Posted inଜାତୀୟ

ଛାଡ଼ପତ୍ର ପାଇଁ ସମାନ ଆଇନ ହେଉ

ଛାଡ଼ପତ୍ର ପାଇଁ ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ସମାନ ଆଇନ ଓ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉ ବୋଲି କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହାସିନ ଜାହାଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ତଲାକ ଦେବାର ଏକମାତ୍ର ଅଧିକାର ମୁସଲମାନ ପୁରୁଷଙ୍କୁ ଦେଉଥିବା ତଲାକ-ଇ-ହସନ ଓ ନ୍ୟାୟ ବ୍ୟବସ୍ଥା ବାହାରେ ଅନ୍ୟାନ୍ୟ ଛାଡ଼ପତ୍ର ବ୍ୟବସ୍ଥାକୁ ରଦ୍ଦ କରାଯିବାକୁ ସେ ଅନୁରୋଧ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏନେଇ ସୋମବାର ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କ ଆବେଦନକୁ ଅନୁରୂପ ସାଧାରଣ ପ୍ରସଙ୍ଗ ଉଠାଉଥିବା ପିଟିଶନ ସହ ଏକାଠି ଶୁଣାଣି କରିବାକୁ ତାଲିକାଭୁକ୍ତ କରିଛନ୍ତି।
ଶାମିଙ୍କ ସ୍ତ୍ରୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ ପ୍ରକାଶ ପିଟିଶନ ଦାଏର କରିଥିଲେ। ନ୍ୟାୟିକ ବ୍ୟବସ୍ଥା ବାହାରେ ଏକପାଖିଆ ତଲାକ ଏବଂ ତଲାକ-ଇ-ହସନ ବ୍ୟବସ୍ଥାରେ ସେ ଅତିଷ୍ଠ ବୋଲି ଆବେଦନକାରିଣୀ ପିଟିଶନରେ ଦର୍ଶାଇଛନ୍ତି। ସ୍ବାମୀ ମହମ୍ମଦ ଶାମିଙ୍କଠାରୁ ହାସିନ ତଲାକ-ଇ-ହାସନ ବ୍ୟବସ୍ଥାରେ ୨୦୨୨ ଜୁଲାଇ ୨୩ରେ ପ୍ରଥମ ତଲାକ ନୋଟିସ ପାଇଥିଲେ। ଏହା ପରେ ଆବେଦନକାରିଣୀ ତାଙ୍କ ନିକଟ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ସ୍ବାମୀମାନେ ମଧ୍ୟ ସେମାନଙ୍କୁ ମନଇଚ୍ଛା ଏକପାଖିଆ ଭାବେ ଛାଡ଼ପତ୍ର ଦେଇଥିବା ସେ ଜାଣିବାକୁ ପାଇଥିଲେ। ତଲାକ-ଇ-ହସନ ଏବଂ ନ୍ୟାୟ ବ୍ୟବସ୍ଥା ବାହାରେ ଅନ୍ୟାନ୍ୟ ଏକପାଖିଆ ତଲାକ, ଯାହା ଏବେ ମଧ୍ୟ ମୁସଲମାନ ପର୍ସନାଲ ଲ (ଶରିଆତ୍‌),୧୯୩୭ ଅନୁଯାୟୀ ବଳବତ୍ତର ରହିଆସିଛି। ଏକ ବୃହତ୍ତର ପ୍ରସଙ୍ଗ ଦୃଷ୍ଟିରୁ ଏହାର ନ୍ୟାୟିକ ନିର୍ଣ୍ଣୟ ପାଇଁ ଆବେଦନକାରିଣୀ ସର୍ବୋଚ୍ଚ ନ୍ୟାୟାଳୟକୁ ନିବେଦନ କରିଛନ୍ତି। ଶରିଆତ୍‌ରେ ଚଳିଆସୁଥିବା କଠୋର ପ୍ରଥାର ସେ ଶିକାର ହୋଇଥିବା କୋର୍ଟଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri