‘ମୋ ବାପା ମା’ଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ’

କଟକ ଅଫିସ,୧୪।୩: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଥମିବାର ନା ନେଉନି। ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ ମଧ୍ୟ ସୋସିଆଲ ମିଡିଆରେ ବିବାଦର ଅନ୍ତ ହେଉନି। ନିକଟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଏକ୍‌ ଟୁଇଟ୍‌ କରିଛନ୍ତି।
ଯେଉଁଥିରେ ସେ ବର୍ଷାଙ୍କୁ ଅନୁରୋଧ କରି ଲେଖିଛନ୍ତି,‘ବାପା ମା’ ସବୁବେଳେ ପିଲାମାନଙ୍କର ଭଲ ଚାହାନ୍ତି। ଆମେ ଜାଣିଛେ କିଏ ଠିକ କିଏ ଭୁଲ। ମୋ ବାପା ଆଇସିୟୁରେ ଅଛନ୍ତି। ତାଙ୍କର ଖୁବ୍‌ କ୍ରିଟିକାଲ କଣ୍ଡିଶନ। ଏଭଳି ଅସମୟରେ ଆଉ ବିଳମ୍ବ ନକରି ଆପୋସ ବୁଝାମଣ କରି ଅଲଗା ହୋଇ ମାନବିକତା ଦେଖାଇବାକୁ ମୁଁ ହାତଯୋଡି ନେହୁରା ହେଉଛି। ସବୁକିଛି ଶେଷ ହେବା ପୂର୍ବରୁ ମୋ ବାପା ମା’ଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ। ମହାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ବୋଲି ଅନୁଭବ ଟୁଇଟରେ ଲେଖିଛନ୍ତି।