ରାତିରେ ସହରରେ ବୁଲୁଛି ଚିତାବାଘ, ସିସିଟିଭି କ୍ୟାମେରାରେ ପଡିଲା ଧରା, ଦେଖନ୍ତୁ ଭାଇରାଲ ଭିଡିଓ…

ବେଙ୍ଗାଲୁରୁ,୩୧।୧୦ : ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ ସିଟି ନିକଟ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଏକ ଚିତାବାଘ ସେହି ଅଞ୍ଚଳରେ ରାତିରେ ବୁଲୁଥିବାର ଦେଖାଯାଇଥିଲା। ଫୁଟେଜ ଅନୁଯାୟୀ, ଚିତାବାଘ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଦୁଇଟି ବୁଲା କୁକୁରକୁ ଗୋଡାଉଥିବା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା। ସିଙ୍ଗାସନ୍ଦ୍ରା ବ୍ୟାନରଘଟା ଜାତୀୟ ଉଦ୍ୟାନର ନିକଟବର୍ତ୍ତୀ। ଚିତାବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗ ଏହି ଅଞ୍ଚଳରେ ତିନିଟି ଦଳ ନିୟୋଜିତ କରାଯାଇଛି। ବନ ବିଭାଗର ପ୍ରାୟ ୩୦ ଜଣ ସଦସ୍ୟଙ୍କୁ ଟ୍ରାଙ୍କୁଲାଇଜର ବନ୍ଧୁକ ସହିତ ନିୟୋଜିତ କରାଯାଇଛି।

ବନ ବିଭାଗ କହିଛି ଆମ ଦଳ ଏହି ଅଞ୍ଚଳରେ ନିୟୋଜିତ ହୋଇସାରିଛି। ଯନ୍ତା ମଧ୍ୟ ରଖାଯାଇଛି। ଏନେଇ କର୍ନାଟକର ମୁଖ୍ୟ ବନ ସଂରକ୍ଷଣକାରୀ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ସୁଭାଷ କେ. ମାଲଖେଡେ କହିଛନ୍ତି। ଆମେ ବ୍ୟାନରଘାଟ ପ୍ରାଣୀ ଉଦ୍ୟାନର ଡ଼ାକ୍ତରଙ୍କୁ ସେଠାରେ ରହିବାକୁ କହିଛୁ ଏବଂ ସତର୍କତା ଅବଲମ୍ବନ କରି ଜଙ୍ଗଲ ଅଧିକାରୀଙ୍କୁ ମଧ୍ୟ ଟ୍ରାଙ୍କୁଲାଇଜର ବନ୍ଧୁକ ସହିତ ନିୟୋଜିତ କରାଯାଇଛି। ଚିତାବାଘ ଦେଖିବା ମାତ୍ରେ ଆମେ ଆବଶ୍ୟକ ପଦକ୍ଷପ ଗ୍ରହଣ କରିବୁ।

ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଏସ. ଲିଙ୍ଗରାଜ କହିଛନ୍ତି ଚିତାବାଘକୁ ପ୍ରଥମେ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଭାଇରାଲ ଭିଡିଓରେ ଦେଖାଯାଇଥିଲା। ଏହା ପରେ ସେ ରାସ୍ତାରେ ଏଣେତେଣେ ବୁଲିଥିଲା। ଚିତାବାଘ ଖୋଜିବା ପାଇଁ ବିଭାଗୀୟ କର୍ମଚାରୀ ଚେଷ୍ଟା କରୁଛନ୍ତି। ଆମେ ଏହା ଉପରେ ତୀକ୍ଷଣ ନଜର ରଖୁଛୁ।
ପ୍ରଶାସନ ପକ୍ଷରୁ ଲୋକଙ୍କ ସର୍ତକ ରହିବାକୁ ଏବଂ ରାତିରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

 

https://twitter.com/DomainMint/status/1718907400785387570?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1718907400785387570%7Ctwgr%5E9720190f024fb31dfcc7867a2026e36d9e653aaa%7Ctwcon%5Es1_&ref_url=https%3A%2F%2Fhindi.news24online.com%2Ftrending%2Fleopard-roaming-bengaluru-streets-forest-department-personnel-deployed-tranquilizer-guns%2F415308%2F

 

https://twitter.com/Bnglrweatherman/status/1718838308707696816?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1718838308707696816%7Ctwgr%5E9720190f024fb31dfcc7867a2026e36d9e653aaa%7Ctwcon%5Es1_&ref_url=https%3A%2F%2Fhindi.news24online.com%2Ftrending%2Fleopard-roaming-bengaluru-streets-forest-department-personnel-deployed-tranquilizer-guns%2F415308%2F


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri