ଏସ୍‌ସିଏସ୍‌ କଲେଜ ବିଶ୍ୱବିଦ୍ୟାଳୟ ହେଉ

ପୁରୀ ଅଫିସ,୨୨।୨: ପୁରୀର ବହୁ ପୁରାତନ କଲେଜ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟକୁ ସରକାର ବିଶ୍ୱବିଦ୍ୟାଳୟ ଘୋଷଣା କରିବାକୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଷଡ଼ଙ୍ଗୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାନସଭାର ବଜେଟ ଅଧିବେଶନରେ ଯୋଗଦେବା ପୂର୍ବରୁ ବିଧାୟକ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଥିବା କହିଛନ୍ତି। ବିଧାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କି, ଭାରତବର୍ଷର ଶ୍ରୀକ୍ଷେତ୍ର ଧାମ ତଥା ପୁରୀ ଜିଲାର ସର୍ବପ୍ରାଚୀନ ମହାବିଦ୍ୟାଳୟ ସାମନ୍ତଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଅଟେ। ବିଶ୍ୱବିଖ୍ୟାତ ଅନ୍ତରୀକ୍ଷ ବୈଜ୍ଞାନିକ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ନାମରେ ନାମିତ ଅଟେ। ୧୯୪୪ ମସିହାରୁ ପ୍ରାୟ ୭ରୁ ଆଠ ଦଶନ୍ଧି ଧରି କେବଳ ପୁରୀ ନୁହେଁ ଓଡ଼ିଶା ଏବଂ ଭାରତ ବର୍ଷରେ ଗୁଣାମତ୍କ ଉଚ୍ଚ ଶିକ୍ଷା ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଏବଂ ବାଣିଜ୍ୟର ୩ଟି ବିଷୟରେ ପ୍ରାୟ ୩୦ଟି ବିଭାଗ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛି। ମହାବିଦ୍ୟାଳୟର ଛାତ୍ରୀଛାତ୍ର ସଂଖ୍ୟା ୪ହଜାରରୁ ଅଧିକ। ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥିତ ହୋଇଛନ୍ତି। ସେହିପରି ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ସହିତ ଓଡ଼ିଆ, ଇଂଲିଶ, ଅର୍ଥନୀତି, ଭୂଗୋଳ, ବାଣିଜ୍ୟ, କମ୍ପୁଟର ବିଜ୍ଞାନ, ଜୀବ ବିଜ୍ଞାନ ଓ ରସାୟନ ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଛି। ଅପରପକ୍ଷେ ମହାବିଦ୍ୟାଳୟରେ ଦକ୍ଷତା ଭିତ୍ତିକ ପାଠ୍ୟକ୍ରମ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ ମଧ୍ୟ ରହିଛି। ମହାବିଦ୍ୟାଳୟର ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଏବଂ ଏହାର ଭୌଗୋଳିକ ଅବସ୍ଥିତି ଓ ପର୍ଯ୍ୟାପ୍ତ ଭିତ୍ତିଭୂମିକୁ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ରାଷ୍ଟ୍ରୀୟ ପ୍ରତ୍ୟାୟନ ଓ ମୂଲ୍ୟାୟନ ପରିଷଦ (ନାକ୍‌୍‌) ଦ୍ୱାରା ଉକ୍ତ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏ ଗ୍ରେଡ୍‌ ଦିଆଯାଇଛି, ଯାହା ମହାବିଦ୍ୟାଳୟର ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ଗୁରୁତ୍ୱପୂଣ୍ଣ ସଫଳତା।
ତେବେ ସରକାର ରାଜ୍ୟର ବିଭିନ୍ନ ଜିଲାର ଅଗ୍ରଣୀ ମହାବିଦ୍ୟାଳୟଗୁଡିକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଉଛନ୍ତି। ଯାହା ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନର ଗୁଣାମତ୍କ ବିକାଶ ହେବା ସଙ୍ଗେ ସଙ୍ଗେ ଉଚ୍ଚ ଶିକ୍ଷାର ପ୍ରସାର ହୋଇପାରିବ। ତେଣୁ ଶିକ୍ଷାର ବିକାଶକୁ ଦୃଷ୍ଟି ତଥା ପୁରୀବାସୀଙ୍କ ଅନୁରୋଧକୁ ରକ୍ଷା କରି ଏସ୍‌ସିଏସ୍‌ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି ବିଧାୟକ ଷଡଙ୍ଗୀ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ପ୍ରତିନିଧି ଦଳରେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ପୁରୀ କଲେଜର ପୂର୍ବତନ ଛାତ୍ର ନେତା ତଥା ଓଡ଼ିଶା ଯୁବ ଚେତନା ସଂଗଠନ ରାଜ୍ୟ ସଭାପତି ବଦ୍ରି ମିଶ୍ର, ଶ୍ରୀଶ୍ରୀ କ୍ଷେତ୍ର ସୂଚନାର ସମ୍ପାଦକ ରାଜେଶ ମହାନ୍ତି, ଛାତ୍ର ନେତା ମଧୁସୂଦନ ମିଶ୍ର, ଜୟନ୍ତ ଦାସ, ଉମାକାନ୍ତ ନାୟକ, ସୋନି ପଣ୍ଡା, ସଂଗ୍ରାମ କାନୁନଗୋ, ବିଦ୍ରୋହ ସିଂହ, ଭାଜପା ଜିଲା ସଭାପତି ଜୟନ୍ତ ଦାଶ, ବିଶ୍ୱଜିତ ମହାନ୍ତି, ଅଭିଜିତ ପଣ୍ଡା, ମିଥୁନ ଜେନା, ସୁମନ୍ତ ମହାରଣା, ଅନିକେତ କର, କାମାକ୍ଷା ସାମନ୍ତରାୟ, ସଞ୍ଜୟ ପ୍ରଧାନ ଏବଂ ପଦିଆ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri