ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରକୁ ଚିଠି

ବାଲେଶ୍ୱର ଅଫିସ/ବାରିପଦା ଅଫିସ,୧୬।୨:  ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାରେ ଥିବା ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ପାଇଁ ଆଶା ସଞ୍ଚାର ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ସଚିବ ଡ. ଅଜୟ କୁମାରଙ୍କୁ ଚିଠି ଲେଖିଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆର୍‌ସିଏସ୍‌-ଉଡ଼ାନ୍‌ ଯୋଜନାରେ ଭୁବନେଶ୍ୱର-ଅମର୍ଦ୍ଦାରୋଡ ମଧ୍ୟରେ ବିମାନ ଚଳାଚଳ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ଘରୋଇ କମ୍ପାନୀ ସପ୍ତାହର ୭ ଦିନ ୯ ସିଟ୍‌ ବିଶିଷ୍ଟ ଏକ ବିମାନ ପରିଚାଳନା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି। ଉତ୍ତର ଓଡ଼ିଶା ସହିତ ବିମାନ ଯୋଗାଯୋଗ ନ ଥିବାରୁ ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ଼ ଏୟାରଷ୍ଟ୍ରିପ୍‌ର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟନ ବିଭାଗର ଉନ୍ନତି ହୋଇପାରିବ। ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟ, ଚାନ୍ଦିପୁର, ତାଳସାରୀ ବେଳାଭୂମି ଏବଂ ମୟୂରଭଞ୍ଜ ଜିଲାର ଶିମିଳିପାଳ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ସେହିପରି ଏହି ଅଞ୍ଚଳର ଆର୍ଥତ୍କ ବିକାଶ, ରୋଜଗାର ଓ ରାଜସ୍ବ ବୃଦ୍ଧି ହେବ। ରାଜ୍ୟ ସରକାର ଏହା ପୂର୍ବରୁ ଅନେକ ଥର ଡିଆରଡିଓଙ୍କୁ ଚିଠି ଲେଖିଛନ୍ତି। ହେଲେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ବୋଲି ଚିଠିରେ ଦର୍ଶାଯାଇଛି।
ଆଞ୍ଚଳିକ ସଂଯୋଗୀକରଣ ଯୋଜନା(ଆର୍‌ସିଏସ୍‌-ଉଡ଼ାନ୍‌ ଯୋଜନା) ୨୦୧୭ରୁ ଆରମ୍ଭ ହେଲାଣି। ସାରା ଦେଶରେ ୫୦ରୁ ଊଦ୍ଧର୍‌ବ ବିମାନବନ୍ଦର ଏଥିରେ ସାମିଲ ହୋଇଛି। କିନ୍ତୁ ୪ବର୍ଷରେ ଓଡ଼ିଶାରୁ ମାତ୍ର ଗୋଟିଏ ବିମାନବନ୍ଦର ଏଥିରେ ସାମିଲ୍‌ ହୋଇଛି। ଓଡ଼ିଶାରୁ ପ୍ରାୟ ୧୦ଟି ଏୟାରଷ୍ଟ୍ରିପ୍‌ ଏଥିରେ ସାମିଲ୍‌ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ହେଲେ ଝାରସୁଗୁଡ଼ା ବିମାନବନ୍ଦର ପରେ ଜୟପୁର, ରଙ୍ଗେଇଲୁଣ୍ଡା, ଉତ୍‌କେଲା, ରାଉରକେଲା, ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ରୁ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଉଛି। ହେଲେ ଏହି ଏୟାରଷ୍ଟ୍ରିପ୍‌ ଏବେ ବି ରାଜ୍ୟ ସରକାରଙ୍କ ଅଧୀନକୁ ଆସିନି। ବିମାନ ଉଡ଼ାଣ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଏରୋଡ୍ରମ ଲାଇସେନ୍‌ସ ଆଣିବାଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରିବାକୁ ହେବ, ଯେଉଁଥିପାଇଁ ଅତି କମ୍‌ରେ ୨ବର୍ଷ ଲାଗିବ ବୋଲି ଅନୁମାନ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri