୁ ଅଧିକ ଠକେଇ କାରବାରକୁ ରୋକିଛି। ମିଶୋର ମହାପ୍ରବନ୍ଧକ (ଫୁଲ୍ଫିଲ୍ମେଣ୍ଟ ଓ ଏକ୍ସପେରିମେଣ୍ଟ) ସୌରଭ ପାଣ୍ଡେ କହିଛନ୍ତି, ମିଶୋର ରଣନୀତିର ପ୍ରମୁଖ ଉପାଦାନ ହେଉଛି, ପ୍ରୋଜେକ୍ଟ ବିଶ୍ୱ ଏକ ବ୍ୟାପକ ପଦକ୍ଷେପ, ଯାହା ଉଭୟ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଇବା ଲାଗି ବିଭିନ୍ନ ପଦ୍ଧତିକୁ କାର୍ଯ୍ୟକାରୀ କରିଥାଏ। ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗକରି ସ୍ବତନ୍ତ୍ର ଏଜେନ୍ସି ଓ ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରିବା ସହ କଠୋର ଅନ୍ ଗ୍ରାଉଣ୍ଡ ଅଡିଟ୍ କରିବା ସହ ଆମେ ଠକେଇ ରୋକିବା ଲାଗି ଚେଷ୍ଟା କରୁଛୁ।
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….
ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ
ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…
ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା
ଓ୍ବାଶିଂଟନ୍,୮।୪: ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…
Archives

