‘ମଣିଷ ସତ୍ୟର ସନ୍ଧାନୀ ହେଉ’

କଟକ ଅଫିସ,୯।୪: ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟକୁ ଅମୃତମୟ ଦୃଷ୍ଟିରେ ଦେଖିବା, ମଧୁର ବାଣୀ ବିତରଣ କରିବା ଏକାନ୍ତ ଆବଶ୍ୟକ। ନିଜ ସୁଖସ୍ବାଚ୍ଛନ୍ଦ୍ୟ ସହିତ ଅନ୍ୟର ସୁଖଦୁଃଖରେ ଭାଗିଦାର ହେବା ଉଚିତ୍‌। ଏଥିସହ ମଣିଷ ସତ୍ୟର ସନ୍ଧାନୀ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପରାମର୍ଶ ଦେଇଛନ୍ତି। କଟକ ବିଡ଼ାନାସୀସ୍ଥିତ ଶୋଭନୀୟ ଆନ୍ଦୋଳନ କାର୍ଯ୍ୟାଳୟ ପରିସରରେ ୬୧ତମ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ ଓ ଏହାର ପ୍ରତିଷ୍ଠାତା କୁମାର ଭାଇଙ୍କ ୭୬ତମ ଜୟନ୍ତୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟପାଳ ଉଦ୍‌ଘାଟନ କରି ଭଲ ମଣିଷ ହେବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ରାଜ୍ୟ, ଦେଶ, ବିଦେଶରେ ଅଶୋଭନୀୟତାର ନିବାରଣ ଓ ଶୋଭନୀୟତାର ବିକାଶ ପାଇଁ ଏପ୍ରିଲ ୮ ତାରିଖରୁ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଏହି ୧୫ ଦିନିଆ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଶୁଭାରମ୍ଭ କରିଥିଲେ। ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ପାଦିକା ଡ. ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଉତ୍ତର ପ୍ରଦେଶର ସନାତନ ଧର୍ମ ପରିଷଦନ୍ୟାସର ଅଧ୍ୟକ୍ଷ ସନ୍ଥ ଅବଧ ବିହାରୀ ଦାସଜୀ ଯୋଗଦେଇ କହିଥିଲେ, ପ୍ରତ୍ୟେକ ନାରୀ ଦେବୀ ସ୍ବରୂପା ଏବଂ ଶୋଭନୀୟ ଆଚରଣ ଦ୍ୱାରା ସୁଖୀ ସମାଜ ଗଠନ ସମ୍ଭବ ହୁଏ। ସମ୍ମାନିତ ଅତିଥି ଭାରତର ନିର୍ବାଚନ କମିଶନଙ୍କ ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଶୋଭନୀୟ ଆନ୍ଦୋଳନ ଓ ଶିକ୍ଷାଶ୍ରମରେ ଦିଆଯାଉଥିବା ନୈତିକ ଶିକ୍ଷା ଅନ୍ୟ କେଉଁଠି ନାହିଁ ବୋଲି କହିଥିଲେ। ଏହି ଅବସରରେ ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶିକା ଡ. ସେବା ମହାପାତ୍ରଙ୍କୁ ଶୋଭନୀୟ ସେବା ସମ୍ମାନ ଓ ପ୍ରଫେସର ଡାକ୍ତର ଇନ୍ଦିରାଜୀଙ୍କୁ ଶୋଭନୀୟ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା।
ଓଡ଼ିଶୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ପୂର୍ବାହ୍ନରେ ଚେତନାଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିର ଓ କବିତାପାଠ କାର୍ଯ୍ୟକ୍ରମରେ ପ୍ରଫେସର ଯୁଧିଷ୍ଠିର ଖଟୁଆ, ଶିଶୁ ସାହିତି୍ୟକ ରବୀନ୍ଦ୍ରନାଥ ମାଝି, ମହିଜା ଦଳବେହେରା, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ବିଜୟ କୁମାର ନାଥ, ମିନତୀ ଦେବୀ, ଡ. ବନଲତା ଦେବୀ, ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରମୁଖ ଯୋଗଦେଇଥିଲେ। ଶୋଭନୀୟ ବାହିନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବରଦା ମହାନ୍ତି, ମମତା ପ୍ରଧାନ, ଊର୍ମିଳା ବେହେରା, ଅଧ୍ୟାପକ ନିଖିଳେଶ ମହାନ୍ତି, ଅଧ୍ୟାପକ ଇନ୍ଦ୍ରମଣି ନାୟକ, ରାଜାରାଣୀ ତ୍ରିପାଠୀ, ମା’ ଶାରଦା ଦେବୀ, ନିରାକାର ବେଉରା, ଇଂ. ଦୟାନିଧି ରାଉତ, ମାନସ ମଲ୍ଲିକଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ବହୁସଂଖ୍ୟକ ଭକ୍ତ ଓ ସଭ୍ୟାସଭ୍ୟ ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri