ଏସ୍‌ସିଏସ୍‌ କଲେଜ ବିଶ୍ୱବିଦ୍ୟାଳୟ ହେଉ

ପୁରୀ ଅଫିସ,୨୨।୨: ପୁରୀର ବହୁ ପୁରାତନ କଲେଜ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟକୁ ସରକାର ବିଶ୍ୱବିଦ୍ୟାଳୟ ଘୋଷଣା କରିବାକୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଷଡ଼ଙ୍ଗୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାନସଭାର ବଜେଟ ଅଧିବେଶନରେ ଯୋଗଦେବା ପୂର୍ବରୁ ବିଧାୟକ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଥିବା କହିଛନ୍ତି। ବିଧାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କି, ଭାରତବର୍ଷର ଶ୍ରୀକ୍ଷେତ୍ର ଧାମ ତଥା ପୁରୀ ଜିଲାର ସର୍ବପ୍ରାଚୀନ ମହାବିଦ୍ୟାଳୟ ସାମନ୍ତଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ଅଟେ। ବିଶ୍ୱବିଖ୍ୟାତ ଅନ୍ତରୀକ୍ଷ ବୈଜ୍ଞାନିକ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ନାମରେ ନାମିତ ଅଟେ। ୧୯୪୪ ମସିହାରୁ ପ୍ରାୟ ୭ରୁ ଆଠ ଦଶନ୍ଧି ଧରି କେବଳ ପୁରୀ ନୁହେଁ ଓଡ଼ିଶା ଏବଂ ଭାରତ ବର୍ଷରେ ଗୁଣାମତ୍କ ଉଚ୍ଚ ଶିକ୍ଷା ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଏବଂ ବାଣିଜ୍ୟର ୩ଟି ବିଷୟରେ ପ୍ରାୟ ୩୦ଟି ବିଭାଗ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛି। ମହାବିଦ୍ୟାଳୟର ଛାତ୍ରୀଛାତ୍ର ସଂଖ୍ୟା ୪ହଜାରରୁ ଅଧିକ। ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥିତ ହୋଇଛନ୍ତି। ସେହିପରି ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ସହିତ ଓଡ଼ିଆ, ଇଂଲିଶ, ଅର୍ଥନୀତି, ଭୂଗୋଳ, ବାଣିଜ୍ୟ, କମ୍ପୁଟର ବିଜ୍ଞାନ, ଜୀବ ବିଜ୍ଞାନ ଓ ରସାୟନ ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଛି। ଅପରପକ୍ଷେ ମହାବିଦ୍ୟାଳୟରେ ଦକ୍ଷତା ଭିତ୍ତିକ ପାଠ୍ୟକ୍ରମ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ ମଧ୍ୟ ରହିଛି। ମହାବିଦ୍ୟାଳୟର ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଏବଂ ଏହାର ଭୌଗୋଳିକ ଅବସ୍ଥିତି ଓ ପର୍ଯ୍ୟାପ୍ତ ଭିତ୍ତିଭୂମିକୁ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ରାଷ୍ଟ୍ରୀୟ ପ୍ରତ୍ୟାୟନ ଓ ମୂଲ୍ୟାୟନ ପରିଷଦ (ନାକ୍‌୍‌) ଦ୍ୱାରା ଉକ୍ତ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏ ଗ୍ରେଡ୍‌ ଦିଆଯାଇଛି, ଯାହା ମହାବିଦ୍ୟାଳୟର ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ଗୁରୁତ୍ୱପୂଣ୍ଣ ସଫଳତା।
ତେବେ ସରକାର ରାଜ୍ୟର ବିଭିନ୍ନ ଜିଲାର ଅଗ୍ରଣୀ ମହାବିଦ୍ୟାଳୟଗୁଡିକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଉଛନ୍ତି। ଯାହା ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନର ଗୁଣାମତ୍କ ବିକାଶ ହେବା ସଙ୍ଗେ ସଙ୍ଗେ ଉଚ୍ଚ ଶିକ୍ଷାର ପ୍ରସାର ହୋଇପାରିବ। ତେଣୁ ଶିକ୍ଷାର ବିକାଶକୁ ଦୃଷ୍ଟି ତଥା ପୁରୀବାସୀଙ୍କ ଅନୁରୋଧକୁ ରକ୍ଷା କରି ଏସ୍‌ସିଏସ୍‌ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି ବିଧାୟକ ଷଡଙ୍ଗୀ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ପ୍ରତିନିଧି ଦଳରେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ପୁରୀ କଲେଜର ପୂର୍ବତନ ଛାତ୍ର ନେତା ତଥା ଓଡ଼ିଶା ଯୁବ ଚେତନା ସଂଗଠନ ରାଜ୍ୟ ସଭାପତି ବଦ୍ରି ମିଶ୍ର, ଶ୍ରୀଶ୍ରୀ କ୍ଷେତ୍ର ସୂଚନାର ସମ୍ପାଦକ ରାଜେଶ ମହାନ୍ତି, ଛାତ୍ର ନେତା ମଧୁସୂଦନ ମିଶ୍ର, ଜୟନ୍ତ ଦାସ, ଉମାକାନ୍ତ ନାୟକ, ସୋନି ପଣ୍ଡା, ସଂଗ୍ରାମ କାନୁନଗୋ, ବିଦ୍ରୋହ ସିଂହ, ଭାଜପା ଜିଲା ସଭାପତି ଜୟନ୍ତ ଦାଶ, ବିଶ୍ୱଜିତ ମହାନ୍ତି, ଅଭିଜିତ ପଣ୍ଡା, ମିଥୁନ ଜେନା, ସୁମନ୍ତ ମହାରଣା, ଅନିକେତ କର, କାମାକ୍ଷା ସାମନ୍ତରାୟ, ସଞ୍ଜୟ ପ୍ରଧାନ ଏବଂ ପଦିଆ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?