Posted inଜାତୀୟ

ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ଯୁବବର୍ଗ

ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରରେ ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବାରେ ଲାଗିଛି। ତେବେ ଏବେ ବି ଏଠାରେ ୨୧୭ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ। ପାକିସ୍ତାନ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାକାର ଯୁବବର୍ଗଙ୍କୁ ଆତଙ୍କବାଦୀ ତାଲିମ ଦେବା ଲାଗି ଉସୁକାଉଥିବା ରବିବାର ଚିନାର କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡର ଲ୍ୟୁଟନାଟ୍‌ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ୨୦୧୮ ତୁଳନାରେ ୨୦୨୦ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କମ୍‌ ଘଟିଛି।  ସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି।  ସୁଡ଼ଙ୍ଗ ପଥ ଦେଇ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକସ୍ତାନ ଷଡ଼ଯନ୍ତ୍ର ରଚିଛି। ସୁଡ଼ଙ୍ଗ ଠାବ ଲାଗି ଅତ୍ୟାଧୁନିକ ଉପକରଣର ବ୍ୟବହାର କରାଯିବା ସହିତ ଏଲ୍‌ଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି। ଫଳରେ ଅନୁପ୍ରବେଶ ଘଟଣା ୭୦ ପ୍ରତିଶତ ହ୍ରାସ ପାଇଛି। ସୀମାପାର୍‌ରୁ ଡ୍ରୋନ୍‌ ସହାୟତାରେ ଆସୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଘଟଣା ଉପରେ ସତର୍କତା ଅବଲମ୍ବନ କରାଯାଉଛି। ସେହିପରି ସ୍ଥାନୀୟ ଯୁବବର୍ଗଙ୍କୁ ଆତଙ୍କବାଦ ପଥରୁ ଫେରାଇ ଅଣାଯିବା କାର୍ଯ୍ୟ ଜାରି ରହିଛି। ଗତ ମାସରେ ୧୭ ଜଣ ଯୁବକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସରକାରଙ୍କ ସହିତ ଉପଯୁକ୍ତ ଆତ୍ମସମର୍ପଣ ନୀତିରେ ଆମେ କାମ କରୁଛୁ। ଆମେ ନିଶ୍ଚିତ ଯେ, ଏହା ସଫଳ ହେବ। ଯୁବବର୍ଗମାନେ ହିଁ ଏଠାକାର ଭବିଷ୍ୟତ ନୂତନ ଜମ୍ମୁ-କଶ୍ମୀର ଗଠନ ପାଇଁ ସେମାନେ ସମାଜର ବିକାଶ କାର୍ଯ୍ୟ ପ୍ରତି ଆକର୍ଷିତ ହେବା ଆବଶ୍ୟକ। ତେଣୁ ସେମାନେ ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri