Categories: ଜାତୀୟ

ଦେଶ ପାଇଁ ସବୁ ରାଜ୍ୟ ଏକାଠି କରନ୍ତୁ କାମ: ମୋଦି

ଚଣ୍ଡିଗଡ,୨୮।୧୦: ହରିୟାଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ଚିନ୍ତନ ଶିବିରର ଆଜି ଶେଷ ଦିନ। ପ୍ରଥମ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ସହିତ ଏହି ଚିନ୍ତନ ଶିବିର ଆରମ୍ଭ କରିଥିଲେ। ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗୃହମନ୍ତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ପର୍ବପର୍ବାଣିର ସିଜିନ୍‌ ଚାଲିଛି। ଶାନ୍ତିପୂର୍ଣ୍ଣ ଭାବରେ ଏହିସବୁ ପର୍ବ ପାଳନ କରିବା ଉଚିତ୍‌। ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟରୁ ଶିଖନ୍ତୁ। ସ୍ବାଧୀନତାର ଅମୃତକାଳ ଆମ ସାମ୍ନାରେ ଅଛି। ଆଗାମୀ ୨୫ ବର୍ଷ ଦେଶରେ ଏକ ଅମୃତ ପିଢି ନିର୍ମାଣ ହେବାର ଅଛି। ଯଦିଓ ଆଇନ ଏବଂ ଶୃଙ୍ଖଳା ସମ୍ବିଧାନରେ ରାଜ୍ୟମାନଙ୍କର ଦାୟିତ୍ୱ ଅଟେ, କିନ୍ତୁ ସେମାନେ ଦେଶର ଏକତା ଏବଂ ଅଖଣ୍ଡତା ସହିତ ସମାନ ଭାବରେ ଜଡିତ। ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖନ୍ତୁ, ପରସ୍ପରଠାରୁ ପ୍ରେରଣା ନିଅନ୍ତୁ।
ସୁରଜକୁଣ୍ଡରେ ଆୟୋଜିତ ଏହି ଧ୍ୟାନ ଶିବିରରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀମାନେ ଜଡିତ ଅଛନ୍ତି। ଚିନ୍ତନ ଶିବୀରରେ ସାଇବର ଅପରାଧ, ଡ୍ରଗ ଚୋରା ଚାଲାଣ, ସୀମା ପରିଚାଳନା, ଉଗ୍ରବାଦ ଭଳି ଅନେକ ଆହ୍ବାନ ଉପରେ ମନ୍ଥନ ଚାଲିଛି।

Share