ଲେସର ହୁଇଷ୍ଟଲିଙ୍ଗଙ୍କ ଜଳକ୍ରୀଡ଼ା

କେନ୍ଦୁଝର,୩।୧(ସ୍ବ.ପ୍ର.) କେନ୍ଦୁଝରଗଡ଼ ପୌରପାଳିକାର ମାଧପୁରଠାରେ ଥିବା କୃଷି ବିଭାଗର ଫାର୍ମ ପୋଖରୀରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି। ଲେସର ହୁଇଷ୍ଟଲିଙ୍ଗ ଡକ୍‌ ନାମକ ଏହି ପକ୍ଷୀ ପ୍ରଥମ ଥର ପାଇଁ କେନ୍ଦୁଝରକୁ ଏତେ ସଂଖ୍ୟାରେ ଆସିଥିବା କୁହାଯାଉଛି। ଏହି ପକ୍ଷୀ ଗୋଆ ଏବଂ ପଶ୍ଚିମବଙ୍ଗର କେତେକ ହ୍ରଦରେ ଶୀତ ଋତୁରେ ପ୍ରାୟତଃ ଦେଖିବାକୁ ମିଳିଥାଏ। କୌଣସି କାରଣରୁ ବାସହରା ହୋଇ ସୁରକ୍ଷିତ ସ୍ଥାନ ଖୋଜି ଏଠାକୁ ଆସିଥିବା କୁହାଯାଉଛି। ରାସ୍ତା ପାର୍ଶ୍ୱରେ ଏହି ପୋଖରୀ ଥିଲେ ମଧ୍ୟ ପୋଖରୀ ଚର୍ତୃପାର୍ଶ୍ୱରେ ଗଛ ଏବଂ ବୁଦାଥିବାରୁ ପକ୍ଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି।
ସୋମବାର ସକାଳୁ ବିଦେଶୀ ପକ୍ଷୀଙ୍କ ପୋଖରୀରେ ଜଳକ୍ରୀଡ଼ା ଦେଖିକୁ ଲୋକଙ୍କ ଭିଡ଼ ଜମିଥିଲା। ଏହାକୁ ଦେଖିବାକୁ ଆସିଥିବା ଡିଏଫଓ ଏଚ.ଡି.ଧନରାଜ ଚଳିତ ବର୍ଷ ପକ୍ଷୀ ଗଣନାରେ ଏହି ପୋଖରୀକୁ ସାମିଲ କରିବେ ବୋଲି କହିଛନ୍ତି। ଆଖପାଖ ଅଞ୍ଚଳର ପରିବେଶ ତଥା ପକ୍ଷୀପ୍ରେମୀ ମଧ୍ୟ ଆସି ପକ୍ଷୀଙ୍କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି। କେନ୍ଦୁଝର ସହରର ଅନେକ ପୁରାତନ ପୋଖରୀକୁ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ କଂକ୍ରିଟ କରଣ ହେଉଥିବାରୁ ପରିବେଶବିତ୍‌ମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ପୋଖରୀ ହୁଡ଼ାରେ ଅଧିକ ସଂଖ୍ୟାରେ ବୃକ୍ଷ ଲଗାଇବା ସହ ପୋଖରୀକୁ ସ୍ବଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଏଫଓ ପ୍ରତିଶ୍ରୁତି ଦେଇଛନ୍ତି। ପକ୍ଷୀ ପ୍ରେମୀ ସୋମନାଥ ଦାସ କହିଛନ୍ତି, ପକ୍ଷୀର ପେଟ ପାଖ ଧଳା। ସେମାନେ ସାଧାରଣତଃ ପାଣିରେ ଥିବା ଦଳ, ମାଛ, ପୋକ ଯୋକ ଖାଇଥାନ୍ତି। କୌଣସି କାରଣରୁ ବାସହରା ହୋଇ ଯିବା ପରେ ଦଳଦଳ ହୋଇ ସୁରକ୍ଷିତ ସ୍ଥାନ ଖୋଜି ଏଠାକୁ ଚାଲିଆସିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲୁଛି ଗୋଠ ଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri