‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’

ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ଭକ୍ତ ପୁରୀକୁ ଆସିଥାନ୍ତି। ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ୪ଟି ଦ୍ୱାର ଯଥା- ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱ ଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତୀ ଦ୍ୱାର ରହିଛି। ଏହି ଚାରିଦ୍ୱାର ଚାରୋଟି ପ୍ରତୀକକୁ ବୁଝାଇଥାଏ। ଶ୍ରୀମନ୍ଦିର ସିଂହଦ୍ୱାର ଧର୍ମ ଓ ଦକ୍ଷିଣ ଦ୍ୱାର ଅର୍ଥର ପ୍ରତୀକ। ସେହିଭଳି ପଶ୍ଚିମ ଦ୍ୱାର କାମନା ଓ ଉତ୍ତର ଦ୍ୱାର ମୋକ୍ଷ ଦ୍ୱାର ଭାବେ ବିବେଚନା କରାଯାଇଥାଏ। ତେଣୁ ଭକ୍ତମାନେ ବିଭିନ୍ନ ଦ୍ୱାର ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ବି.ପି. ଦାଶ କମିଶନଙ୍କ ଅନ୍ତରୀଣ ରିପୋର୍ଟକୁ ଆଳ କରି ଭକ୍ତଙ୍କ ଭାବାବେଗ ସହ ଖେଳୁଛି। ଭକ୍ତଙ୍କୁ ଗୋଟିଏ ଦ୍ୱାରରେ ପ୍ରବେଶ ଏବଂ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ ପାଇଁ ଅନୁମତି ଦେଉଛି। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଗତ ୬ତାରିଖରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକରେ ଏହି ପ୍ରସଙ୍ଗକୁ ନେଇ ହୋହଲ୍ଲା ହୋଇଥିଲା। ଚାରିଦ୍ୱାର ଖୋଲାଯାଉ ନ ଥିବାରୁ ସମ୍ପ୍ରତି ଭକ୍ତମାନେ ଡହଡହ ଖରାରେ ଦହଗଞ୍ଜ ହେଉଛନ୍ତି। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବାଧାଡ଼ି ଲାଗୁଛି। ତେଣୁ ଭକ୍ତଙ୍କ ପାଇଁ ଚାରିଦ୍ୱାର କେବେ ଖୋଲିବ ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା। ଚାରିଦ୍ୱାର ଖୋଲାଯିବା ବୈଠକରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ ସେବାୟତ ଓ ବୁଦ୍ଧିଜୀବୀ ଏନେଇ ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂଲଗ୍ନ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଭକ୍ତ, ପର୍ଯ୍ୟଟକଙ୍କ ସମେତ ପୁରୀ ସହରବାସୀଙ୍କୁ ଯାତାୟାତ ଲାଗି ହଇରାଣ ହେବାକୁ ପଡୁଛି। ସେହିପରି ଶ୍ରୀମନ୍ଦିର ନିକଟରେ ଯଥେଷ୍ଟ ସଂଖ୍ୟକ ପୋଲିସ ମୁତୟନ ରହୁ ନ ଥିବାରୁ ଭିଡ଼ ନିୟନ୍ତ୍ରଣ କରାଯାଇପାରୁନାହିଁ। ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ଅଧିକ ସାଧାରଣରେ ଦାବି ହେଉଛି।
ପୂର୍ବରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା ହେଉଥିବା ବେଳେ କେବଳ ପଶ୍ଚିମଦ୍ୱାର ପଟେ ପରିଚୟପତ୍ର ଦେଖାଇ ପୁରୀବାସୀ ପ୍ରବେଶ କରୁଥିଲେ। କିନ୍ତୁ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ସକାଶେ ଏହି ବ୍ୟବସ୍ଥାକୁ ଏବେ ବନ୍ଦ ରଖାଯାଇଛି। ବିଶେଷକରି ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ପୁରୀବାସୀ ନିୟମିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ପାରୁନାହାନ୍ତି। ସେହିପରି ମହାପ୍ରସାଦ ପାଇବା ପାଇଁ ସେମାନେ ଉତ୍ତରଦ୍ୱାର ସମ୍ମୁଖକୁ ଯାଉଥିବାବେଳେ ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଫଳରେ ଅନେକ ବ୍ୟକ୍ତିଙ୍କୁ ମହାପ୍ରସାଦ ସେବନରୁ ବଞ୍ଚିତ ହେବାକୁ ପଡୁଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଆଲୋଚନା କରାଯିବା ଉଚିତ୍‌। ଭକ୍ତମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୂର୍ବତନ ନଗରପାଳ ତଥା ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀକୁ ଭକ୍ତଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଛଡ଼ାଯାଉଥିବାରୁ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଆଗକୁ ରଥଯାତ୍ରା ଆସୁଛି। ଏଭଳି ସ୍ଥଳେ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ଯିବା ସୁବିଧା ହେଉନାହିଁ। ତେଣୁ ଚାରିଦ୍ୱାର ଖୋଲାଯିବା ଉଚିତ। ପୁରୀ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ସେମାନଙ୍କୁ ଆଇକାର୍ଡ ଦେଖାଇ ଅତିକମ୍‌ରେ ଦୁଇଟି ଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯାଉ, ଫଳରେ ଅବଢ଼ା ନେବା ଓ ମହାପ୍ରଭୁଙ୍କ ଦର୍ଶନ କରିବାରେ ସୁବିଧା ହେବ ବୋଲି ପ୍ରଧାନ ମତ ଦେଇଛନ୍ତି। ସାମାଜିକ କର୍ମୀ ଦିଲୀପ ବରାଳ କହିଛନ୍ତି, ଭକ୍ତଙ୍କ ଭାବାବେଗକୁ ପ୍ରଶାସନ ଅଣଦେଖା କରୁଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆହୋଇ ପାଣି ପାଇଁ ଡହଳବିକଳ ହେବା ସହ ଅନେକ ସମୟରେ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିର ପରିସରରେ ମଧ୍ୟ ଭକ୍ତଙ୍କ ଭିଡ଼ ହେଉଛି। ଭକ୍ତମାନେ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଅନେକ ସମୟରେ ବାନ୍ତି କରୁଛନ୍ତି। ଏଥିଯୋଗୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଉଥିବାରୁ ନୀତି ବିଳମ୍ବ ହେଉଛି। ଅନ୍ୟପକ୍ଷରେ ପୁରୀବାସୀ ମଧ୍ୟ ନିୟମିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବାରେ ହଇରାଣ ହେଉଛନ୍ତି। ଏସବୁ ଦୃଷ୍ଟିରୁ ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ଉଚିତ। ଅପରପକ୍ଷରେ ସମସ୍ତଙ୍କ ମତାମତ ନିଆଯାଇ ଆଲୋଚନା ମାଧ୍ୟମରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri