‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’

ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ଭକ୍ତ ପୁରୀକୁ ଆସିଥାନ୍ତି। ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ୪ଟି ଦ୍ୱାର ଯଥା- ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱ ଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତୀ ଦ୍ୱାର ରହିଛି। ଏହି ଚାରିଦ୍ୱାର ଚାରୋଟି ପ୍ରତୀକକୁ ବୁଝାଇଥାଏ। ଶ୍ରୀମନ୍ଦିର ସିଂହଦ୍ୱାର ଧର୍ମ ଓ ଦକ୍ଷିଣ ଦ୍ୱାର ଅର୍ଥର ପ୍ରତୀକ। ସେହିଭଳି ପଶ୍ଚିମ ଦ୍ୱାର କାମନା ଓ ଉତ୍ତର ଦ୍ୱାର ମୋକ୍ଷ ଦ୍ୱାର ଭାବେ ବିବେଚନା କରାଯାଇଥାଏ। ତେଣୁ ଭକ୍ତମାନେ ବିଭିନ୍ନ ଦ୍ୱାର ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ବି.ପି. ଦାଶ କମିଶନଙ୍କ ଅନ୍ତରୀଣ ରିପୋର୍ଟକୁ ଆଳ କରି ଭକ୍ତଙ୍କ ଭାବାବେଗ ସହ ଖେଳୁଛି। ଭକ୍ତଙ୍କୁ ଗୋଟିଏ ଦ୍ୱାରରେ ପ୍ରବେଶ ଏବଂ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ପାଇଁ ଅନୁମତି ଦେଉଛି। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତ ୬ତାରିଖରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକରେ ଏହି ପ୍ରସଙ୍ଗକୁ ନେଇ ହୋହଲ୍ଲା ହୋଇଥିଲା। ଚାରିଦ୍ୱାର ଖୋଲାଯାଉ ନ ଥିବାରୁ ସମ୍ପ୍ରତି ଭକ୍ତମାନେ ଡହଡହ ଖରାରେ ଦହଗଞ୍ଜ ହେଉଛନ୍ତି। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବାଧାଡ଼ି ଲାଗୁଛି। ତେଣୁ ଭକ୍ତଙ୍କ ପାଇଁ ଚାରିଦ୍ୱାର କେବେ ଖୋଲିବ ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା। ଚାରିଦ୍ୱାର ଖୋଲାଯିବା ବୈଠକରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ ସେବାୟତ ଓ ବୁଦ୍ଧିଜୀବୀ ଏନେଇ ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂଲଗ୍ନ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଭକ୍ତ, ପର୍ଯ୍ୟଟକଙ୍କ ସମେତ ପୁରୀ ସହରବାସୀଙ୍କୁ ଯାତାୟାତ ଲାଗି ହଇରାଣ ହେବାକୁ ପଡୁଛି। ସେହିପରି ଶ୍ରୀମନ୍ଦିର ନିକଟରେ ଯଥେଷ୍ଟ ସଂଖ୍ୟକ ପୋଲିସ ମୁତୟନ ରହୁ ନ ଥିବାରୁ ଭିଡ଼ ନିୟନ୍ତ୍ରଣ କରାଯାଇପାରୁନାହିଁ। ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ଅଧିକ ସାଧାରଣରେ ଦାବି ହେଉଛି।
ପୂର୍ବରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା ହେଉଥିବା ବେଳେ କେବଳ ପଶ୍ଚିମଦ୍ୱାର ପଟେ ପରିଚୟପତ୍ର ଦେଖାଇ ପୁରୀବାସୀ ପ୍ରବେଶ କରୁଥିଲେ। କିନ୍ତୁ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ସକାଶେ ଏହି ବ୍ୟବସ୍ଥାକୁ ଏବେ ବନ୍ଦ ରଖାଯାଇଛି। ବିଶେଷକରି ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ପୁରୀବାସୀ ନିୟମିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ପାରୁନାହାନ୍ତି। ସେହିପରି ମହାପ୍ରସାଦ ପାଇବା ପାଇଁ ସେମାନେ ଉତ୍ତରଦ୍ୱାର ସମ୍ମୁଖକୁ ଯାଉଥିବାବେଳେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଫଳରେ ଅନେକ ବ୍ୟକ୍ତିଙ୍କୁ ମହାପ୍ରସାଦ ସେବନରୁ ବଞ୍ଚିତ ହେବାକୁ ପଡୁଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଆଲୋଚନା କରାଯିବା ଉଚିତ୍‌। ଭକ୍ତମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୂର୍ବତନ ନଗରପାଳ ତଥା ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀକୁ ଭକ୍ତଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଛଡ଼ାଯାଉଥିବାରୁ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଆଗକୁ ରଥଯାତ୍ରା ଆସୁଛି। ଏଭଳି ସ୍ଥଳେ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ଯିବା ସୁବିଧା ହେଉନାହିଁ। ତେଣୁ ଚାରିଦ୍ୱାର ଖୋଲାଯିବା ଉଚିତ। ପୁରୀ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ସେମାନଙ୍କୁ ଆଇକାର୍ଡ ଦେଖାଇ ଅତିକମ୍‌ରେ ଦୁଇଟି ଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯାଉ, ଫଳରେ ଅବଢ଼ା ନେବା ଓ ମହାପ୍ରଭୁଙ୍କ ଦର୍ଶନ କରିବାରେ ସୁବିଧା ହେବ ବୋଲି ପ୍ରଧାନ ମତ ଦେଇଛନ୍ତି। ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ଭକ୍ତଙ୍କ ଭାବାବେଗକୁ ପ୍ରଶାସନ ଅଣଦେଖା କରୁଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆହୋଇ ପାଣି ପାଇଁ ଡହଳବିକଳ ହେବା ସହ ଅନେକ ସମୟରେ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିର ପରିସରରେ ମଧ୍ୟ ଭକ୍ତଙ୍କ ଭିଡ଼ ହେଉଛି। ଭକ୍ତମାନେ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଅନେକ ସମୟରେ ବାନ୍ତି କରୁଛନ୍ତି। ଏଥିଯୋଗୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଥିବାରୁ ନୀତି ବିଳମ୍ବ ହେଉଛି। ଅନ୍ୟପକ୍ଷରେ ପୁରୀବାସୀ ମଧ୍ୟ ନିୟମିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ଏସବୁ ଦୃଷ୍ଟିରୁ ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ଉଚିତ। ଅପରପକ୍ଷରେ ସମସ୍ତଙ୍କ ମତାମତ ନିଆଯାଇ ଆଲୋଚନା ମାଧ୍ୟମରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri