Posted inରାଜ୍ୟ

ଚିତାବାଘ ଆତଙ୍କ: ଆକ୍ରମଣରେ ୧୫ଛେଳି ୨ଗୋରୁ ମୃତ

ଦେବଗଡ଼,୪ା୧: ଦେବଗଡ଼ ଜିଲା ବାରକୋଟ ବ୍ଲକ ଅଧୀନ ଚକଡିହୀ(ନୂଆଁ ବାରକୋଟ) ଗ୍ରାମରେ ଶନିବାର ରାତିରେ ବନ୍ୟଜନ୍ତୁ ଆକ୍ରମଣରେ ୧୫ଟି ଛେଳି ଓ ୨ଗୋରୁର ମୃତ୍ୟୁ ଘଟିଛି। ଏହାସହ ୪ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୨ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ବେଳେ ଏନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଆକ୍ରମଣକାରୀ ବନ୍ୟଜନ୍ତୁକୁ ଚିହ୍ନଟ କରିବା ନିମନ୍ତେ ବନବିଭାଗ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ସିସି ଟିଭି କ୍ୟାମେରା ଖଞ୍ଜାଯାଇଥିଲା । ସୋମବାର ଉକ୍ତ ସିସି ଟିଭି କ୍ୟାମେରାଗୁଡିକ ଯାଞ୍ଚ କରାଯାଇଥିଲେ ମଧ୍ୟ ଉତ୍ତୋଳିତ ଫୁଟେଜରେ କୌଣସି ବନ୍ୟଜନ୍ତୁଙ୍କର ଚିତ୍ର ଆସି ନ ଥିଲା। ସୋମବାର ଜଙ୍ଗଲର ଭିନ୍ନଭିନ୍ନ ସ୍ଥାନରେ ପୁଣି ୩ଟି ସିସି ଟିଭି କ୍ୟାମେରା ଖଞ୍ଜାଯାଇଥିବା ଜଣାପଡିଛି । ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ନିଜେ ସଦଳବଳେ ପାହାଡ ଉପରକୁ ଚଢି ପରିସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ପଡିଥିବା ଏକ ଗୋରୁର କ୍ଷତାକ୍ତ ମୃତଦେହ ଦେଖି ଫେରି ଆସିଥିଲେ । ସେହିପରି ଆହତ ଗୋରୁ ଓ ଛେଳି ଶରୀରରେ ରହିଥିବା ବନ୍ୟଜନ୍ତୁଙ୍କର ରାମ୍ପୁଡା ଚିହ୍ନ ପରଖିବା ସହ କ୍ଷତଚିହ୍ନ ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁଧ୍ୟାନ କରିବା ପରେ ସମ୍ଭବତଃ ଚିତାବାଘ ଆକ୍ରମଣରେ ସେମାନେ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ଶନିବାର ଅପରାହ୍ନରେ ଚକଡିହୀ ଗ୍ରାମର ଛେଳିଚରାଳିମାନେ ଜଙ୍ଗଲରୁ ଛେଳି ଚରାଇ ଫେରୁଥିବା ବେଳେ ଜଙ୍ଗଲ ମଧ୍ୟରେ କେତେକ ଛେଳି ହଠାତ ଏଣେତେଣେ ଜଙ୍ଗଲ ମଧ୍ୟକୁ ଧାଇଥିଲେ। ମାତ୍ର ସନ୍ଧ୍ୟାରେ ଉକ୍ତ ଛେଳି କେଉଁ ଆଡେ ଗଲେ ତାହା ଜଣାପଡି ନ ଥିଲା। ରବିବାର ସକାଳେ ଛେଳି ଚରାଳି ଜଙ୍ଗଲ ମଧ୍ୟକୁ ଯାଇ ନିଖୋଜ ଛେଳିସବୁ ଖୋଜିବାରୁ ସେଠାରେ ୧୨ଟି ଛେଳି ମରି ପଡିଥିବା ଓ ଅନ୍ୟ ୪ଟି ଛେଳି ଆହତ ହୋଇଥିବା ଦେଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ବାରକୋଟ ବନାଞ୍ଚଳ ଅଧିକାରୀ ଜୟଶ୍ରୀ ମୁର୍ମୁ, ବାରକୋଟ ସେକ୍ସନ ଫରେଷ୍ଟର କୁବେର ପ୍ରଧାନ ସଦଳବଳେ ଚକଡିହୀ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ହେଁ ଛେଳିମାନେ କେଉଁ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ଭାବେ ଜାଣିପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri