ବଞ୍ଚିବାକୁ ଦିଅ

ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍‌ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ ନିଷ୍ପତ୍ତି ଆଜି ସମସ୍ତ ପରିବେଶବିତ୍‌ ଏବଂ ପଶୁପକ୍ଷୀପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ମୁଖ୍ୟତଃ ମୟୂର ଏବଂ ହରିଣଙ୍କର ଚରାଭୂମି ଥିବା ଏହି ଜଙ୍ଗଲ ସୁରକ୍ଷା ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ, ସାମାଜିକ ଗଣମାଧ୍ୟମରେ ଜନ ଆନ୍ଦୋଳନ ଏବଂ ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ନିରୀହଙ୍କ ପ୍ରତି ଅତ୍ୟାଚାର ବିରୋଧରେ ମାନବତାର ବିଜୟ ବୋଲି ଧରିନେବାକୁ ହେବ।
ମଣିଷ ଆଗରେ ଏବେ ଦୁଇଟି ବଡ଼ ସମସ୍ୟା ମୁଣ୍ଡ ଟେକିଛି । ଗୋଟିଏ ହେଉଛି ତାପମାତ୍ରାର ଭୟଙ୍କର ବୃଦ୍ଧି ଏବଂ ଅନ୍ୟଟି ହେଉଛି ଭୂତଳ ଜଳର ହ୍ରାସ। ଏହା ବିଶ୍ୱର ମାନବସମାଜ ଏବଂ ଜୀବଜଗତକୁ ପ୍ରଭାବିତ କରୁଛି। ଏ ଦୁଇଟି ସମସ୍ୟାର କାରଣ ଆଉ ନିରାକରଣର ବାଟ ନ ଖୋଜିଲେ ଆମେ ଭବିଷ୍ୟତ ପିଢ଼ିଙ୍କ ପାଇଁ ମୃତ୍ୟୁର କବର ପ୍ରସ୍ତୁତ କରି ରଖୁଛେ ବୋଲି ଭାବିବାକୁ ହେବ।
ଓଡ଼ିଶା କଥା ଆଲୋଚନା ପରିସରକୁ ନିଆଯାଉ। କିଛି ବର୍ଷ ହେବ ଓଡ଼ିଶାର ପ୍ରତ୍ୟେକ ଜିଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପାନୀୟ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ୫ ହଜାରରୁ ଊର୍ଦ୍ଧ୍ୱ ନଳକୂପ ଖନନ କରିଛନ୍ତି। ଏହା ସତ୍ତ୍ୱେ କେତେକ ଜିଲାରେ କେବଳ ଗ୍ରୀଷ୍ମ ଋତୁରେ ନୁହେଁ ବର୍ଷ ସାରା ବି ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହାର ମୁଖ୍ୟ କାରଣ ସ୍ବଳ୍ପ ଜଳ ବୃଷ୍ଟି ଏବଂ ଭୂତଳ ଜଳର ଭୟଙ୍କର ହ୍ରାସ।
ଓଡ଼ିଶା ସରକାରଙ୍କର ପ୍ରଦୂଷଣ ବିଭାଗ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାଯାଏ କି ୨୦୨୦ରୁ ୨୦୨୪ ଭିତରେ ଗଜପତିରେ ୩. ୮୯ ମିଟର, କେନ୍ଦୁଝର ୧. ୨୬ ମିଟର, ବୌଦ୍ଧ ୧. ୫୧ ମିଟର, କଟକ ୧. ୩୮ ମିଟର, ଖୋର୍ଦ୍ଧା ୧. ୪୦ ମିଟର ଏବଂ ରାୟଗଡ଼ା ଜିଲାରେ ୨. ୦୫ ମିଟର ଭୂତଳ ଜଳ ହ୍ରାସ ପାଇଛି। ସରକାର ଏ ଦିଗରେ ବିଭିନ୍ନ ଯୋଜନା ହାତକୁ ନେଇ ସଫଳ ହୋଇ ପାରି ନାହାନ୍ତି। ଏହାର ଅନେକ କାରଣ ରହିଛି। ସରକାରୀ ଭାବରେ ବୃକ୍ଷରୋପଣ ଏବଂ ଜଙ୍ଗଲ ବୃଦ୍ଧିର ମିଛ ରିପୋର୍ଟ, ଶିଳ୍ପାୟନ ଏବଂ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାପକ ବୃକ୍ଷ ଛେଦନ, ଶିଳ୍ପ ସଂସ୍ଥାଗୁଡ଼ିକରେ ଜଳର ବ୍ୟାପକ ବେଆଇନ ବ୍ୟବହାର, ଭୂପୃଷ୍ଠରେ ମାତ୍ରାଧିକ କଂକ୍ରିଟ ଜଙ୍ଗଲ ଏବଂ ଶେଷରେ ସଂଗୃହୀତ ଜଳର ବହୁଳ ବ୍ୟବହାର ଇତ୍ୟାଦି। ଅଧିକାଂଶ ନଦୀ ଏବେ ବାଲିଚର, ଶୁଷ୍କ ଆଉ ବେଗହୀନ। ଏପରିକି ମହାନଦୀ ଏବେ ଜଳହୀନ। ବୋରିଂ କରି ଯେଉଁ ସବୁ ପ୍ରକଳ୍ପ ଚାଲୁଛି ସେଗୁଡ଼ିକ ପାନୀୟ ଜଳ ପରିବର୍ତ୍ତେ କେତେକ ଅସାଧୁ ଲୋକ ତାକୁ ସଂଗ୍ରହ କରି ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ତ କେଉଁଠି ଟ୍ୟାପ ଖୋଲା ହୋଇ ଅନବରତ ପାଣି ଝରୁଛି। ସବୁଥିରେ ସରକାରଙ୍କୁ ଦୋଷ ଦେଇ ହେବନି। ଲୋକେ ସଚେତନ ହେବା ଦରକାର।
ତିରିଶ ବର୍ଷ ପଛକୁ ଫେରିଗଲେ ଦେଖିବା ପରିବେଶର ଉତ୍ତାପ ବୃଦ୍ଧି ଭୟଙ୍କର ନ ଥିଲା। ଖରାଦିନେ ଲୋକେ ବିଞ୍ଚଣାର ବ୍ୟବହାର କରୁଥିଲେ। ଏବେ ଘରେ ଘରେ ଫ୍ରିଜ, କୁଲର, ଏସି। କିନ୍ତୁ ତା’ର ପ୍ରତିକୂଳ ପ୍ରଭାବ ଶରୀର ଆଉ ପରିବେଶ ଉପରେ କ’ଣ ପଡୁଛି ତାକୁ ଆମେ ଅଣଦେଖା କରୁଛେ।ସଚେତନ ହେବା ପାଇଁ ବିଜ୍ଞାପନ ଦିଆହେଉଛି, ସଭା ସମିତିରେ ସଚେତନତାର ବାର୍ତ୍ତା ବଣ୍ଟା ଚାଲିଛି। ଲାଭ କ’ଣ? ତମେ ଯେତେବେଳେ ଅନ୍ୟକୁ ଧ୍ବଂସ କରିବାର କାରଣ ହେବ ନିଜେ ଧ୍ବଂସ ହୋଇଯିବ। ଅତଏବ ହେ ପ୍ରକୃତିର ଶ୍ରେଷ୍ଠ ଜୀବ ନିଜେ ସଚେତନ ହୁଅ, ନିଜେ ବଞ୍ଚ, ଅନ୍ୟକୁ ବଞ୍ଚତ୍ବାକୁ ଦେଇ ମାନବ ଧର୍ମ ସାର୍ଥକ କର।
ମକୁନ୍ଦ ପୁର, ବାଙ୍କୀ
ମୋ : ୯୪୩୭୪୬୮୦୧୬

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri