ରାତିରେ ସହରରେ ବୁଲୁଛି ଚିତାବାଘ, ସିସିଟିଭି କ୍ୟାମେରାରେ ପଡିଲା ଧରା, ଦେଖନ୍ତୁ ଭାଇରାଲ ଭିଡିଓ…

ବେଙ୍ଗାଲୁରୁ,୩୧।୧୦ : ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ ସିଟି ନିକଟ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଏକ ଚିତାବାଘ ସେହି ଅଞ୍ଚଳରେ ରାତିରେ ବୁଲୁଥିବାର ଦେଖାଯାଇଥିଲା। ଫୁଟେଜ ଅନୁଯାୟୀ, ଚିତାବାଘ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଦୁଇଟି ବୁଲା କୁକୁରକୁ ଗୋଡାଉଥିବା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା। ସିଙ୍ଗାସନ୍ଦ୍ରା ବ୍ୟାନରଘଟା ଜାତୀୟ ଉଦ୍ୟାନର ନିକଟବର୍ତ୍ତୀ। ଚିତାବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗ ଏହି ଅଞ୍ଚଳରେ ତିନିଟି ଦଳ ନିୟୋଜିତ କରାଯାଇଛି। ବନ ବିଭାଗର ପ୍ରାୟ ୩୦ ଜଣ ସଦସ୍ୟଙ୍କୁ ଟ୍ରାଙ୍କୁଲାଇଜର ବନ୍ଧୁକ ସହିତ ନିୟୋଜିତ କରାଯାଇଛି।

ବନ ବିଭାଗ କହିଛି ଆମ ଦଳ ଏହି ଅଞ୍ଚଳରେ ନିୟୋଜିତ ହୋଇସାରିଛି। ଯନ୍ତା ମଧ୍ୟ ରଖାଯାଇଛି। ଏନେଇ କର୍ନାଟକର ମୁଖ୍ୟ ବନ ସଂରକ୍ଷଣକାରୀ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ସୁଭାଷ କେ. ମାଲଖେଡେ କହିଛନ୍ତି। ଆମେ ବ୍ୟାନରଘାଟ ପ୍ରାଣୀ ଉଦ୍ୟାନର ଡ଼ାକ୍ତରଙ୍କୁ ସେଠାରେ ରହିବାକୁ କହିଛୁ ଏବଂ ସତର୍କତା ଅବଲମ୍ବନ କରି ଜଙ୍ଗଲ ଅଧିକାରୀଙ୍କୁ ମଧ୍ୟ ଟ୍ରାଙ୍କୁଲାଇଜର ବନ୍ଧୁକ ସହିତ ନିୟୋଜିତ କରାଯାଇଛି। ଚିତାବାଘ ଦେଖିବା ମାତ୍ରେ ଆମେ ଆବଶ୍ୟକ ପଦକ୍ଷପ ଗ୍ରହଣ କରିବୁ।

ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଏସ. ଲିଙ୍ଗରାଜ କହିଛନ୍ତି ଚିତାବାଘକୁ ପ୍ରଥମେ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଭାଇରାଲ ଭିଡିଓରେ ଦେଖାଯାଇଥିଲା। ଏହା ପରେ ସେ ରାସ୍ତାରେ ଏଣେତେଣେ ବୁଲିଥିଲା। ଚିତାବାଘ ଖୋଜିବା ପାଇଁ ବିଭାଗୀୟ କର୍ମଚାରୀ ଚେଷ୍ଟା କରୁଛନ୍ତି। ଆମେ ଏହା ଉପରେ ତୀକ୍ଷଣ ନଜର ରଖୁଛୁ।
ପ୍ରଶାସନ ପକ୍ଷରୁ ଲୋକଙ୍କ ସର୍ତକ ରହିବାକୁ ଏବଂ ରାତିରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ବାବା ଆପଣ ପରମାଣୁ ବୋମାକୁ ଡରୁଛନ୍ତି ଯଦି ଡରନ୍ତୁ: କଂଗ୍ରେସକୁ ଟାର୍ଗେଟ କଲେ ଶାହା

ନୂଆଦିଲ୍ଲୀ,୧୨।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ...

ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି…

କୋଲକାତା,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ...

ଅରବିନ୍ଦ କେଜ୍ରିୱାଲଙ୍କ ୧୦ ନିର୍ବାଚନ ଗ୍ୟାରେଣ୍ଟି: ମାଗଣା ବିଜୁଳି, ଚାଇନାଠୁ ଫେରାଇବେ ଜମି

ନୂଆଦିଲ୍ଲୀ,୧୨ା୫: ଆମ୍ ଆଦମୀ ପାର୍ଟି (ଏଏପି) ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଯଦି ଏହି ଲୋକ ସଭା ନିର୍ବାଚନରେ ବିରୋଧୀ INDIA...

ମୋତେ ଜୁନ୍‌ ୨ରେ ପୁଣି ଜେଲ୍‌ ଫେରିବାକୁ ପଡ଼ିବ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨ା୫: ଏଏପିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ଦଳର ସମସ୍ତ ବରିଷ୍ଠ ନେତା ତଥା ବିଧାୟକଙ୍କୁ ଭେଟିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ତୁମେ କ’ଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ମୋଦିଙ୍କ ସହିତ ବିତର୍କ ପ୍ରସ୍ତାବକୁ ନେଇ ରାହୁଲଙ୍କୁ କଟାକ୍ଷ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୨ା୫: ବିଭିନ୍ନ ନିର୍ବାଚନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିତର୍କ କରିବାକୁ ନିମନ୍ତ୍ରଣ ଗ୍ରହଣ କରିବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri