Odisha Elections 2024
Posted inଜାତୀୟ

ଛାଡ଼ପତ୍ର ପାଇଁ ସମାନ ଆଇନ ହେଉ

ଛାଡ଼ପତ୍ର ପାଇଁ ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ସମାନ ଆଇନ ଓ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଉ ବୋଲି କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହାସିନ ଜାହାଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ତଲାକ ଦେବାର ଏକମାତ୍ର ଅଧିକାର ମୁସଲମାନ ପୁରୁଷଙ୍କୁ ଦେଉଥିବା ତଲାକ-ଇ-ହସନ ଓ ନ୍ୟାୟ ବ୍ୟବସ୍ଥା ବାହାରେ ଅନ୍ୟାନ୍ୟ ଛାଡ଼ପତ୍ର ବ୍ୟବସ୍ଥାକୁ ରଦ୍ଦ କରାଯିବାକୁ ସେ ଅନୁରୋଧ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏନେଇ ସୋମବାର ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କ ଆବେଦନକୁ ଅନୁରୂପ ସାଧାରଣ ପ୍ରସଙ୍ଗ ଉଠାଉଥିବା ପିଟିଶନ ସହ ଏକାଠି ଶୁଣାଣି କରିବାକୁ ତାଲିକାଭୁକ୍ତ କରିଛନ୍ତି।
ଶାମିଙ୍କ ସ୍ତ୍ରୀଙ୍କ ପକ୍ଷରୁ ଆଇନଜୀବୀ ଦୀପକ ପ୍ରକାଶ ପିଟିଶନ ଦାଏର କରିଥିଲେ। ନ୍ୟାୟିକ ବ୍ୟବସ୍ଥା ବାହାରେ ଏକପାଖିଆ ତଲାକ ଏବଂ ତଲାକ-ଇ-ହସନ ବ୍ୟବସ୍ଥାରେ ସେ ଅତିଷ୍ଠ ବୋଲି ଆବେଦନକାରିଣୀ ପିଟିଶନରେ ଦର୍ଶାଇଛନ୍ତି। ସ୍ବାମୀ ମହମ୍ମଦ ଶାମିଙ୍କଠାରୁ ହାସିନ ତଲାକ-ଇ-ହାସନ ବ୍ୟବସ୍ଥାରେ ୨୦୨୨ ଜୁଲାଇ ୨୩ରେ ପ୍ରଥମ ତଲାକ ନୋଟିସ ପାଇଥିଲେ। ଏହା ପରେ ଆବେଦନକାରିଣୀ ତାଙ୍କ ନିକଟ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ସ୍ବାମୀମାନେ ମଧ୍ୟ ସେମାନଙ୍କୁ ମନଇଚ୍ଛା ଏକପାଖିଆ ଭାବେ ଛାଡ଼ପତ୍ର ଦେଇଥିବା ସେ ଜାଣିବାକୁ ପାଇଥିଲେ। ତଲାକ-ଇ-ହସନ ଏବଂ ନ୍ୟାୟ ବ୍ୟବସ୍ଥା ବାହାରେ ଅନ୍ୟାନ୍ୟ ଏକପାଖିଆ ତଲାକ, ଯାହା ଏବେ ମଧ୍ୟ ମୁସଲମାନ ପର୍ସନାଲ ଲ (ଶରିଆତ୍‌),୧୯୩୭ ଅନୁଯାୟୀ ବଳବତ୍ତର ରହିଆସିଛି। ଏକ ବୃହତ୍ତର ପ୍ରସଙ୍ଗ ଦୃଷ୍ଟିରୁ ଏହାର ନ୍ୟାୟିକ ନିର୍ଣ୍ଣୟ ପାଇଁ ଆବେଦନକାରିଣୀ ସର୍ବୋଚ୍ଚ ନ୍ୟାୟାଳୟକୁ ନିବେଦନ କରିଛନ୍ତି। ଶରିଆତ୍‌ରେ ଚଳିଆସୁଥିବା କଠୋର ପ୍ରଥାର ସେ ଶିକାର ହୋଇଥିବା କୋର୍ଟଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri