ତିହିଡ଼ି ବଜାରରେ କୋଟ୍‌ପା ଚଢ଼ାଉ

ଭଦ୍ରକ,୭।୭ (ସନାତନ ରାଉତ): ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଅବମାନନା ନେଇ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ବଜାରରେ ଚଢ଼ାଉ କରାଯାଇଛି। ୧୪ ଦୋକାନୀଙ୍କଠାରୁ ୨୬୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ଜବତ କରାଯାଇଥିବା ବିକ୍ରି ନିଷେଧ ତମାଖୁ ଜାତୀୟ ଦ୍ରବ୍ୟ ସବୁ ନଷ୍ଟ କରି ଦିଆଯାଇଥିଲା। ତିହିଡ଼ି ଥାନା ଏଏସ୍‌ଆଇ ଶ୍ରୀକାନ୍ତ ନାୟକ ଓ କର୍ମଚାରୀ, ଅବକାରୀ ବିଭାଗର ସଞ୍ଜୟ କୁମାର ପାତ୍ର, ରାମଚନ୍ଦ୍ର ନାୟକ, ଜିଲା ମୁଖ୍ୟ ଡାକ୍ତରଖାନାର ଏପିଡେମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ ରାଉତ ପ୍ରମୁଖ ସ୍କ୍ବାଡ୍‌ରେ ସାମିଲ ଥିଲେ।