ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉ

ପୁରୀ ଅଫିସ, ୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କୋଟି କୋଟି ମଣିଷଙ୍କ ଦେବତା। ତାଙ୍କ ବିନା ପୁରୀ, ଓଡ଼ିଶା କିମ୍ବା ଭାରତର ପରିଚୟ ନାହିଁ। ତେଣୁ ପୁରୀର ନାମ ଜଗନ୍ନାଥ ପୁରୀ ନାମରେ ନାମିତ କରାଯିବାକୁ ଦାବି କରି ସାଧୁସନ୍ଥ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଏକାଠି ହୋଇଛନ୍ତି। ଏ ନେଇ ଶୁକ୍ରବାର ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ହୋଟେଲ ନାୟକ ପ୍ଲାଜାରେ ଆୟୋଜିତ ବୈଠକରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ସାଧୁସନ୍ଥ, ସେବାୟତ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସେମାନେ କହିଥିଲେ, ଦେଶ ବିଦେଶରେ ପୁରୀକୁ ଜଗନ୍ନାଥ ପୁରୀ ଭାବେ ପରିଚୟ ମିଳିଥାଏ। ପୂର୍ବରୁ ପୌରାଣିକ ତଥ୍ୟରେ ଏହା ଜଗନ୍ନାଥ ପୁରୀ ଭାବେ ପରିଚିତ ଥିଲା। ଜୟଦେବଙ୍କ ଗୀତଗୋବିନ୍ଦ ଠାରୁ ୧୮୨୩ ମସିହାର ସରକାରୀ କାଗଜପତ୍ରରେ ପୁରୀର ନାମ ଜଗନ୍ନାଥ ପୁରୀ ବୋଲି ଉଲ୍ଲେଖ ରହିଛି। ଭାରତବର୍ଷର ବିଭିନ୍ନ ଧାର୍ମିକ ସ୍ଥାନ ପୁରୀ ନଗରୀ ଯୁକ୍ତ। ଯେପରିକି ଦ୍ୱାରିକା, କାଞ୍ଚତ୍, ମାୟା ଓ ଅବନ୍ତୀ ପୁରୀ। ଏହି ଦୃଷ୍ଟିରୁ ପୁରୀ ନାମକୁ ପରିପୂର୍ଣ୍ଣତା ଓ ଆଧ୍ୟାତ୍ମିକତାଯୁକ୍ତ କରିବା ପାଇଁ ଜଗନ୍ନାଥ ପୁରୀ ନାମରେ ନାମିତ କରାଯିବା ଉଚିତ। ଏ ନେଇ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁରୀ ଏମ୍‌ପି, ସମସ୍ତ ବିଧାୟକ ଓ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ହେବ ବୋଲି ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସମ୍ପାଦକ ରାଜେଶ ମହାନ୍ତି କହିଛନ୍ତି। ବୈଠକରେ ଡ. ହରେକୃଷ୍ଣ ଶତପଥୀ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା, ମହନ୍ତ ରାମକୃଷ୍ଣ ଦାସ, ଗବେଷକ ନରେଶ ଚନ୍ଦ୍ର ଦାଶ, ବଦ୍ରି ମିଶ୍ର, କୈଳାଶ ଚନ୍ଦ୍ର ଟିକାୟତରାୟ, ଚକ୍ରଧର ମହାପାତ୍ର, ହୋଟେଲ ହୋଲି ଡେ ରିସର୍ଟ ପରିଚାଳନା ନିର୍ଦ୍ଦେଶକ ରାଜକିଶୋର ପାତ୍ର, ନାୟକ ବିଚ୍‌ ରିସୋର୍ଟ ପରିଚାଳନା ନିର୍ଦ୍ଦେଶକ ଗିରିଶ ନାୟକ, ରାମଚରଣ ଦାସ, ଶ୍ୟାମପ୍ରକାଶ ସେନାପତି, କୃଷ୍ଣଚନ୍ଦ୍ର ରଥ, ବିପିନ ଦଳେଇ, ମନୋଜ ରଥ, ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପୁରୀର ନାମ ବଦଳାଯାଇ ଶ୍ରୀଜଗନ୍ନାଥ ଧାମ ପୁରୀ ଓ ରେଳ ଷ୍ଟେଶନ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ରେଳଷ୍ଟେଶନ ରଖାଯାଉ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଏ ନେଇ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଷ୍ଟେଶନ ସମ୍ମୁଖରେ ଧାରଣା ଦିଆଯିବା ସହ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଷ୍ଟେଶନ ମ୍ୟାନେଜରଙ୍କୁ ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri