Posted inଜାତୀୟ

ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଜନୀତି ନ ହେଉ

ନୂଆଦିଲ୍ଲୀ,୧୦ା୧: ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ। ଏଥିରେ ରାଜନୈତିକ ରଙ୍ଗ ଦିଅ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର କହିଛନ୍ତି। ଡରାଇ, ଧମକାଇ, ପ୍ରଲୋଭନ ଦେଖାଇ କରାଯାଉଥିବା ଧର୍ମାନ୍ତରୀକରଣକୁ ରୋକିବା ନିମନ୍ତେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିଲେ। ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ନିବେଦନ କରାଯାଇଥିଲା। ଏହାର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଖଣ୍ଡପୀଠ ଜଷ୍ଟିସ ଏମ୍‌.ଆର. ଶାହା ଏବଂ ସି. ଟି. ରବିକୁମାର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏହି ମାମଲାରେ ଆଟର୍ନି ଜେନେରାଲ ଆର. ଭେଙ୍କଟରମଣୀଙ୍କୁ ଆମିକସ୍‌ କ୍ୟୁରି ଭାବେ କିମ୍ବା ଅନ୍ୟ କୌଣସି ଉପାୟରେ ସହାୟତା କରିବାକୁ ଖଣ୍ଡପୀଠ ସୋମବାର କହିଛନ୍ତି।

ବଳପୂର୍ବକ ଏବଂ ପ୍ରତାରଣା ଦ୍ୱାରା ଧର୍ମାନ୍ତରୀକରଣକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ଉପାୟ ରହିଛି, ପ୍ରଲୋଭନରେ କିଛି ବି ହୋଇପାରେ। ଯଦି ଏପରି ହେଉଛି, ତେବେ କେବେ ଏବଂ କ’ଣ କରାଯିବା ଉଚିତ? ଏହାକୁ ସୁଧାରିବା ଭଳି ପଦକ୍ଷେପ କ’ଣ ରହିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରି ଆଟର୍ନି ଜେନେରାଲଙ୍କ ସହାୟତା ଲୋଡ଼ିଛନ୍ତି। ହେଲେ ଶୁଣାଣି ଆରମ୍ଭରେ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଓ୍ବିଲ୍‌ସନ ଏହି ଜନସ୍ବାର୍ଥ ମାମଲାକୁ ‘ରାଜନୀତି ଅଭିସନ୍ଧିମୂଳକ’ ବୋଲି ବର୍ଣ୍ଣନା କରିବା ସହ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଧାନପାଳିକା ଉପରେ ଛାଡ଼ିଦେବା ଉଚିତ ବୋଲି କହିଛନ୍ତି। ସେ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ତାମିଲନାଡ଼ୁରେ ୨୦୦୨ରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ ଥିଲା। ତାହାକୁ ୨୦୦୬ରେ ରଦ୍ଦ କରାଯାଇଥିଲା। କାରଣ ଏହା ଲୋକଙ୍କ ଇଚ୍ଛା ଥିଲା। ଏହା ଜାରି ରହିବା ଉଚିତ ଏବଂ ଏନେଇ କୌଣସି ଆଇନ କରିବାକୁ କୋର୍ଟ କୌଣସି ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି ଓ୍ବିଲସନ୍‌ କହିଛନ୍ତି। ତେବେ ତୁମର କ’ଣ ଷ୍ଟାଣ୍ଡ ରହିଛି ବୋଲି ଜଷ୍ଟିସ୍‌ ଶାହାଙ୍କ ପ୍ରଶ୍ନରେ ଆଇନଜୀବୀ ଓ୍ବିଲସନ୍‌ କହିଛନ୍ତି ଯେ, ‘ଆମର ଷ୍ଟାଣ୍ଡ ହେଉଛି ଲୋକେ ନିଷ୍ପତ୍ତି ନିଅନ୍ତୁ। ରାଜ୍ୟରେ ଧର୍ମାନ୍ତରୀକରଣ ଜନିତ କୌଣସି ବିପଦ ନାହିଁ।’ ଏହାସହ ଆବେଦନକାରୀ ଉପାଧ୍ୟାୟ ଜଣେ ଭାଜପା ନେତା ଏବଂ ତାଙ୍କ ବିରୋଧରେ ରାଷ୍ଟ୍ରଦୋହ ମାମଲା ଚାଲିଥିବା ଆଇନଜୀବୀ ଓ୍ବିଲସନ୍‌ ଦର୍ଶାଇଛନ୍ତି। ଏହାର ଜବାବରେ ଖଣ୍ଡପୀଠ କହିଥିଲେ ଯେ, ତୁମର ଏଭଳି କହିବା ପଛରେ ଅନ୍ୟ କାରଣ ଥାଇପାରେ। ଅଦାଲତ କାର୍ଯ୍ୟକୁ ଅନ୍ୟ କଥାରେ ବଦଳାଅ ନାହିଁ। ଆମେ ସମଗ୍ର ଦେଶ ପାଇଁ ଚିନ୍ତିତ। ଯଦି ତୁମ ରାଜ୍ୟରେ ଏଭଳି ଘଟୁଛି ତା’ହେଲେ ଖରାପ। ନ ହେଉଥିଲେ ଭଲ। ଏହାକୁ ଗୋଟିଏ ରାଜ୍ୟ ଉପରେ ଟାର୍ଗେଟ୍‌ ଭାବେ ଦେଖ ନାହିଁ ଏବଂ ଏହାକୁ ରାଜନୈତିକ କରନାହିଁ। ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଆସନ୍ତା ଫେବୃୟାରୀ ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଆବେଦନକାରୀ ଉପାଧ୍ୟାୟ ଯୁକ୍ତି ଦର୍ଶାଇଥିଲେ ଯେ, ଧର୍ମାନ୍ତରୀକରଣ ଏକ ଦେଶବ୍ୟାପୀ ସମସ୍ୟା। ଏଥିରୁ କୌଣସି ଗୋଟିଏ ବି ଜିଲା ମୁକ୍ତ ନୁହେଁ। ଏହାଦ୍ୱାରା ନାଗରିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ଶୁଣାଣି କରି ଖଣ୍ଡପୀଠ କିଛିଦିନ ତଳେ ରାୟ ଦେଇଥିଲେ ଯେ, ବଳପୂର୍ବକ ଧର୍ମାନ୍ତରୀକରଣ ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ। ଏହାସହ ନାଗରିକଙ୍କ ଧାର୍ମିକ ସ୍ବାଧୀନତାକୁ ପ୍ରଭାବିତ କରିପାରେ। ଏହି ଗମ୍ଭୀର ପ୍ରସଙ୍ଗକୁ ମୁକାବିଲା କରିବା ପାଇଁ ଆନ୍ତରିକତାର ସହ ଉଦ୍ୟମ କରିବାକୁ କେନ୍ଦ୍ରକୁ ଖଣ୍ଡପୀଠ କହିଥିଲେ।
ସୂଚନାଥାଉ କି, ଗତ ଶୁଣାଣି ସମୟରେ ଖଣ୍ଡପୀଠ ପିଆଇଏଲ୍‌ରେ ସଂଖ୍ୟାଲଘୁ ଧର୍ମ ବିରୋଧରେ ରହିଥିବା ଅପମାନଜନକ ବିବୃତି ହଟାଇବାକୁ ଆବେଦନକାରୀ ଉପାଧ୍ୟାୟଙ୍କୁ କହିଥିଲେ। ଯେପରି ସେହି ବିବୃତି ରେକର୍ଡରେ ରହିବ ନାହିଁ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ହସ୍ତକ୍ଷେପ ଲୋଡ଼ିଥିବା କେତେକ ଖ୍ରୀଷ୍ଟିଆନ ସଂଗଠନ ପକ୍ଷରୁ ଆଇନଜୀବୀ ଦୁଶ୍ୟନ୍ତ ଦୁବେ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଅନ୍ୟ ଧର୍ମ ବିରୋଧରେ ଅତ୍ୟନ୍ତ ଘୃଣ୍ୟ ଅଭିଯୋଗ କରିଛନ୍ତି। ଏପରି କି ଆବେଦନକାରୀ ଘୃଣା ଭାଷଣ ଦେବା ଯୋଗୁ ତାଙ୍କ ବିରୋଧରେ ମାମଲା ଚାଲୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri