ବଲାଙ୍ଗୀର ସଦର ବ୍ଳକ ପକ୍ଷରୁ ଗାଁକୁ ଚାଲ ଅଭିଯାନ

ବଲାଙ୍ଗୀର ଅଫିସ, ୨୮ା୧:  ବଲାଙ୍ଗୀର ସଦର ବ୍ଳକ୍‌ ପକ୍ଷରୁ ବୁଧବାର ଗାଁକୁ ଚାଲ ଅଭିଯାନର ଶୁଭାରମ୍ଭ କରାଯାଇଛି। ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ବିଡିଓ ବାସୁଦେବ ମହାପାତ୍ର ଓ ବିଭିନ୍ନ ବିଭାଗୀୟ ପ୍ରଶାସନ ଅଧିକାରୀମାନେ ବୈଦିପାଲି ପଞ୍ଚାୟତର ବରଗାଁକୁ ଯାଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଏହାର କାର୍ଯ୍ୟାନ୍ବୟନ, ଯୋଜନା ସୁଫଳ ଓ ଜନସହଭାଗିତା ଉପରେ ଲୋକଙ୍କୁ ଅବଗତ କରିଥିଲେ ା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପାଇବାକୁ ଯୋଗ୍ୟ ହିତାଧିକାରୀ ସାମାନ୍ୟ ତ୍ରୁଟି ଯୋଗୁଁ ଯୋଜନା ସୁଫଳ ପାଇବାରୁ ବଞ୍ଚତ ହୋଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏଭଳି କ୍ଷେତ୍ରରେ ସେମାନେ ଗାଁରୁ ବ୍ଳକ୍‌ ଅଫିସକୁ ଦୌଡି ଖର୍ଚ୍ଚାନ୍ତ ହେବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଏଭଳି ତ୍ରୁଟିକୁ ଦୂର କରିବା ଓ ଲୋକଙ୍କୁ ଯୋଜନା ସୁଫଳ ପାଇବାର ସରଳ ଉପାୟ ଜଣାଇବାର ମହତ୍‌ ଲକ୍ଷ୍ୟ ରଖି ସଦର ବ୍ଳକ୍‌ ପକ୍ଷରୁ ଏହି ଗଁାକୁ ଚାଲ ଅଭିଯାନ ଆରମଭ କରାଯାଇଛି ା ଅଧ୍ୟକ୍ଷ ଗୋଲାପ ବାଗ ଏହାର ନେତୃତ୍ୱ ନେଇଛନ୍ତି ା ବରଗଁାଠାରେ ପଞ୍ଚାୟତର ବିଭିନ୍ନ ଗଁା ଲୋକେ ଜମା ହୋଇ ଅଧିକାରୀଙ୍କୁ ନିଜର ସମସ୍ୟା ଜଣାଇବା ସହ ସମାଧାନ ବାଟ ବାହାର କରିଥିଲେ ା କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ଲବ ବାଗ, ସମିତି ସଭ୍ୟ ସଞ୍ଜୁକ୍ତ ଛତ୍ରିଆ, ଜିଲା ପରିଷଦ ସଦସ୍ୟ ସତ୍ୟନାରାୟଣ ଭୋଇ, ଜିପିଓ ଦାମୋଦର ଦାସ ଓ ଅନ୍ୟମାନଙ୍କ ସହ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ା