‘ମଣିଷ ସତ୍ୟର ସନ୍ଧାନୀ ହେଉ’

କଟକ ଅଫିସ,୯।୪: ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟକୁ ଅମୃତମୟ ଦୃଷ୍ଟିରେ ଦେଖିବା, ମଧୁର ବାଣୀ ବିତରଣ କରିବା ଏକାନ୍ତ ଆବଶ୍ୟକ। ନିଜ ସୁଖସ୍ବାଚ୍ଛନ୍ଦ୍ୟ ସହିତ ଅନ୍ୟର ସୁଖଦୁଃଖରେ ଭାଗିଦାର ହେବା ଉଚିତ୍‌। ଏଥିସହ ମଣିଷ ସତ୍ୟର ସନ୍ଧାନୀ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପରାମର୍ଶ ଦେଇଛନ୍ତି। କଟକ ବିଡ଼ାନାସୀସ୍ଥିତ ଶୋଭନୀୟ ଆନ୍ଦୋଳନ କାର୍ଯ୍ୟାଳୟ ପରିସରରେ ୬୧ତମ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ ଓ ଏହାର ପ୍ରତିଷ୍ଠାତା କୁମାର ଭାଇଙ୍କ ୭୬ତମ ଜୟନ୍ତୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ରାଜ୍ୟପାଳ ଉଦ୍‌ଘାଟନ କରି ଭଲ ମଣିଷ ହେବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ରାଜ୍ୟ, ଦେଶ, ବିଦେଶରେ ଅଶୋଭନୀୟତାର ନିବାରଣ ଓ ଶୋଭନୀୟତାର ବିକାଶ ପାଇଁ ଏପ୍ରିଲ ୮ ତାରିଖରୁ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଏହି ୧୫ ଦିନିଆ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଶୁଭାରମ୍ଭ କରିଥିଲେ। ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ପାଦିକା ଡ. ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଉତ୍ତର ପ୍ରଦେଶର ସନାତନ ଧର୍ମ ପରିଷଦନ୍ୟାସର ଅଧ୍ୟକ୍ଷ ସନ୍ଥ ଅବଧ ବିହାରୀ ଦାସଜୀ ଯୋଗଦେଇ କହିଥିଲେ, ପ୍ରତ୍ୟେକ ନାରୀ ଦେବୀ ସ୍ବରୂପା ଏବଂ ଶୋଭନୀୟ ଆଚରଣ ଦ୍ୱାରା ସୁଖୀ ସମାଜ ଗଠନ ସମ୍ଭବ ହୁଏ। ସମ୍ମାନିତ ଅତିଥି ଭାରତର ନିର୍ବାଚନ କମିଶନଙ୍କ ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଶୋଭନୀୟ ଆନ୍ଦୋଳନ ଓ ଶିକ୍ଷାଶ୍ରମରେ ଦିଆଯାଉଥିବା ନୈତିକ ଶିକ୍ଷା ଅନ୍ୟ କେଉଁଠି ନାହିଁ ବୋଲି କହିଥିଲେ। ଏହି ଅବସରରେ ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶିକା ଡ. ସେବା ମହାପାତ୍ରଙ୍କୁ ଶୋଭନୀୟ ସେବା ସମ୍ମାନ ଓ ପ୍ରଫେସର ଡାକ୍ତର ଇନ୍ଦିରାଜୀଙ୍କୁ ଶୋଭନୀୟ ସମାଜସେବୀ ସମ୍ମାନ ପ୍ରଦାନ କରାଯାଇଥିଲା।
ଓଡ଼ିଶୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ପୂର୍ବାହ୍ନରେ ଚେତନାଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିର ଓ କବିତାପାଠ କାର୍ଯ୍ୟକ୍ରମରେ ପ୍ରଫେସର ଯୁଧିଷ୍ଠିର ଖଟୁଆ, ଶିଶୁ ସାହିତି୍ୟକ ରବୀନ୍ଦ୍ରନାଥ ମାଝି, ମହିଜା ଦଳବେହେରା, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ବିଜୟ କୁମାର ନାଥ, ମିନତୀ ଦେବୀ, ଡ. ବନଲତା ଦେବୀ, ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରମୁଖ ଯୋଗଦେଇଥିଲେ। ଶୋଭନୀୟ ବାହିନୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବରଦା ମହାନ୍ତି, ମମତା ପ୍ରଧାନ, ଊର୍ମିଳା ବେହେରା, ଅଧ୍ୟାପକ ନିଖିଳେଶ ମହାନ୍ତି, ଅଧ୍ୟାପକ ଇନ୍ଦ୍ରମଣି ନାୟକ, ରାଜାରାଣୀ ତ୍ରିପାଠୀ, ମା’ ଶାରଦା ଦେବୀ, ନିରାକାର ବେଉରା, ଇଂ. ଦୟାନିଧି ରାଉତ, ମାନସ ମଲ୍ଲିକଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ବହୁସଂଖ୍ୟକ ଭକ୍ତ ଓ ସଭ୍ୟାସଭ୍ୟ ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri