Posted inଖେଳ

‘ପ୍ରକୃତ ହିରୋଙ୍କୁ ଅଣଦେଖା କରା ନ ଯାଉ’

ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)-”ଧ୍ୟାନଚାନ୍ଦ ହେଉଛନ୍ତି ବିଶ୍ୱର ରନତ୍। ଖେଳ ଦୁନିଆର ରନତ୍, ଆମ ରାଜ୍ୟ ଏବଂ ଦେଶର ରନତ୍। ଧ୍ୟାନଚାନ୍ଦ ଥିଲେ ହକି ଜଗତର ମାର୍ଗଦର୍ଶକ। ହକିକୁ ବିଶ୍ୱସ୍ତରରେ ଯଦି କେହି ପରିଚିତ କରାଇ ପାରିଛନ୍ତି ତେବେ ସେ ହେଉଛନ୍ତି ଧ୍ୟାନଚାନ୍ଦ। ଭାରତକୁ ଯଦି କେହି ହକି ଖେଳାଳି ଅଲିମ୍ପିକ୍‌ର ସ୍ବର୍ଣ୍ଣ ପଦକ ଦେଖାଇଛନ୍ତି ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଏହି ଧ୍ୟାନଚାନ୍ଦଙ୍କ ନାମ ରହିବ। ପ୍ରକୃତ ହିରୋଙ୍କୁ କେବେ ଅଣଦେଖା କରା ନ ଯାଉ। ତାଙ୍କୁ ଭାରତ ରନତ୍ ସମ୍ମାନରେ ସମ୍ମାନିତ କରାଯାଉ ବୋଲି ଗୁରୁବାର ଏହି ମହାନ୍‌ ଖେଳାଳିଙ୍କ ୪୧ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଦାବି ଦୋହରାଇଛନ୍ତି ପଦ୍ମଶ୍ରୀ ଦିଲୀପ ତିର୍କୀ। ଦେଶର ପ୍ରଥମ କ୍ରୀଡ଼ାବିତ୍‌ଭାବେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଭାରତ ରନତ୍ ପାଇଛନ୍ତି। ସେ ଏହାର ହକ୍‌ଦାର ଥିଲେ। କାରଣ ସଚିନ ହେଉଛନ୍ତି ବିଂଶ ଶତାବ୍ଦୀର ମହାନ ଖେଳାଳି। ସେହିପରି ଧ୍ୟାନଚାନ୍ଦ ଉନ୍ନବିଂଶ ଶତାବ୍ଦୀର ଜଣେ କିମ୍ବଦନ୍ତୀ କ୍ରୀଡ଼ାବିତ୍‌। ୨୦୧୫-୧୬ରୁ ଆମେ ସମସ୍ତେ ମିଶି ତାଙ୍କୁ ଭାରତ ରନତ୍ ମିଳୁ ବୋଲି ନୂଆଦିଲ୍ଲୀରେ ଅଭିଯାନ ଆରମ୍ଭ କରିଥିଲୁ। ସେଠାରେ ଅଜିତ ପାଲ୍‌ ସିଂ, ଜାଫର ଇକବାଲ, ଅଶୋକ କୁମାର, ଏମ୍‌. ପି. ସିଂ ଆଦି ହକି ଜଗତର ଅନେକ ସୁପରଷ୍ଟାର ସାମିଲ ହୋଇଥିଲେ। ସ୍ବର୍ଗତ ଧ୍ୟାନଚାନ୍ଦଙ୍କୁ ଭାରତ ରନତ୍ ମିଳିବା କଥା ବୋଲି ସମସ୍ତଙ୍କର ଗୋଟିଏ ମତ ଥିଲା। ପାର୍ଲାମେଣ୍ଟରେ ମଧ୍ୟ ଏହି ପ୍ରସଙ୍ଗ ଉତ୍‌ଥାପିତ ହୋଇଥିଲା ଏବଂ ସମସ୍ତେ ଏହାକୁ ସମର୍ଥନ କରିଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଏହା ସପକ୍ଷରେ ସ୍ବର ଉଠୁଛି। ଏଭଳି ଖେଳାଳିଙ୍କୁ ଭାରତ ସରକାର ଅଣଦେଖା କରିବା କଥା ନୁହେଁ। ଧ୍ୟାନଚାନ୍ଦଙ୍କୁ ଭାରତ ରନତ୍ ମିଳୁବୋଲି ଆମର ଅଭିଯାନ ଜାରି ରହିବ ବୋଲି ପ୍ରକାଶ କରିଥିଲେ ଏହି ପୂର୍ବତନ ଭାରତୀୟ ହକି ଅଧିନାୟକ। ଅନ୍ତର୍ଜାତୀୟ ବାଲୁକାଶୀଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସମାନ ଦାବି ଦୋହରାଇଛନ୍ତି। ଅତୀତରେ ଆମେ ଧ୍ୟାନଚାନ୍ଦଙ୍କୁ ଭାରତ ରନତ୍ ସପକ୍ଷରେ ଯେଉଁ କ୍ୟାମ୍ପେନ କରିଥିଲୁ ତା’ର ସୂତ୍ରଧର ଦିଲୀପ ଥିଲେ। ନୂଆଦିଲ୍ଲୀରେ ବାଲୁକାକଳା ମାଧ୍ୟମରେ ଏହି ଦାବି ଉପସ୍ଥାପିତ କରାଯାଇଥିଲା। ହକିକୁ ନେଇ ଆମେ ଏତେ ଗର୍ବ କରୁଛେ। ଓଡ଼ିଶା ମଧ୍ୟ ସାରା ବିଶ୍ୱରେ ହକିର ନାମକୁ ବହୁ ଉପରେ ପହଞ୍ଚାଇଛି। ସେଥିରେ ଦିଲୀପଙ୍କର ବହୁତ ବଡ଼ ଯୋଗଦାନ ରହିଛି। ଧ୍ୟାନଚାନ୍ଦ ସାରା ବିଶ୍ୱରେ ହକିକୁ ଆଲୋକିତ କରିଛନ୍ତି। ମୋର ବିଶ୍ୱାସ ତାଙ୍କୁ ନିଶ୍ଚିତ ମରଣୋତ୍ତର ଭାରତରନତ୍ ଦିଆଯିବ। ମୁଁ ଜଣେ କଳାକାର ଭାବରେ ମୋ କଳାଦ୍ୱାରା ଅନେକ ସମୟରେ ଧ୍ୟାନଚାନ୍ଦଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି। ଏହା ମାଧ୍ୟମରେ ଏହି ଅଭିଯାନ ଜାରି ରହିବ ବୋଲି ସୁଦର୍ଶନ ପ୍ରକାଶ କରିଛନ୍ତି। ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସତ୍ୟବ୍ରତୋ ରଥ, ବରିଷ୍ଠ କ୍ରୀଡ଼ା ଖବରଦାତା ସମ୍ବିତ ମହାପାତ୍ର, ତପନ ସ୍ବାଇଁ ଏବଂ ଅନେକ କ୍ରୀଡ଼ାପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି…

ସର୍ଟଲିଷ୍ଟ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ! ଟିମ ଇଣ୍ଡିଆ ପାଇଁ କରିପାରନ୍ତି ଡେବ୍ୟୁ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଥିବା ବିସ୍ଫୋରକ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଗତ ବର୍ଷେ ଧରି କ୍ରିକେଟ ଜଗତରେ ଝଡ଼ ସୃଷ୍ଟି…

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri