ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ

ଅନୁଗୋଳ ଅଫିସ, ୨୬ା୭:  ଅନୁଗୋଳ ଜିଲାରେ ବଢ଼ୁଛି ବଳାତ୍କାର ଓ ହତ୍ୟା ମାମଲା। ଗତ ୩ ବର୍ଷ ମଧ୍ୟରେ ଶତାଧିକ ବଳାତ୍କାର ଅଭିଯୋଗ ପୋଲିସ ନିକଟକୁ ଆସିଛି। ହେଲେ ଏସବୁ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଏଯାଏ ମିଳିପାରି ନାହିଁ। ଏହାଛଡ଼ା ଏପରି ଅପରାଧ ଓ ଦଣ୍ଡ ସମ୍ପର୍କରେ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉ ନାହିଁ। ଲୋକ ସମ୍ପର୍କ ବଢ଼ାଇବା ଦିଗରେ ମଧ୍ୟ ପୋଲିସ ଉଦ୍ୟମ କରୁନାହିଁ। ଫଳରେ ଏପରି ଆପରାଧିକ ମାନସିକତା ଥିବା ବ୍ୟକ୍ତିମାନଙ୍କ ମନରେ ଆଇନ ପ୍ରତି ଭୟ ସୃଷ୍ଟି ହେଉନାହିଁ। ଦୃଷ୍ଟାନ୍ତମୂଳକ ଦଣ୍ଡ ଓ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଗଲେ ଏପରି ଜଘନ୍ୟ ଅପରାଧକୁ ରୋକାଯାଇପାରନ୍ତା ବୋଲି ଅନୁଗୋଳବାସୀ ମତ ଦେଇଛନ୍ତି।
୨୦୧୯ ଜାନୁୟାରୀ ୨୦ ତାରିଖରେ ଅନୁଗୋଳ ଥାନା କାଙ୍ଗୁଲା ଅଞ୍ଚଳରେ ଘଟିଥିଲା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା। ବାପାଙ୍କ ପାଇଁ ଖାଇବା ନେଇ ଯାଉଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ଅନାମ ଦେହୁରୀ ବଳାତ୍କାର ପରେ ହତ୍ୟା କରିଥିଲେ। ଏପରି କି ମୃତଦେହକୁ ମଧ୍ୟ ବଳାତ୍କାର କରିବାକୁ ପଛାଇ ନ ଥିଲେ। ଏହି ଘଟଣା ସେତେବେଳେ ଅନୁଗୋଳ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଘଟଣାର ୪ ଦିନ ପରେ ଅଭିଯୁକ୍ତଙ୍କୁ କୋଲକାତାରୁ ଅନୁଗୋଳ ପୋଲିସ ଗିରଫ କରିଥିଲା। ହେଲେ ଏଯାଏ ଏହି ଘଟଣାର ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିପାରି ନାହିଁ। ସେହିପରି ୨୦୧୯ ଜୁଲାଇ ୨୧ ତାରିଖରେ ଅନୁଗୋଳ ସହରରେ ପରିବାର ସହ ଶୋଇଥିବା ଯାଯାବର ସମ୍ପ୍ରଦାୟର ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଅମଲାପଡ଼ା ଅଞ୍ଚଳର ଶିବୁ ପଟ୍ଟାନୟକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ହେଲେ ଦୃଷ୍ଟାନ୍ତମୂଳକ ଦଣ୍ଡ ତ ଦୂରର କଥା ଉକ୍ତ ମାମଲାର ବିଚାର ଏଯାଏ ଶେଷ ହୋଇପାରି ନାହିଁ। ଏହି ଦୁଇ ଚର୍ଚ୍ଚିତ ଘଟଣାରେ ଦଣ୍ଡ ବିଧାନକୁ ଜିଲାବାସୀ ଚାହିଁ ବସିଥିବା ବେଳେ ୨୦୨୧ ଜୁଲାଇ ୨୪ ତାରିଖରେ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳରେ ଘଟିଥିବା କଲେଜ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଦେଇଛି। ଅଭିଯୁକ୍ତମାନେ ସାବାଳକ ହୁଅନ୍ତୁ ବା ନାବାଳକ, ସେମାନଙ୍କ ବିରୋଧରେ କଠୋରରୁ ଅତି କଠୋର ଦଣ୍ଡବିଧାନ କରାଗଲେ ଆଗାମୀ ଦିନରେ ଏପରି ଅପରାଧ ଘଟାଇବାକୁ ଏହି ବିକୃତ ମାନସିକଧାରୀମାନେ ଅନେକ ଥର ଭାବିବାକୁ ବାଧ୍ୟ ହେବେ ବୋଲି ବୁଦ୍ଧଜୀବୀମାନେ କହିଛନ୍ତି।

ଅଭିଯୋଗ ଆସିଲେ ପୋଲିସ ନଜର ରଖନ୍ତା
ଜିଲାର ବିଭିନ୍ନ ଥାନାକୁ ଆସୁଥିବା ବଳାତ୍କାର ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁ ଘଟଣା ଥାନାକୁ ଆସୁନାହିଁ, ତାହା ସମ୍ପର୍କରେ ପୋଲିସ ଜାଣିବା କଷ୍ଟକର ହୋଇପଡ଼ୁଛି। ପିଙ୍କ୍‌ ପାଟ୍ରୋଲିଂ ପରେ ବିଭିନ୍ନ ଘଟଣା ପୋଲିସ ସାମ୍ନାକୁ ଆସିଛି। ଏପରି ଅଭିଯୋଗ ଆସିଲେ ଦୁଷ୍ଟ ପ୍ରକୃତିର ମାନସିକତା ଥିବା ଲୋକମାନଙ୍କ ଉପରେ ପୋଲିସ ନଜର ରଖିପାରିବ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ସମାଜ ବିରୋଧୀ ମାନସିକତା
ନିଶା ପାଇଁ ଅନେକ ବ୍ୟକ୍ତି ବିଚାର ଶକ୍ତି ହରାଇ ବସୁଛନ୍ତି। ଇଣ୍ଟରନେଟ୍‌ରେ ଅଶ୍ଳିଳ ଭିଡିଓ ଦେଖୁଥିବା ପିଲା ପଥଭ୍ରଷ୍ଟ ହେଉଛନ୍ତି। କେତେଜଣ ଲୋକ ସମାଜ ବିରୋଧୀ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି। ସେହିପରି ପରିବାରର ବଡ଼ମାନଙ୍କ ଖରାପ କାର୍ଯ୍ୟ ପିଲାମାନଙ୍କୁ ଏପରି ଅପରାଧୀ କରିଦେଉଛି। ଏଭଳି ମାନସିକଧାରୀଙ୍କ ପାଇଁ କଠୋର ଆଇନ ଲୋଡ଼ା।
-ଡାକ୍ତର ରଶ୍ମିତା ଭଞ୍ଜଦେଓ, ମାନସିକ ରୋଗ ଡାକ୍ତର, ଅନୁଗୋଳ

ଗଳାବାଟ ଦେଇ ଖସି ଯାଉଛନ୍ତି
ଅନେକ ସମୟରେ ଏପରି ଜଘନ୍ୟ ଅପରାଧ କରୁଥିବା ଅଭିଯୁକ୍ତ ଆଇନ୍‌ର ଗଳାବାଟ ଦେଇ ଖସି ଯାଉଛନ୍ତି। ତେଣୁ ଆଇନକୁ ଅତ୍ୟନ୍ତ କଠୋର କରିବାକୁ ପଡ଼ିବ। ବିଚାର ପ୍ରକ୍ରିୟା ଶୀଘ୍ର ଶେଷ କରି ଦଣ୍ଡବିଧାନକୁ ଦୃଢ଼ କରିବାକୁ ହେବ। ସମାଜରେ ଅନୈତିକ କାର୍ଯ୍ୟ ପାଇଁ ଭୟ କମୁଥିବାରୁ ଏଭଳି ଘଟଣା ଅଧିକ ଦେଖାଯାଉଛି। ସମସ୍ତେ ସଜାଗ ରହିଲେ ପରିବର୍ତ୍ତନ ହେବ।
-ଅଧ୍ୟାପିକା ଅଞ୍ଜଳି ତ୍ରିପାଠୀ, ମନସ୍ତତ୍ତ୍ବ ବିଭାଗ, ଅନୁଗୋଳ ମହିଳା କଲେଜ

ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି
ଏଭଳି ଘଟଣା ଜିଲାରେ ବଢ଼ୁଥିବାରୁ ନାବାଳିକା, ଯୁବତୀ ଓ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବାହାରକୁ ଯିବାକୁ ଭୟ କରୁଛନ୍ତି। ପୋଲିସର ଲୋକ ସମ୍ପର୍କ ଅଭାବ ଓ ଅପରାଧୀମାନଙ୍କ ଉପରେ ନଜର ରହୁ ନ ଥିବାରୁ ଅପରାଧ ବଢ଼ିଚାଲିଛି। ଏ ନେଇ ପୋଲିସ ଅଧିକ ସଜାଗ ରହିଲେ ମହିଳାମାନେ ସୁରକ୍ଷିତ ରହିପାରିବେ।
-ସୁଶ୍ରୀ ସଙ୍ଗୀତା ମହାନ୍ତି, ଗୃହିଣୀ,ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri