Categories: ଜାତୀୟ

ହିନ୍ଦୁତ୍ୱ ଏକ ସଂସ୍କାର, ମୋଦି-ଶାହାଙ୍କ ଘରେ ପାଠ କରାଯାଉ ହନୁମାନ ଚାଳିସା ପାଠ, କହିଲା ଶିବସେନା…

ମୁମ୍ବାଇ, ୨୫।୪ : ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶିବସେନାର ମୁଖପତ୍ର ସାମାନାରେ ପ୍ରକାଶିତ ହୋଇଛି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ହିନ୍ଦୁତ୍ୱ ନାମରେ ଆରମ୍ଭ ହୋଇଥିବା ହଙ୍ଗାମାକୁ ସମର୍ଥନ କରାଯାଇପାରିବ ନାହିଁ। ହିନ୍ଦୁତ୍ୱ ଏକ ସଂସ୍କୃତି ଏବଂ ସଂସ୍କାର। ଏହାକୁ ନେଇ ହଙ୍ଗାମା କରାଯିବା ଉଚିତ ନୁହେଁ।

ସାମନାରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ଏହି ରାଜ୍ୟରେ ହନୁମାନ ଚାଳିସା ଜପିବା କରିବା ନିଷେଧ ନୁହେଁ। ଏହା ସତ୍ତ୍ୱେ କାହିଁକି ରାଣା ଦମ୍ପତି ଅମରାବତୀ ଏମ୍‌ପି ନବନୀତ୍‌ ରାଣା ଏବଂ ସ୍ବାମୀ ବିଧାୟକ ରବି ରାଣା ମାତୋଶ୍ରୀ ଆଗରେ ଏହାକୁ ଜପ କରିବାକୁ ଚାହୁଁଥିଲେ?

ଶିବସେନା କହିଛି ଯେ ଯଦି ସେମାନେ ଜାତୀୟସ୍ତରରେ ହନୁମାନ ଚାଳିସା ଜପ କରିବାକୁ ଚାହାଁନ୍ତି, ତେବେ ସେମାନେ ମାତୋଶ୍ରୀ ବଦଳରେ ଲୋକ ସଭା ବାଚସ୍ପତି ଓମ ର୍ବିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘରେ ଜପ କରିବା ଉଚିତ।

ଶିବସେନା ଅଭିଯୋଗ କରିଛି ଯେ, ହନୁମାନ ଚାଳିସା ଉପରେ କୌଣସି ରାଜ୍ୟ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇ ନାହିଁ। ଏହା ସତ୍ତ୍ୱେ ମାତୋଶ୍ରୀକୁ ଯାଇ ଏହାକୁ ପାଠକରିବାର ଜିଦ୍‌ କାହିଁକି? ପ୍ରକୃତ ପକ୍ଷେ, ରାଣା ଦମ୍ପତିଙ୍କ ଦ୍ୱାରା ମୁମ୍ବାଇର ପରିବେଶକୁ ନଷ୍ଟ କରିବାକୁ ଭାଜପା ଯୋଜନା କରିଥିଲା। ସବୁକିଛି ସେହି କ୍ରମ ଅନୁଯାୟୀ କରାଯାଇଥିଲା। ଶିବସେନା କର୍ମୀଙ୍କ ଯୋଗୁ ରାଣା ଦମ୍ପତିଙ୍କ ମାଧ୍ୟମୋ ଭାଜପା କରଥିବା ଯୋଜନା ଫସର ଫାଟି ଯାଇଥିବା ସାମନାରେ ଉଲ୍ଲେଖ କରାଯାଇଛି।

Share