Categories: ଜାତୀୟ

ସୋନିଆଙ୍କୁ ୧୦୦ କଂଗ୍ରେସ ନେତାଙ୍କ ପତ୍ର

ନୂଆଦିଲ୍ଲୀ, ୧୮।୮: ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ନିଲମ୍ବିତ ନେତା ସଞ୍ଜୟ ଝା ସୋମବାର ସୂଚନା ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି ନିର୍ବାଚନରେ ସ୍ବଚ୍ଛତା ରକ୍ଷା ପାଇଁ ମଧ୍ୟ ସେମାନେ ସୋନିଆଙ୍କୁ ଅନୁରୋଧ କରିଥିଲେ। ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ସେମାନେ ଚିନ୍ତିତ ଥିବା ଝା ଟୁଇଟ କରି ଜଣାଇଛନ୍ତି। ଆବେଦନକାରୀଙ୍କ ମଧ୍ୟରେ କେତେଜଣ ଏମ୍‌ପି ରହିଛନ୍ତି। ତେବେ ଝା’ଙ୍କ ଏହି ଦାବିକୁ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି। ସେପରି କୌଣସି ପତ୍ର ସୋନିଆଙ୍କ ପାଖକୁ ଆସି ନ ଥିବା ଦଳ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ଫେସ୍‌ବୁକ୍‌-ଭାଜପା ଲିଙ୍କ୍‌ରୁ ଲୋକଙ୍କ ନଜର ହଟାଇବା ଲାଗି ଏଭଳି ମିଥ୍ୟା ପ୍ରଚାର କରାଯାଉଥିବା କଂଗ୍ରେସ ମୁଖପାତ୍ର କହିଛନ୍ତି। ଝା ଏବେ କଂଗ୍ରେସ ସଦସ୍ୟ ନୁହନ୍ତି। ସେ ଭାଜପା ପକ୍ଷରୁ ଗୁଜବ ପ୍ରଚାର କରୁଥିବା କଂଗ୍ରେସ କହିଛି।

Share