ରାସ୍ତାକୁ ଦୁର୍ଘଟଣାପ୍ରବଣ ଘୋଷଣା ପାଇଁ କେନ୍ଦ୍ରାପଡ଼ା ଆର୍‌ଟିଓଙ୍କୁ ଚିଠି

ଆଳି,୩ା୩ (ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି କଟବନ୍ଧ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ଓ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିବାରୁ ପୋଲିସ ମୁଣ୍ଡ ବ୍ୟଥାର କାରଣ ପାଲଟୁଛି। ଏହି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିବାକୁ ଆଳି ଥାନା ଆଇଆଇସି ଦିଲୀପ ସାହୁ କେନ୍ଦ୍ରାପଡ଼ା ପରିବହନ ବିଭାଗଙ୍କୁ ଚିଠି ଲେଖିଥିବା ଜଣାପଡିଛି। ଆଇଆଇସି ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୩ ବର୍ଷ ମଧ୍ୟରେ କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ନିକଟସ୍ଥ କଟ୍‌ବନ୍ଧଠାରେ ୮ ଟି ବଡ଼ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୋଇଛି। ସେଥିପାଇଁ ବାରମ୍ବାର ରାସ୍ତାରୋକୋ କରାଯିବା ପୋଲିସ ଓ ପ୍ରଶାସନ ପାଇଁ ଅସୁବିଧା ସୃଷ୍ଟି କରୁଛି। ଗତ ୨୬ା୨ା୨୩ରେ ଚଣ୍ଡିଆଗଡ଼ି ଗଁାର ଦିଗମ୍ବର ଦାଶ ସିଙ୍ଗିରି ବଜାରରୁ ଫେରୁଥିବାବେଳେ କଟ୍‌ ବନ୍ଧଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ସେହି ସ୍ଥାନରେ ମୃତ୍ୟୁବରଣ କରିଥିଲେ। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ସଙ୍ଗେସଙ୍ଗେ ରାସ୍ତାରୋକୋ କରିଥିଲେ। ସେମାନେ ଏହି ସ୍ଥାନକୁ ବ୍ଲାକ ସ୍ପଟ୍‌ ଭାବେ ଘୋଷଣା କରିବାକୁ ଅଡ଼ି ବସିଥିଲେ। ଆଳି ତହସିଲଦାର ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ଏହାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। କେବଳ ଏହି ଗୋଟିଏ ଦୁର୍ଘଟଣା ନୁହେଁ ୨୦ା୨ା୨୩ରେ ପଟ୍ଟାମୁଣ୍ଡାଇ ବଡ଼ଗରା ଅଞ୍ଚଳର ମନୋଜ କୁମାର ରାଉତ, ଯାଜପୁର କଣ୍ଟିତରାର ବିଶ୍ୱଜିତ ବେହୁରିଆ। ୪ା୧ା୨୩ରେ ଏକ ଯାତ୍ରୀବାହୀ ବସ୍‌ ଏକ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିବାରୁ ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ୩ା୨ା୨୨ରେ ରାଜକନିକା ରାଉତ ବର୍ତ୍ତନିର ଅଟୋ ଡ୍ରାଇଭର ରାଜେଶ କୁମାର ନାଥ, ୧୧ା୧୧ା୨୦ରେ ସିଙ୍ଗିରିର ବୈକୁଣ୍ଠ ପାତ୍ର, ୨୧ା୭ା୨୦ରେ ସଂସିଧା ମଙ୍ଗରାଜପୁର ଗଁାର ନିର୍ମଳ କୁମାର ସେଠୀ, ୨୫ାା୧ା୨୦ରେ ପଟ୍ଟାମୁଣ୍ଡାଇ ମଠସାହିର ସନ୍ତୋଷ କୁମାର ସାହୁ ଏହି ନିର୍ଦ୍ଧିଷ୍ଟ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସ୍ଥାନରେ ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ତୁରନ୍ତ ଏହାକୁ ଦୁର୍ଘଟଣା ପ୍ରବଣ ଘୋଷଣା କରିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଶା ପୋଷଣ କରାଯାଇଛି। ଆଇଆଇସି ଏହି ଚିଠିର ଏକକିତା ନକଲ କେନ୍ଦ୍ରାପଡ଼ା ଜିଲାପାଳ, ଏସ୍‌ପି, ରାସ୍ତା ଓ ଗୃହ ନିର୍ମାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri