ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରକୁ ଚିଠି

ବାଲେଶ୍ୱର ଅଫିସ/ବାରିପଦା ଅଫିସ,୧୬।୨:  ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାରେ ଥିବା ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ପାଇଁ ଆଶା ସଞ୍ଚାର ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ସଚିବ ଡ. ଅଜୟ କୁମାରଙ୍କୁ ଚିଠି ଲେଖିଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆର୍‌ସିଏସ୍‌-ଉଡ଼ାନ୍‌ ଯୋଜନାରେ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ବିମାନ ଚଳାଚଳ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ଘରୋଇ କମ୍ପାନୀ ସପ୍ତାହର ୭ ଦିନ ୯ ସିଟ୍‌ ବିଶିଷ୍ଟ ଏକ ବିମାନ ପରିଚାଳନା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି। ଉତ୍ତର ଓଡ଼ିଶା ସହିତ ବିମାନ ଯୋଗାଯୋଗ ନ ଥିବାରୁ ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ଼ ଏୟାରଷ୍ଟ୍ରିପ୍‌ର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟନ ବିଭାଗର ଉନ୍ନତି ହୋଇପାରିବ। ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟ, ଚାନ୍ଦିପୁର, ତାଳସାରୀ ବେଳାଭୂମି ଏବଂ ମୟୂରଭଞ୍ଜ ଜିଲାର ଶିମିଳିପାଳ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ସେହିପରି ଏହି ଅଞ୍ଚଳର ଆର୍ଥତ୍କ ବିକାଶ, ରୋଜଗାର ଓ ରାଜସ୍ବ ବୃଦ୍ଧି ହେବ। ରାଜ୍ୟ ସରକାର ଏହା ପୂର୍ବରୁ ଅନେକ ଥର ଡିଆରଡିଓଙ୍କୁ ଚିଠି ଲେଖିଛନ୍ତି। ହେଲେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ବୋଲି ଚିଠିରେ ଦର୍ଶାଯାଇଛି।
ଆଞ୍ଚଳିକ ସଂଯୋଗୀକରଣ ଯୋଜନା(ଆର୍‌ସିଏସ୍‌-ଉଡ଼ାନ୍‌ ଯୋଜନା) ୨୦୧୭ରୁ ଆରମ୍ଭ ହେଲାଣି। ସାରା ଦେଶରେ ୫୦ରୁ ଊଦ୍ଧର୍‌ବ ବିମାନବନ୍ଦର ଏଥିରେ ସାମିଲ ହୋଇଛି। କିନ୍ତୁ ୪ବର୍ଷରେ ଓଡ଼ିଶାରୁ ମାତ୍ର ଗୋଟିଏ ବିମାନବନ୍ଦର ଏଥିରେ ସାମିଲ୍‌ ହୋଇଛି। ଓଡ଼ିଶାରୁ ପ୍ରାୟ ୧୦ଟି ଏୟାରଷ୍ଟ୍ରିପ୍‌ ଏଥିରେ ସାମିଲ୍‌ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ହେଲେ ଝାରସୁଗୁଡ଼ା ବିମାନବନ୍ଦର ପରେ ଜୟପୁର, ରଙ୍ଗେଇଲୁଣ୍ଡା, ଉତ୍‌କେଲା, ରାଉରକେଲା, ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଉଛି। ହେଲେ ଏହି ଏୟାରଷ୍ଟ୍ରିପ୍‌ ଏବେ ବି ରାଜ୍ୟ ସରକାରଙ୍କ ଅଧୀନକୁ ଆସିନି। ବିମାନ ଉଡ଼ାଣ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଏରୋଡ୍ରମ ଲାଇସେନ୍‌ସ ଆଣିବାଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରିବାକୁ ହେବ, ଯେଉଁଥିପାଇଁ ଅତି କମ୍‌ରେ ୨ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri