Posted inଖେଳ

‘ପ୍ରକୃତ ହିରୋଙ୍କୁ ଅଣଦେଖା କରା ନ ଯାଉ’

ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)-”ଧ୍ୟାନଚାନ୍ଦ ହେଉଛନ୍ତି ବିଶ୍ୱର ରନତ୍। ଖେଳ ଦୁନିଆର ରନତ୍, ଆମ ରାଜ୍ୟ ଏବଂ ଦେଶର ରନତ୍। ଧ୍ୟାନଚାନ୍ଦ ଥିଲେ ହକି ଜଗତର ମାର୍ଗଦର୍ଶକ। ହକିକୁ ବିଶ୍ୱସ୍ତରରେ ଯଦି କେହି ପରିଚିତ କରାଇ ପାରିଛନ୍ତି ତେବେ ସେ ହେଉଛନ୍ତି ଧ୍ୟାନଚାନ୍ଦ। ଭାରତକୁ ଯଦି କେହି ହକି ଖେଳାଳି ଅଲିମ୍ପିକ୍‌ର ସ୍ବର୍ଣ୍ଣ ପଦକ ଦେଖାଇଛନ୍ତି ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଏହି ଧ୍ୟାନଚାନ୍ଦଙ୍କ ନାମ ରହିବ। ପ୍ରକୃତ ହିରୋଙ୍କୁ କେବେ ଅଣଦେଖା କରା ନ ଯାଉ। ତାଙ୍କୁ ଭାରତ ରନତ୍ ସମ୍ମାନରେ ସମ୍ମାନିତ କରାଯାଉ ବୋଲି ଗୁରୁବାର ଏହି ମହାନ୍‌ ଖେଳାଳିଙ୍କ ୪୧ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଦାବି ଦୋହରାଇଛନ୍ତି ପଦ୍ମଶ୍ରୀ ଦିଲୀପ ତିର୍କୀ। ଦେଶର ପ୍ରଥମ କ୍ରୀଡ଼ାବିତ୍‌ଭାବେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଭାରତ ରନତ୍ ପାଇଛନ୍ତି। ସେ ଏହାର ହକ୍‌ଦାର ଥିଲେ। କାରଣ ସଚିନ ହେଉଛନ୍ତି ବିଂଶ ଶତାବ୍ଦୀର ମହାନ ଖେଳାଳି। ସେହିପରି ଧ୍ୟାନଚାନ୍ଦ ଉନ୍ନବିଂଶ ଶତାବ୍ଦୀର ଜଣେ କିମ୍ବଦନ୍ତୀ କ୍ରୀଡ଼ାବିତ୍‌। ୨୦୧୫-୧୬ରୁ ଆମେ ସମସ୍ତେ ମିଶି ତାଙ୍କୁ ଭାରତ ରନତ୍ ମିଳୁ ବୋଲି ନୂଆଦିଲ୍ଲୀରେ ଅଭିଯାନ ଆରମ୍ଭ କରିଥିଲୁ। ସେଠାରେ ଅଜିତ ପାଲ୍‌ ସିଂ, ଜାଫର ଇକବାଲ, ଅଶୋକ କୁମାର, ଏମ୍‌. ପି. ସିଂ ଆଦି ହକି ଜଗତର ଅନେକ ସୁପରଷ୍ଟାର ସାମିଲ ହୋଇଥିଲେ। ସ୍ବର୍ଗତ ଧ୍ୟାନଚାନ୍ଦଙ୍କୁ ଭାରତ ରନତ୍ ମିଳିବା କଥା ବୋଲି ସମସ୍ତଙ୍କର ଗୋଟିଏ ମତ ଥିଲା। ପାର୍ଲାମେଣ୍ଟରେ ମଧ୍ୟ ଏହି ପ୍ରସଙ୍ଗ ଉତ୍‌ଥାପିତ ହୋଇଥିଲା ଏବଂ ସମସ୍ତେ ଏହାକୁ ସମର୍ଥନ କରିଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଏହା ସପକ୍ଷରେ ସ୍ବର ଉଠୁଛି। ଏଭଳି ଖେଳାଳିଙ୍କୁ ଭାରତ ସରକାର ଅଣଦେଖା କରିବା କଥା ନୁହେଁ। ଧ୍ୟାନଚାନ୍ଦଙ୍କୁ ଭାରତ ରନତ୍ ମିଳୁବୋଲି ଆମର ଅଭିଯାନ ଜାରି ରହିବ ବୋଲି ପ୍ରକାଶ କରିଥିଲେ ଏହି ପୂର୍ବତନ ଭାରତୀୟ ହକି ଅଧିନାୟକ। ଅନ୍ତର୍ଜାତୀୟ ବାଲୁକାଶୀଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସମାନ ଦାବି ଦୋହରାଇଛନ୍ତି। ଅତୀତରେ ଆମେ ଧ୍ୟାନଚାନ୍ଦଙ୍କୁ ଭାରତ ରନତ୍ ସପକ୍ଷରେ ଯେଉଁ କ୍ୟାମ୍ପେନ କରିଥିଲୁ ତା’ର ସୂତ୍ରଧର ଦିଲୀପ ଥିଲେ। ନୂଆଦିଲ୍ଲୀରେ ବାଲୁକାକଳା ମାଧ୍ୟମରେ ଏହି ଦାବି ଉପସ୍ଥାପିତ କରାଯାଇଥିଲା। ହକିକୁ ନେଇ ଆମେ ଏତେ ଗର୍ବ କରୁଛେ। ଓଡ଼ିଶା ମଧ୍ୟ ସାରା ବିଶ୍ୱରେ ହକିର ନାମକୁ ବହୁ ଉପରେ ପହଞ୍ଚାଇଛି। ସେଥିରେ ଦିଲୀପଙ୍କର ବହୁତ ବଡ଼ ଯୋଗଦାନ ରହିଛି। ଧ୍ୟାନଚାନ୍ଦ ସାରା ବିଶ୍ୱରେ ହକିକୁ ଆଲୋକିତ କରିଛନ୍ତି। ମୋର ବିଶ୍ୱାସ ତାଙ୍କୁ ନିଶ୍ଚିତ ମରଣୋତ୍ତର ଭାରତରନତ୍ ଦିଆଯିବ। ମୁଁ ଜଣେ କଳାକାର ଭାବରେ ମୋ କଳାଦ୍ୱାରା ଅନେକ ସମୟରେ ଧ୍ୟାନଚାନ୍ଦଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି। ଏହା ମାଧ୍ୟମରେ ଏହି ଅଭିଯାନ ଜାରି ରହିବ ବୋଲି ସୁଦର୍ଶନ ପ୍ରକାଶ କରିଛନ୍ତି। ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସତ୍ୟବ୍ରତୋ ରଥ, ବରିଷ୍ଠ କ୍ରୀଡ଼ା ଖବରଦାତା ସମ୍ବିତ ମହାପାତ୍ର, ତପନ ସ୍ବାଇଁ ଏବଂ ଅନେକ କ୍ରୀଡ଼ାପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri