ଫନୀଠୁ କମ୍‌ ପ୍ରଭାବୀ ୟାସ୍‌: ଆଇଏମ୍‌ଡି ଡିଜି

ମେ’ ୨୬ରେ ସାମୁଦ୍ରିକ ଝଡ଼ ୟାସ୍‌ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ଏହା ୨୦୧୮ରେ ଦକ୍ଷିଣ ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ତିତ୍‌ଲି ଭଳି ତୀବ୍ର ହେବ। କିନ୍ତୁ ଫନିଠାରୁ କମ୍‌ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ‘ଧରିତ୍ରୀ’ର ଦିଲ୍ଲୀ ଖବରଦାତା କୁଲ୍‌ଦୀପ ସିଂଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇ କହିଛନ୍ତି।

କେତେବେଳେ ଏବଂ କେଉଁଠାରେ ୟାସ୍‌ ସ୍ଥଳଭାଗ ଛୁଇଁବ?
ୟାସ୍‌ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ବାଲେଶ୍ୱର ନିକଟରେ ବୁଧବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍‌ କରିବ।
କେଉଁ ରାଜ୍ୟର କେଉଁ ଅଞ୍ଚଳକୁ ଏହା ପ୍ରଭାବିତ କରିବ ଓ ଏହାର ତୀବ୍ରତା କେତେ ରହିବ?
ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ୧୮୫ କିଲୋମିଟର ଯାଏ ପବନ ବହି ସ୍ଥଳଭାଗ ଛୁଇଁବ। ଫଳରେ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ ପ୍ରଭାବିତ ହେବ। ଏହା ପରେ ପବନର ବେଗ କମିବ। ଫଳରେ ମୟୂରଭଞ୍ଜରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କି.ମି. ଏବଂ କେନ୍ଦୁଝର, ଢେଙ୍କାନାଳ, ଭୁବନେଶ୍ୱର ଆଦି ସ୍ଥାନରେ ଏହାର ବେଗ କମ୍‌ ରହିବ।
ଫନି ତୁଳନାରେ ୟାସ୍‌ କେତେ ତୀବ୍ର ରହିବ?
ଫନିର ଘଣ୍ଟାପ୍ରତି ବେଗ ୨୦୫ କିଲୋମିଟର ଥିଲାବେଳେ ୟାସ୍‌ର ବେଗ ୧୬୫ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି। ଏହା ଫନିଠାରୁ ଯଥେଷ୍ଟ କମ୍‌, କିନ୍ତୁ ୨୦୧୮ରେ ଗୋପାଳପୁରଠାରେ ମାଡ଼ କରିଥିବା ତିତ୍‌ଲି ଭଳି ହେବ। ହେଲେ ଗତବର୍ଷ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିଥିବା ଅମ୍ଫନ ଓ ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ତଉକ୍‌ତାଏଠାରୁ ଏହା ସାମାନ୍ୟ କମ୍‌ ରହିବ।
ଏହି ଝଡ଼କୁ କିଭଳି ଟ୍ରାକିଂ କରାଯାଉଛି? ଏଥିପାଇଁ ବ୍ୟବହୃତ ହେଉଥିବା ରାଡାର ବିଷୟରେ କୁହନ୍ତୁ?
ଆମର ଗୋପାଳପୁର, ପାରାଦୀପ ଓ କୋଲକାତାରେ ଡପ୍‌ଲର ରାଡାର ରହିଛି। ଏହିଭଳି ନିର୍ଦ୍ଦିଷ୍ଟ ବାତ୍ୟାକୁ ରେଖାଙ୍କିତ କରିବା ପାଇଁ ଏଭଳି ରାଡାର ବ୍ୟବହୃତ କରାଯାଏ। ଯଦି ବାତ୍ୟା ଆନ୍ଧ୍ର ଆଡକୁ ଯାଏ, ତେବେ ଭାଇଜାକ୍‌ ରାଡାରକୁ କେତେକାଂଶରେ ବ୍ୟବହାର କରାଯାଇଥାଏ। ଯାହା ଜଣାପଡ଼ୁଛି, ଗୋପାଳପୁର ଓ ପାରାଦୀପ ରାଡାର ଦ୍ୱାରା ୟାସ୍‌ର ଗତିବିଧି ମପାଯିବ।
ୟାସ୍‌ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନକୁ ପ୍ରଭାବିତ କରିବ କି?
ଏହା ମୌସୁମୀ ଉପରେ ଆଦୌ ପ୍ରଭାବ ପକାଇବ ନାହିଁ। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍‌ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶାରେ ପହଞ୍ଚତ୍ଥାଏ। ଏହା ଡେରି ଅଛି। ଆମେ ଯାହା ଅନୁମାନ କରୁଛୁ ମୌସୁମୀ ୩୧ ମେ’ରେ କେରଳ ଛୁଇଁପାରେ।
କାର୍ଯ୍ୟକଳାପ ଯୋଗୁ ସାମୁଦ୍ରିକ ଝଡ଼ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି କି?
ଏହା ଏକ ଜଟିଳ ପ୍ରଶ୍ନ। ସାଧାରଣତଃ ବାରମ୍ବାର ସାମୁଦ୍ରିକ ଝଡ଼ ଓ ଏହାର ତୀବ୍ରତା ଜଳବାୟୁ ପରିବର୍ତ୍ତନ ଉପରେ ନିର୍ଭର କରେ। ଏହା ଆରବସାଗର ଓ ବଙ୍ଗୋପସାଗରରେ ଦେଖାଦେଉଥିବା ବାତ୍ୟାରୁ ବହୁବାର ଅନୁଧ୍ୟାନ କରାଯାଇଛି। ଉପକୂଳ ଅଞ୍ଚଳରେ ଅନେକ କାର୍ଯ୍ୟକଳାପର ପ୍ରଭାବ ସମ୍ପର୍କ ବାତ୍ୟା ସହିତ ଜଡ଼ିତ ରହିଛି। କିନ୍ତୁ ବାତ୍ୟାର ତୀବ୍ରତା ଓ ବାରମ୍ବାର ସୃଷ୍ଟି ହେବା ସହିତ ଏହାର ସେଭଳି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।
ୟାସ୍‌କୁ ମୁକାବିଲା କରିବାରେ ଓଡ଼ିଶା ସରକାର କେତେ ମାତ୍ରାରେ ପ୍ରସ୍ତୁତ ହେଉଛନ୍ତି ଓ ଆପଣଙ୍କ ବିଭାଗ ସହିତ କିପରି ସମନ୍ବୟ ରକ୍ଷାକରି ପାରିଛି?
ବାତ୍ୟା ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ସମୟରେ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ର, ରାଜ୍ୟଗୁଡ଼ିକର ବିଭିନ୍ନ ସଂସ୍ଥା ସହିତ ଆମର ସମନ୍ବୟ ରହିଛି। ଏ ଦିଗରେ ଆମେ ରାଜ୍ୟ ସରକାରଙ୍କୁ ନିରନ୍ତର ତଥ୍ୟ ଯୋଗାଇ ଦେଉଛୁ। ରାଜ୍ୟ ସରକାର ମଧ୍ୟ ତୁରନ୍ତ ନିଷ୍ପତ୍ତି ନେଇ ତାହା ଜିଲାପାଳ ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦେଉଛନ୍ତି। ପ୍ରତ୍ୟେକ କ୍ଷେତ୍ର ପାଇଁ ଆମର ନିର୍ଦ୍ଦିଷ୍ଟ ସତର୍କ ବ୍ୟବସ୍ଥା ରହିଛି। ଯେପରିକି ବନ୍ଦର, ମତ୍ସ୍ୟଜୀବୀ, ଉପକୂଳ ସତର୍କତା, ଗଭୀର ସମୁଦ୍ରରେ ଆତଯାତ କରୁଥିବା ଜାହାଜ ଏବଂ ବିମାନବନ୍ଦର ପାଇଁ ସତର୍କ ସୂଚନା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri