ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ନ ହେଉ

ହାତଗଣତି ଶିକ୍ଷକ ନିଆରା ତଥା ଅଭିନବ ଚିନ୍ତାଧାରା ନେଇ ଆଗେଇ ଆସିଲେ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆସିପାରେ। ଏ କ୍ଷେତ୍ରରେ ବିଶ୍ୱଜିତ ପଟ୍ଟନାୟକ ଏକ ଉଲ୍ଲେଖନୀୟ ନାମ। ଆଇଆଇଏମ୍‌ର ଗୁରୁଗମ୍ଭୀର ଶ୍ରେଣୀକକ୍ଷ ଏବଂ କର୍ପୋରେଟ ବୋର୍ଡ ରୁମ୍‌ଗୁଡ଼ିକରେ ‘ଲଗାନ୍‌’ ଭଳି ବ୍ୟବସାୟିକ ଫିଲ୍ମ ପ୍ରଦର୍ଶନ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ନିଜ ସ୍ବପ୍ନ ପଥରେ ଆଗେଇ ସେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ପ୍ରତିଷ୍ଠା କରିଛନ୍ତି। ଧରିତ୍ରୀକୁ ସାକ୍ଷାତକାର ବେଳେ ନିଜ ଦୀର୍ଘ ଯାତ୍ରା ସମ୍ପର୍କରେ କହିଛନ୍ତି ପ୍ରଫେସର
ଡ. ବିଶ୍ୱଜିତ ପଟ୍ଟନାୟକ।

ପ୍ରତିଷ୍ଠା କରିବାକୁ କିପରି ଚିନ୍ତା କଲେ?
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସେଲ୍‌ରୁ ଜଣେ ଅକ୍ୟୁପେସନାଲ ମ୍ୟାନେଜମେଣ୍ଟ ସାଇକୋଲୋଜିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିଲିି। ଶିକ୍ଷାଦାନ ପ୍ରତି ଆକର୍ଷଣ ମୋତେ ଶିକ୍ଷାକ୍ଷେତ୍ରକୁ ଟାଣିନେଇଥିଲା। ମୁମ୍ବାଇସ୍ଥିତ ଭାରତ ସରକାରଙ୍କ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ୨୦୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀରେ ୨୦୦୦ରୁ ଊର୍ଦ୍ଧ୍ୱ ଆଗଧାଡ଼ିର ଏକଜିକ୍ୟୁଟିଭଙ୍କୁ ପ୍ରଶିକ୍ଷଣ ଦେବା ପରେ ଲକ୍ଷ୍ନୌର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟକୁ ଯାଇଥିତ୍ଲି। ସେଠାରେ ମ୍ୟାନେଜମେଣ୍ଟ ଡେଭଲପ୍‌ମେଣ୍ଟର ମୁଁ ପ୍ରତିଷ୍ଠାତା ଅଧ୍ୟକ୍ଷ ହୋଇଥିଲି। ଏସାର୍‌ ଗ୍ରୁପ୍‌ର ଏଚ୍‌ଆର ମୁଖ୍ୟ ହେବା ପରେ ଇନ୍ଦୋର ଆଇଆଇଏମ୍‌ରେ ମଧ୍ୟ ସମାନ ଦାୟିତ୍ୱ ତୁଲାଇଥିତ୍ଲି। ପରେ ଗୁଆହାଟୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ରହିଥିଲି। ଏ ସବୁୁ କ୍ଷେତ୍ରରେ ରହିବା ସତ୍ତ୍ୱେ ମୋର ବିଶ୍ୱାସ ଥିଲା ଯେ ଜଣେ ଯେତେ ଶୀର୍ଷକୁ ଗଲେ ମଧ୍ୟ ନିଜ ରାଜ୍ୟ, ନିଜ ଅଞ୍ଚଳ ପାଇଁ କିଛି କରିବା ଦରକାର। ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିଲି ବୋଲି ଓଡ଼ିଶାର ପିଲାମାନଙ୍କୁ ଏ କ୍ଷେତ୍ରରେ ଉଚ୍ଚଶିକ୍ଷାର ସୁବିଧା ଯୋଗାଇବା ଲାଗି ମୋର ଇଚ୍ଛା ହେଲା। ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇ ଜଣେ ଶିକ୍ଷା ଉଦ୍ୟୋଗୀ ହେବା ଲାଗି ଓଡ଼ିଶା ଫେରିଲି। ଈଶ୍ୱରଙ୍କ କୃପା ଓ ବନ୍ଧୁମାନଙ୍କ ସହଯୋଗରେ ୨୦୦୬ରେ ଏଏସ୍‌ବିଏମ୍‌ ପ୍ରତିଷ୍ଠା ହେଲା।

‘ଲଗାନ୍‌ ପ୍ରଫେସର’ ନାମ କିଭଳି ମିଳିଲା?
ଥରେ ‘ଲଗାନ୍‌’ ଫିଲ୍ମ ଦେଖିତ୍ବା ପାଇଁ ହଲ୍‌କୁ ଯାଇଥିଲି। ପୂରା ସିନେମା ସାଙ୍ଗଠନିକ ଶୈଳୀ ଏବଂ ମାନବ ସମ୍ବଳ ପରିଚାଳନା କାହାଣୀ ଆଧାରିତ। ଜଣେ ନେତୃସ୍ଥାନୀୟ ଲୋକ ପ୍ରତିଭା ଠାବ କରିବା ସହ ଏହାକୁ ନିଜ ସଙ୍ଗଠନର ସଫଳତା ପାଇର୍ଁ ସୁପରିଚାଳନା କରିପାରୁଥିତ୍ବା ଜରୁରୀ, ଯାହା ଆମୀର ଖାନ ଏହି ଚଳଚ୍ଚିତ୍ରରେ କରିଥିଲେ। ତାହା ଦେଖିବା ପରେ ମ୍ୟାନେଜମେଣ୍ଟ ଶିକ୍ଷାରେ ଏହି ସିନେମାର କାହାଣୀ ଉପଯୋଗ କରିହେବ ବୋଲି ମୁଁ ଭାବିଲି। ପ୍ରଥମେ ଆଇଆଇଏମ୍‌-ଇନ୍ଦୋର ଶ୍ରେଣୀ କକ୍ଷରେ ଏହି ଫିଲ୍ମ ପ୍ରଦର୍ଶନ କରାଇଲି। ଏହି ଶୈଳୀ ଅନ୍ତର୍ଜାତୀୟ ସ୍ତରରେ ଅଦୃତ ହେଲା। ବିଭିନ୍ନ କର୍ପୋରେଟ ହାଉସ ଏପରି କି ଆମେରିକାନ୍‌ ସାଇକୋଲୋଜିକାଲ ଆସୋସିଏଶନ୍‌ ଚାଇନାରେ ହେଉଥିତ୍ବା ଅନ୍ତର୍ଜତୀୟ ସମ୍ମିଳନୀରେ ମୁଁ ‘ଲଗାନ୍‌’ କର୍ମଶାଳା ଆୟୋଜନ କରିଥିଲି। ଏହାକୁ ନେଇ ମୋ ଛାତ୍ରୀଛାତ୍ର ବନ୍ଧୁ ଓ ସହକର୍ମୀମାନେ ମୋତେ ‘ଲଗାନ ପ୍ରଫେସର’ ଡାକିବା ଆରମ୍ଭ କରିଦେଲେ।

ଶିକ୍ଷା ବ୍ୟବସ୍ଥା ଅଧ୍ୟୟନ ବ୍ୟତୀତ ପରୀକ୍ଷା କୈନ୍ଦ୍ରିକ କି?
ଶିକ୍ଷା ଜ୍ଞାନର ଆଲୋକରେ ଉଦ୍ଭାସିତ କରେ। ସେହି ଜ୍ଞାନକୁ କୌଶଳରେ ରୂପାନ୍ତରିତ କରିବାକୁ ପଡ଼ିବ। ପୁଣି କୌଶଳକୁ ଦକ୍ଷତା ବା ସାମର୍ଥ୍ୟତାରେ ରୂପାନ୍ତର କରିବାକୁୁ ହେବ। ପରୀକ୍ଷା କେବଳ ଦକ୍ଷତାର ମୂଲ୍ୟାଙ୍କନ କରିବା ଲାଗି କରାଯିବା ଉଚିତ। କିନ୍ତୁ ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ହେବା ଅନୁଚିତ। ଛାତ୍ରୀଛାତ୍ର ପରୀକ୍ଷାରେ କେବଳ ନମ୍ବର ରଖିତ୍ବା ଲାଗି ଅଧ୍ୟୟନ ନ କରି ଜ୍ଞାନ ଆହରଣ ଉପରେ ଗୁରୁତ୍ୱ ଦେବା ଉଚିତ।
ବୃଦ୍ଧି ଲାଗି ଶିକ୍ଷାରେ ସଂଶୋଧନ ଦରକାର କି?
ବ୍ୟବହାରିକ ଉପାଯୋଗ ବିନା ବହି ଜ୍ଞାନ ସହ କେବଳ ଥିଓରି ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ରୋଜଗାର କମ୍‌ ରହିଛି। ନୂଆ ଶିକ୍ଷାନୀତି ଶିକ୍ଷାର ମାନ ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆଉ ଗୋଟିଏ ବିଷୟ ହେଉଛି, କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ହେବା ଉଚିତ।

ଚାପକୁ ଏଏସ୍‌ବିଏମ୍‌ କିପରି ନିୟନ୍ତ୍ରଣ କରେ?
ବର୍ତ୍ତମାନ ପିଢ଼ିର ମହତ୍ତ୍ୱାକାଂକ୍ଷୀ ଛାତ୍ରୀଛାତ୍ର ଜ୍ଞାନରେ ପରିପୂର୍ଣ୍ଣ ଏବଂ ସେମାନଙ୍କ ଶିକ୍ଷଣୀୟ ମନୋଭାବ ରହିଛି। କେବଳ ସେମାନଙ୍କର ଧ୍ୟାନ ରହୁନାହିଁ। ଆମେ ଏହି ସମସ୍ୟା ଦୂର ପାଇଁ ସେମାନଙ୍କ ଲାଗି ମେଣ୍ଟର ନିଯୁକ୍ତ କରିଛୁ। ଏକ ଛୋଟ ଗ୍ରୁପ୍‌ର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତ୍ୟେକ ଶିକ୍ଷକ ଜଣେ ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ଛାତ୍ରମାନଙ୍କୁ ଶିକ୍ଷା ଏବଂ ବ୍ୟକ୍ତିିଗତ ସମସ୍ୟା ଉପରେ ଗାଇଡ୍‌ ଓ କାଉନ୍‌ସେଲ କରୁଛନ୍ତି। ମାହାମାରୀରେ ଏଏସ୍‌ବିଏମ୍‌ ଦେଶର ସର୍ବାଧିକ ଓ୍ବେବିନାର ଏବଂ ଅନ୍‌ଲାଇନ୍‌ ସାର୍ଟିଫିକେଟ କୋର୍ସ ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri