Posted inଜାତୀୟ

ମୋତେ ଭାରତରେ ରହିବାକୁ ଦିଅ

ଲକ୍ଷ୍ନୌ,୧୦ା୭: ଅନ୍‌ଲାଇନ୍‌ ଗେମିଂ ଆପ୍‌ ପବ୍‌ଜିରେ ସାକ୍ଷାତ। କିଛିବର୍ଷର ଭାବ ବିନିମୟ ପରେ ପ୍ରେମ। ତା’ପରେ ସରହଦ ଡେଇଁ ଭାରତକୁ ଆସିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ୪ ପିଲାଙ୍କ ମା’ ୩୦ ବର୍ଷୀୟା ସୀମା ଆଉ ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି। ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ନିଜ ପ୍ରେମିକ ସଚିନ ମୀଣାଙ୍କ ସହ ସବୁଦିନ ରହିବା ପାଇଁ ୟୁପିର ଯୋଗୀ ସରକାରଙ୍କୁ ଅନୁମତି ମାଗିଛନ୍ତି। ସେ ହିନ୍ଦୁଧର୍ମ ଗ୍ରହଣ କରିଥିବାରୁ ପାକିସ୍ତାନ ଫେରିଲେ ସେଠାକାର ଲୋକେ ତାଙ୍କୁ ପଥରରେ ଛେଚି ମାରିଦେବେ। ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ ପୂର୍ବକ ଏଠାରେ ରହିବାକୁ ଦିଅନ୍ତୁ ବୋଲି ସୀମା ଅନୁରୋଧ କରିଛନ୍ତି।
୨୦୧୯ରେ ପାକିସ୍ତାନୀ ମହିଳା ସୀମା ହାଇଦର ଓ ସଚିନ ମୋବାଇଲ ଆପ୍‌ ପବ୍‌ଜି ଜରିଆରେ ପରସ୍ପରକୁ ଭେଟିଥିଲେ। ସମୟ ଗଡ଼ିଚାଲିବା ସହ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଚାଲିଥିଲା। ଶେଷରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ନିଜଠାରୁ ୫ ବର୍ଷ ସାନ ଜଣେ ଭାରତୀୟ ଯୁବକଙ୍କ ପ୍ରେମ ସୀମାଙ୍କୁ ସୀମା ଅତିକ୍ରମ କରିବାକୁ ଆକର୍ଷିତ କରିଥିଲା। ଗତ ମାର୍ଚ୍ଚରେ ସୀମା ପାକିସ୍ତାନରୁ ଓ ସଚିନ ଭାରତରୁ ନେପାଳ ଯାଇ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। କାଠମାଣ୍ଡୁରେ ସେମାନେ ୭ ଦିନ ବିତାଇବା ଭିତରେ ମାର୍ଚ୍ଚ ୧୩ରେ ବିବାହ କରିଥିଲେ। ଏଥିସହ ଭବିଷ୍ୟତରେ ପୁଣି ସାକ୍ଷାତ ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସୀମା ନେପାଳ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସୀମା ଓ ସଚିନ ଜଣେ ଓକିଲଙ୍କୁ ବିବାହ ପଞ୍ଜୀକରଣ ପାଇଁ ଅନୁରୋଧ କରିଥିଲେ। ଓକିଲ ଏନେଇ ଥାନାରେ ଜଣାଇବା ପରେ ଜୁଲାଇ ୪ରେ ହରିୟାଣାର ବଲ୍ଲଭଗଡ଼ରେ ପୋଲିସ ସୀମାଙ୍କ ସହ ତାଙ୍କୁ ବେଆଇନ ଭାବେ ଅନୁପ୍ରବେଶ କରାଇବାରେ ସହଯୋଗ ଅଭିଯୋଗରେ ସଚିନ ଓ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରିଥିଲା। ସେତେବେଳେ ଦୁହେଁ ଗଣମାଧ୍ୟମ ଓ ପୋଲିସ ଆଗରେ ନିଜ ପ୍ରେମ କାହାଣୀ ଶୁଣାଇ ଚର୍ଚ୍ଚିତ ହୋଇଥିଲେ। ୩ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେମାନେ ଶନିବାର ଜାମିନରେ ମୁକୁଳିଛନ୍ତି। ଭାରତରେ ସ୍ବାମୀ ସ୍ତ୍ରୀ ଭାବେ ରହିବାକୁ ଅନୁମତି ପ୍ରଦାନ ଲାଗି ଉଭୟେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ସାଉଦି ଆରବରେ ରହି କାମ କରୁଥିବା ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି। ନିଜ ସ୍ତ୍ରୀ ଓ ପିଲାଙ୍କୁ ପାକିସ୍ତାନକୁ ଫେରାଇ ଦେବା ପାଇଁ ସେ ଏଥିରେ ଅନୁରୋଧ କରିଛନ୍ତି। ସୀମାଙ୍କୁ ପବ୍‌ଜି ଜରିଆରେ ପ୍ରଲୋଭନ ଦେଖାଇ ଭାରତକୁ ଅଣାଯାଇଥିବା ଗୁଲାମ ଅଭିଯୋଗ କରିଛନ୍ତି। ଅପ୍ରତ୍ୟାଶିତ ସମର୍ଥନ ପାଇଁ ଭାରତୀୟ ଗଣମାଧ୍ୟମକୁ ଗୁଲାମ କୃତଜ୍ଞତା ଜଣାଇଛନ୍ତି। ଗଣମାଧ୍ୟମ ଯୋଗୁ ହିଁ ସେ ନିଜ ସ୍ତ୍ରୀ ଓ ପିଲାଙ୍କୁ ଠାବ କରିପାରିଥିବା ଉକ୍ତ ଭିଡିଓରେ କହିଛନ୍ତି। ଏହାର ଜବାବରେ ସୀମା କହିଛନ୍ତି, ଗୁଲାମ ତାଙ୍କୁ ମାଡ଼ ମାରି ନିର୍ଯାତନା ଦିଅନ୍ତି। ଏପରି କି ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ମଧ୍ୟ ଦିଅନ୍ତି। ଅକଥନୀୟ ନିର୍ଯାତନା ସହି ନ ପାରି ସେ ଗତ ୪ ବର୍ଷ ହେଲା ସ୍ବାମୀ ଗୁଲାମ ହାଇଦରଠାରୁ ଅଲଗା ରହୁଛନ୍ତି। ଦୁହିଁଙ୍କ ମଧ୍ୟରେ ଆଉ କୌଣସି ସମ୍ପର୍କ ନାହିଁ। ଭାରତରେ ରହିବାକୁ ଦିଆଗଲେ ସଚିନ ତାଙ୍କର ୪ ପିଲାଙ୍କୁ ଆପଣାଇନେବେ। କିନ୍ତୁ ପାକିସ୍ତାନ ଫେରିଲେ ବଞ୍ଚତ୍ ରହିବା ଅସମ୍ଭବ। ସେ ହିନ୍ଦୁଧର୍ମ ଗ୍ରହଣ କରିଥିବାରୁ ସେମାନେ ତାଙ୍କୁ ମାରିଦେବେ ବୋଲି ଏଠାରେ ରହିବାକୁ ଅନୁମତି ପ୍ରଦାନ ସକାଶେ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି। ଗ୍ରେଟର ନଏଡାର ରବୁପୁରାସ୍ଥିତ ସଚିନଙ୍କ ପୈତୃକ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଯୋଡ଼ି ଏବେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri