ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ

ଅନୁଗୋଳ ଅଫିସ, ୨୬ା୭:  ଅନୁଗୋଳ ଜିଲାରେ ବଢ଼ୁଛି ବଳାତ୍କାର ଓ ହତ୍ୟା ମାମଲା। ଗତ ୩ ବର୍ଷ ମଧ୍ୟରେ ଶତାଧିକ ବଳାତ୍କାର ଅଭିଯୋଗ ପୋଲିସ ନିକଟକୁ ଆସିଛି। ହେଲେ ଏସବୁ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଏଯାଏ ମିଳିପାରି ନାହିଁ। ଏହାଛଡ଼ା ଏପରି ଅପରାଧ ଓ ଦଣ୍ଡ ସମ୍ପର୍କରେ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉ ନାହିଁ। ଲୋକ ସମ୍ପର୍କ ବଢ଼ାଇବା ଦିଗରେ ମଧ୍ୟ ପୋଲିସ ଉଦ୍ୟମ କରୁନାହିଁ। ଫଳରେ ଏପରି ଆପରାଧିକ ମାନସିକତା ଥିବା ବ୍ୟକ୍ତିମାନଙ୍କ ମନରେ ଆଇନ ପ୍ରତି ଭୟ ସୃଷ୍ଟି ହେଉନାହିଁ। ଦୃଷ୍ଟାନ୍ତମୂଳକ ଦଣ୍ଡ ଓ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଗଲେ ଏପରି ଜଘନ୍ୟ ଅପରାଧକୁ ରୋକାଯାଇପାରନ୍ତା ବୋଲି ଅନୁଗୋଳବାସୀ ମତ ଦେଇଛନ୍ତି।
୨୦୧୯ ଜାନୁୟାରୀ ୨୦ ତାରିଖରେ ଅନୁଗୋଳ ଥାନା କାଙ୍ଗୁଲା ଅଞ୍ଚଳରେ ଘଟିଥିଲା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା। ବାପାଙ୍କ ପାଇଁ ଖାଇବା ନେଇ ଯାଉଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ଅନାମ ଦେହୁରୀ ବଳାତ୍କାର ପରେ ହତ୍ୟା କରିଥିଲେ। ଏପରି କି ମୃତଦେହକୁ ମଧ୍ୟ ବଳାତ୍କାର କରିବାକୁ ପଛାଇ ନ ଥିଲେ। ଏହି ଘଟଣା ସେତେବେଳେ ଅନୁଗୋଳ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଘଟଣାର ୪ ଦିନ ପରେ ଅଭିଯୁକ୍ତଙ୍କୁ କୋଲକାତାରୁ ଅନୁଗୋଳ ପୋଲିସ ଗିରଫ କରିଥିଲା। ହେଲେ ଏଯାଏ ଏହି ଘଟଣାର ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିପାରି ନାହିଁ। ସେହିପରି ୨୦୧୯ ଜୁଲାଇ ୨୧ ତାରିଖରେ ଅନୁଗୋଳ ସହରରେ ପରିବାର ସହ ଶୋଇଥିବା ଯାଯାବର ସମ୍ପ୍ରଦାୟର ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଅମଲାପଡ଼ା ଅଞ୍ଚଳର ଶିବୁ ପଟ୍ଟାନୟକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ହେଲେ ଦୃଷ୍ଟାନ୍ତମୂଳକ ଦଣ୍ଡ ତ ଦୂରର କଥା ଉକ୍ତ ମାମଲାର ବିଚାର ଏଯାଏ ଶେଷ ହୋଇପାରି ନାହିଁ। ଏହି ଦୁଇ ଚର୍ଚ୍ଚିତ ଘଟଣାରେ ଦଣ୍ଡ ବିଧାନକୁ ଜିଲାବାସୀ ଚାହିଁ ବସିଥିବା ବେଳେ ୨୦୨୧ ଜୁଲାଇ ୨୪ ତାରିଖରେ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳରେ ଘଟିଥିବା କଲେଜ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଦେଇଛି। ଅଭିଯୁକ୍ତମାନେ ସାବାଳକ ହୁଅନ୍ତୁ ବା ନାବାଳକ, ସେମାନଙ୍କ ବିରୋଧରେ କଠୋରରୁ ଅତି କଠୋର ଦଣ୍ଡବିଧାନ କରାଗଲେ ଆଗାମୀ ଦିନରେ ଏପରି ଅପରାଧ ଘଟାଇବାକୁ ଏହି ବିକୃତ ମାନସିକଧାରୀମାନେ ଅନେକ ଥର ଭାବିବାକୁ ବାଧ୍ୟ ହେବେ ବୋଲି ବୁଦ୍ଧଜୀବୀମାନେ କହିଛନ୍ତି।

ଅଭିଯୋଗ ଆସିଲେ ପୋଲିସ ନଜର ରଖନ୍ତା
ଜିଲାର ବିଭିନ୍ନ ଥାନାକୁ ଆସୁଥିବା ବଳାତ୍କାର ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁ ଘଟଣା ଥାନାକୁ ଆସୁନାହିଁ, ତାହା ସମ୍ପର୍କରେ ପୋଲିସ ଜାଣିବା କଷ୍ଟକର ହୋଇପଡ଼ୁଛି। ପିଙ୍କ୍‌ ପାଟ୍ରୋଲିଂ ପରେ ବିଭିନ୍ନ ଘଟଣା ପୋଲିସ ସାମ୍ନାକୁ ଆସିଛି। ଏପରି ଅଭିଯୋଗ ଆସିଲେ ଦୁଷ୍ଟ ପ୍ରକୃତିର ମାନସିକତା ଥିବା ଲୋକମାନଙ୍କ ଉପରେ ପୋଲିସ ନଜର ରଖିପାରିବ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ସମାଜ ବିରୋଧୀ ମାନସିକତା
ନିଶା ପାଇଁ ଅନେକ ବ୍ୟକ୍ତି ବିଚାର ଶକ୍ତି ହରାଇ ବସୁଛନ୍ତି। ଇଣ୍ଟରନେଟ୍‌ରେ ଅଶ୍ଳିଳ ଭିଡିଓ ଦେଖୁଥିବା ପିଲା ପଥଭ୍ରଷ୍ଟ ହେଉଛନ୍ତି। କେତେଜଣ ଲୋକ ସମାଜ ବିରୋଧୀ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି। ସେହିପରି ପରିବାରର ବଡ଼ମାନଙ୍କ ଖରାପ କାର୍ଯ୍ୟ ପିଲାମାନଙ୍କୁ ଏପରି ଅପରାଧୀ କରିଦେଉଛି। ଏଭଳି ମାନସିକଧାରୀଙ୍କ ପାଇଁ କଠୋର ଆଇନ ଲୋଡ଼ା।
-ଡାକ୍ତର ରଶ୍ମିତା ଭଞ୍ଜଦେଓ, ମାନସିକ ରୋଗ ଡାକ୍ତର, ଅନୁଗୋଳ

ଗଳାବାଟ ଦେଇ ଖସି ଯାଉଛନ୍ତି
ଅନେକ ସମୟରେ ଏପରି ଜଘନ୍ୟ ଅପରାଧ କରୁଥିବା ଅଭିଯୁକ୍ତ ଆଇନ୍‌ର ଗଳାବାଟ ଦେଇ ଖସି ଯାଉଛନ୍ତି। ତେଣୁ ଆଇନକୁ ଅତ୍ୟନ୍ତ କଠୋର କରିବାକୁ ପଡ଼ିବ। ବିଚାର ପ୍ରକ୍ରିୟା ଶୀଘ୍ର ଶେଷ କରି ଦଣ୍ଡବିଧାନକୁ ଦୃଢ଼ କରିବାକୁ ହେବ। ସମାଜରେ ଅନୈତିକ କାର୍ଯ୍ୟ ପାଇଁ ଭୟ କମୁଥିବାରୁ ଏଭଳି ଘଟଣା ଅଧିକ ଦେଖାଯାଉଛି। ସମସ୍ତେ ସଜାଗ ରହିଲେ ପରିବର୍ତ୍ତନ ହେବ।
-ଅଧ୍ୟାପିକା ଅଞ୍ଜଳି ତ୍ରିପାଠୀ, ମନସ୍ତତ୍ତ୍ବ ବିଭାଗ, ଅନୁଗୋଳ ମହିଳା କଲେଜ

ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି
ଏଭଳି ଘଟଣା ଜିଲାରେ ବଢ଼ୁଥିବାରୁ ନାବାଳିକା, ଯୁବତୀ ଓ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବାହାରକୁ ଯିବାକୁ ଭୟ କରୁଛନ୍ତି। ପୋଲିସର ଲୋକ ସମ୍ପର୍କ ଅଭାବ ଓ ଅପରାଧୀମାନଙ୍କ ଉପରେ ନଜର ରହୁ ନ ଥିବାରୁ ଅପରାଧ ବଢ଼ିଚାଲିଛି। ଏ ନେଇ ପୋଲିସ ଅଧିକ ସଜାଗ ରହିଲେ ମହିଳାମାନେ ସୁରକ୍ଷିତ ରହିପାରିବେ।
-ସୁଶ୍ରୀ ସଙ୍ଗୀତା ମହାନ୍ତି, ଗୃହିଣୀ,ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri