Categories: ଜାତୀୟ

ରାଜ୍ୟପାଳଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

କୋଲକାତା,୩୦।୧୨: ପଶ୍ଚିମବଙ୍ଗରେ ରାଜନୈତିକ କାଦୁଅ ଫିଙ୍ଗା ଜାରି ରହିଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ସ୍ଥିତିରେ ରହିଛନ୍ତିି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କୁ ହଟାଇବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖାଯାଇଛି। ତୃଣମୂଳ କଂଗ୍ରେସ ଏମ୍‌ପି ଶୁଖେନ୍ଦୁ ଶେଖର ରାୟ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ଧନଖଣ୍ଡ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଦେବାରେ ବିଫଳ ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ସେ ବାରମ୍ବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଘୋଷିତ ଆଇନର ଉଲ୍ଲଂଘନ କରୁଛନ୍ତି ବୋଲି ଏଥିରେ ଦର୍ଶାଯାଇଛି। ଚିଠିରେ ଶୁଖେନ୍ଦୁଙ୍କ ସହିତ ଏମ୍‌ପି ସୁଦୀପ୍‌ ବନ୍ଦୋପାଧ୍ୟାୟ, ଏମ୍‌ପି ଡେରେକ୍‌ ଓ ବ୍ରାୟନ୍‌, ଏମ୍‌ପି କଲ୍ୟାଣ ବାନାର୍ଜୀ ଏବଂ ଏମ୍‌ କାକଲି ଘୋଷଙ୍କର ହସ୍ତାକ୍ଷର ରହିଛି। ଏବେ ଏହାକୁ ନେଇ ରାଜ୍ୟର ରାଜନୈତିକ ମହଲରେ ଉଷ୍ଣତା ବୃଦ୍ଧି ପାଇଛି।

Share