Posted inଫୁରସତ

ସଂସ୍କାରରୁ ଜଣାପଡ଼ିଥାଏ ଶିକ୍ଷା

ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ରହୁଥିବା ଜଣେ ମେଧାବୀ ଛାତ୍ର ସମାଜ ପାଇଁ କିଛି କରିବା ଆଉ ଆଗାମୀ ପିଢ଼ି ତା’ର ସୁଫଳ ପାଇବେ ସେ ସମସ୍ତ ପରିକଳ୍ପନା ମଧ୍ୟରେ ପୁରୁଣା କାଳର ଗୁରୁକୁଳ ଶିକ୍ଷା ବିଂଶ ଶତାବ୍ଦୀରେ ଟାଇମ୍ସ ଗୁରୁକୁଳ ନାମରେ ଏକ ଆଧୁନିକ ଗୁରୁକୁଳ ଶିକ୍ଷାନୁଷ୍ଠାନର ଆରମ୍ଭ ହୋଇଥିଲା। ବହୁ ଘାତପ୍ରତିଘାତ ମଧ୍ୟରେ ସେ ତାଙ୍କର ସ୍ବପ୍ନର ଅନୁଷ୍ଠାନକୁ ଶିଖରରେ ପହଞ୍ଚାଇବାରେ ପ୍ରାୟ ସଫଳ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ସେହି ଆଧୁନିକ ଗୁରୁକୁଳ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ. ଶାରଦା ପ୍ରସାଦ ମିଶ୍ରଙ୍କ ସହ ଧରିତ୍ରୀର ବିଶେଷ ବାର୍ତ୍ତାଳାପ…

ପ୍ର- ସାମାଜିକ କାର୍ଯ୍ୟକଳାପରୁ ଶିକ୍ଷାନୁଷ୍ଠାନର ପରିକଳ୍ପନା କିଭଳି ସୃଷ୍ଟି ହୋଇଥିଲା?
ଉ- ଭୁବନେଶ୍ୱରରେ ଜନ୍ମ ହୋଇଥିବାରୁ ସହର ଆମ ପାଇଁ ବେଶ୍‌ ପରିଚିତ ଥିଲା। ଏଠାରେ ପାଠପଢ଼ା ସାଙ୍ଗକୁ ଉଭୟ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ମୁଁ ଓତପ୍ରୋତ ଭାବେ ଜଡ଼ିତ ହେଉଥିଲି। ଏପରିକି ସମୟ କ୍ରମେ ମନରେ କିଛି ନୂଆ କରିବାର ଆଶା ଓ ଆକାଂକ୍ଷାରୁ ସୃଷ୍ଟି ହୋଇଥିଲା ଏକ ଭିନ୍ନ ଧରଣର ଶିକ୍ଷାନୁଷ୍ଠାନର ପରିକଳ୍ପନା। ବିଂଶ ଶତାବ୍ଦୀରେ ବିଗିଡ଼ିଯାଉଥିବା ଶିକ୍ଷାକୁ ଭିନ୍ନ ଏକ ପରିଭାଷାରେ ପ୍ରତିଷ୍ଠା କରିବାର ଲକ୍ଷ୍ୟରେ ସୃଷ୍ଟି ହୋଇଥିଲା ସହରର ପ୍ରଥମ ଗୁରୁକୁଳଭିତ୍ତିକ ଶିକ୍ଷାନୁଷ୍ଠାନ। ବହୁ ଘାତପ୍ରତିଘାତ ଓ କଠିନ ପରିଶ୍ରମ ପରେ ଆରମ୍ଭ ହୋଇଥିଲା ଗୁରୁକୂଳ ଶିକ୍ଷାଦାନ।
ପ୍ର- ବର୍ତ୍ତମାନର ଶିକ୍ଷା ପଦ୍ଧତି ଆଜିର ଛାତ୍ର ସମାଜ ପାଇଁ କେତେ ଉପଯୋଗୀ ?
ଉ- ବର୍ତ୍ତମାନର ଶିକ୍ଷାଦାନ ଭିନ୍ନ ଏକ ମାନସିକତାରେ ଅଗ୍ରସର ହେଉଛି। ଉଭୟ ଶିକ୍ଷାନୁଷ୍ଠାନ ଓ ଅଭିଭାବକ ନମ୍ବର ପଛରେ ପଡ଼ିଛନ୍ତି। କେବେ ଭାବି ନାହାନ୍ତି ବର୍ତ୍ତମାନ ସମୟ ପାଇଁ ଶିକ୍ଷା ଯେତିକି ପରିମାଣର ଆବଶ୍ୟକ ଓ ଦକ୍ଷତା ବୃଦ୍ଧି ମଧ୍ୟ ସମପରିମାଣରେ ଆବଶ୍ୟକ ହୋଇଥାଏ। ହେଲେ ସର୍ବୋପରି ପାଠ ସହ ଭଲ ମଣିଷ ହେବାକୁ ପ୍ରାୟ ଅଭିଭାବକ ଇଚ୍ଛା ପ୍ରକାଶ କରିଥାନ୍ତି। ଆଗାମୀ ଦିନରେ ମଧ୍ୟ ଶିକ୍ଷାର ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି, ନଚେତ୍‌ ନମ୍ବର ପଛରେ ପଡ଼ି ପିଲାର ଭବିଷ୍ୟତ ଅନ୍ଧାର ହୋଇଯିବ। ସେ ଯେଉଁ ଶିକ୍ଷା ପ୍ରତି ଅଧିକ ଇଚ୍ଛା ପ୍ରକାଶ କରୁଛି ତାକୁ ସେହି ଶିକ୍ଷା ପ୍ରଦାନ କରିବାକୁ ହେବ।
ପ୍ର- ଜାତୀୟ ଶିକ୍ଷା ନୀତିକୁ କିଭଳି ଦେଖୁଛନ୍ତି? ଏହା ବିଶେଷ କରି ଓଡ଼ିଶାରେ କିଭଳି ପ୍ରଭାବ ପକାଇବ ବୋଲି ଭାବୁଛନ୍ତି?
ଉ- ଦୀର୍ଘ ବର୍ଷର ପାଠପଢ଼ା ଶେଷକରି ପିଲାଟି ଶେଷରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚତ୍ଥାଏ। ହେଲେ ବର୍ତ୍ତମାନ ଯେଉଁ ଜାତୀୟ ଶିକ୍ଷାନୀତି ବିଷୟରେ ଚର୍ଚ୍ଚା ହେଉଛି, ତାହା ଏକ ପ୍ରକାର ଭିନ୍ନ ରହିଛି। ସେଥିରେ ସବୁ କ୍ଷେତ୍ରର ବିକାଶ ହୋଇପାରିଲା ଭଳି ଶିକ୍ଷା ପଦ୍ଧତିକୁ ପ୍ରଚଳନ କରାଇବାର ବ୍ୟବସ୍ଥା ରହିଛି। ଯେ ପର୍ଯ୍ୟନ୍ତ ତାହା ଲାଗୁ ନ ହୋଇଛି, ସେ ବିଷୟରେ ବିସ୍ତୃତ ଆଲୋକପାତ କରିବା ବାହୁଲ୍ୟ ହେବ ବୋଲି ମୁଁ ଜଣେ ଶିକ୍ଷାବିତ୍‌ ଭାବେ ଆଶା କରୁଛି।
ପ୍ର- ଟିଏସ୍‌ଜି ଗୁରୁକୁଳ କ’ଣ ପାଇଁ ସ୍ବତନ୍ତ୍ର ଓ କାହିଁକି ଜଣେ ଅଭିଭାବକ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନ ଛାଡ଼ି ଏଠାରେ ପଢ଼ାଇବେ?
ଉ- ଶିକ୍ଷାନୁଷ୍ଠାନ ତ ସବୁ ସମାନ, ହେଲେ କେଉଁଠି କିଛି କିଛି ଭିନ୍ନତା ରହିଥାଏ। ହେଲେ ଟିଏସ୍‌ଜି ଗୁରୁକୁଳ ରାଜ୍ୟରେ ଏଭଳି ଏକ ଘରୋଇ ଶିକ୍ଷାନୁଷ୍ଠାନ, ଯାହା ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ସହ ତୁଳନା କରି ନ ଥାଏ। କାରଣ ଏଠାରେ ଖାଲି ଯେ ପାଠପଢ଼ା ହୁଏ କିମ୍ବା ଅନ୍ୟ ସ୍କୁଲ ଭଳି ବୋର୍ଡିଂ କିମ୍ବା ଡେ ବୋର୍ଡିଂର ସେବା ଓ ସୁବିଧା ଯୋଗାଇ ଦିଆଯାଏ ନାହିଁ। ଏପରି କି ପିଲା ପ୍ରଥମେ ଅନୁଭବ କରିଥାଏ ଯେ ତା’ର ଆଉ ଗୋଟିଏ ଘର ମଧ୍ୟ ଅଛି। ବିଶେଷକରି ପିଲାର ଶିକ୍ଷାଠାରୁ ଆରମ୍ଭ କରି ସଂସ୍କୃତି ଏବଂ ଆଚରଣ ଓ ଉଚ୍ଚାରଣର ବିକାଶ ସାଙ୍ଗକୁ ନିଜର ଦକ୍ଷତା କ୍ଷେତ୍ରରେ ମଧ୍ୟ ପରିପ୍ରକାଶ ପାଇଁ ଆବଶ୍ୟକ ସୁବିଧା ଏଠାରେ ମିଳିଥାଏ। ସେହିଭଳି ଅନ୍ୟ ସ୍କୁଲ ଭଳି ପରୀକ୍ଷାରେ ମଧ୍ୟ ଭଲ ଫଳାଫଳ ହାସଲ କରିବା ପାଇଁ ଆବଶ୍ୟକ ପରିଶ୍ରମ ଉଭୟ ପିଲା ଓ ଶିକ୍ଷକ ମିଳିତ ଭାବେ ପ୍ରୟାସ କରିଥାନ୍ତି, ଯାହା ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ନ ଥିବ। ଏପରି କି ଉଚ୍ଚଶିକ୍ଷା ପରେ ପିଲା ଜଣେ ସଂସ୍କାରୀ ମଣିଷ ଭାବେ ଦୁନିଆରେ ପରିଚିତ ହୋଇଥାଏ। ଏଭଳି ଅନେକ ଉଦାହରଣ ରହିଛି, ଯେଉଁଥିପାଇଁ ଅଭିଭାବକ ଜଣକ ତା’ର ପିଲାକୁ ବିନା କୌଣସି ବାଧାରେ ଆମ ପାଖରେ ଛାଡ଼ି ଦେଇଯାଇଥାଏ।
ପ୍ର- ପ୍ରତିଯୋଗିତାମୂଳକ ବଜାରରେ ଏଭଳି ଏକ ଭିନ୍ନ ଧରଣର ପ୍ରତିଷ୍ଠାନକୁ କିଭଳି ପରିଚାଳିତ କରୁଛନ୍ତି?
ଉ- ବର୍ତ୍ତମାନ ସବୁ କ୍ଷେତ୍ରରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ପ୍ରତିଷ୍ଠାନକୁ ପରିଚାଳନା କରିବା କଷ୍ଟକର ହେଲେ ମଧ୍ୟ ଏକ ଭିନ୍ନ ପରିବେଶ ଓ ଶିକ୍ଷା ପ୍ରତି ରହିଥିବା ଦୁର୍ବଳତା ଯୋଗୁ ତାହା ଆଗକୁ ଆଗକୁ ବଢ଼ିଚାଲିଛି।
ପ୍ର- ଆଗାମୀ ଦିନର କାର୍ଯ୍ୟକ୍ରମ ଓ ଯୋଜନା କ’ଣ ରହିଛି?
ଉ- ମଣିଷର ମନ ସର୍ବଦା ବିଚଳିତ ହୋଇଥାଏ। ଏପରି କି ସେ ବହୁତ କିଛି କରିବାର ଆଶା କରିଥିଲେ ମଧ୍ୟ ତାହା ଆଶାରେ ରହିଯାଏ। କେତେକ ଆଶା ପୂରଣ ହେଲେ ମଧ୍ୟ ମନର ଆକାଂକ୍ଷା ପୂରଣ ହୋଇ ନ ଥାଏ। ବର୍ତ୍ତମାନ ଟାଇମ୍ସ ଗ୍ରୁପ୍‌ ଟିଏସ୍‌ଜି ଗୁରୁକୁଳ ସ୍କୁଲ ଏବଂ ସାଇ ସବୁରୀ ନର୍ସିଂ ଆଣ୍ଡ ହେଲ୍‌ଥ ସାଇନ୍ସ କଲେଜ ସାଙ୍ଗକୁ ଏକ ମଧ୍ୟମ ବର୍ଗର ଚିକିତ୍ସାଳୟ ସାଇ ସବୁରୀ ହସ୍ପିଟାଲ ମଧ୍ୟ ରହିଛି। ସେସବୁର ବିକାଶ ଓ ସଫଳତା ପାଇଁ ଆବଶ୍ୟକ ଭିତ୍ତିଭୂମିର ଉନ୍ନତୀକରଣ କରାଯାଉଛି। ଆଗାମୀ ଦିନରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ମନୋରମ ପରିବେଶ ମଧ୍ୟରେ ଶାନ୍ତିନିକେତନ ବା ପ୍ଲିଜାଣ୍ଟ ହୋମ୍‌ ପ୍ରତିଷ୍ଠା କରି ସବୁ ବର୍ଗର ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri