Posted inଫୁରସତ

ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲା ଚିତାବାଘ: ଆଉ ତାପରେ…

ବାଘର ଅନେକ ଭିଡିଓ ସୋସିଆଲ ମିଡିଆରେ ହେଉ ଅବା ଟିଭିରେ ଆମେ ଦେଖିଛୁ। କେତେବେଳେ ତାକୁ ଚୁପ୍‌ଚାପ୍‌୍‌ ବସିଥିବାର ତ ଆଉ କେତେବେଳେ ବୁଲୁଥିବାର ଦେଖିବାକୁ ମିଳିଥାଏ। ସେମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ଚିତାବାଘ ରେଷ୍ଟୁରାଣ୍ଟ ମଧ୍ୟକୁ ପଶୁଥିବାର ଦେଖିବାକୁ ମିଳୁଛି। ଏହି ୧ ମାସ ତଳର ଭିଡିଓ। ସାଉଥ୍‌ ଆପ୍ରିକାର ସିଙ୍ଗିତା ଇବୋନି ରେଷ୍ଟୁରାଣ୍ଟର ଏହି ଭିଡିଓଟି ବୋଲି କୁହାଯାଉଛି। କ୍ରୁଗର ନାମକ ଜଣେ ୟୁଟ୍ୟୁବ୍‌ ବ୍ୟବହାରକାରୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ଭିଡିଓରେ ପ୍ରଥମେ ଚିତାବାଘଟି ରେଷ୍ଟୁରାଣ୍ଟ ସମ୍ମୁଖରେ ଛିଡା ହୋଇଛି। ତାର ଚାରିପାଖରେ ଲୋକମାନେ ମଧ୍ୟ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ପରେ ଚିତାବାଘଟି ଏତେ ଆରାମରେ ରେଣ୍ଟୁରାଣ୍ଟ ଭିତରକୁ ପ୍ରବେଶ କରି ବୁଲୁଛି ଯେପରି ଏହା ତାର ଏରିଆ। ଭିଡିଓଟି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହେବାର ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ଏହାକୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି।
ଜଣେ ୟୁଟ୍ୟୁବ୍‌ ବ୍ୟବହାରକାରୀ ଭିଡିଓକୁ ଦେଖିବା ପରେ ଲେଖିଛନ୍ତି, ଚିତାବାଘ ମାସ୍କ ପିନ୍ଧିନାହିଁ। ସେହିପରି ଅନ୍ୟଜଣେ ଲେଖିଛନ୍ତି, ଚିତାବାଘ ଏଠାକୁ ଡେଟ୍‌ କରିବାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌...

ରାସ୍ତାପାର୍ଶ୍ୱରେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇଲେ ଲୋକେ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ପ୍ରଥମେ ଭୟ କରିବେ ପରେ ହସି ହସି ଗଡ଼ିଯିବେ। ଜଣେ ବ୍ୟକ୍ତି...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର...

ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…

ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ।...

ଅଷ୍ଟ୍ରିଚ୍‌ର ପଞ୍ଝା ଭଳି ଭାଡୋମାଙ୍କ ପାଦ

ଡୋଡୋମା: ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ବସବାସ କରିଥାନ୍ତି। ବହୁ ଜନଜାତି ଆମମାନଙ୍କଠାରୁ ଦୂରରେ ରୁହନ୍ତି, ସେଥିପାଇଁ ସେମାନେ ଆମମାନଙ୍କଠାରୁ ସବୁ କ୍ଷେତ୍ରରେ ବହୁତ ପଛରେ...

ଗଣତନ୍ତ୍ର, ଲୋକମତ

ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ...

ସାରା ଜୀବନ ପାଣି ନ ପିଇ ବଞ୍ଚିଛି ଏହି ମୂଷା

ସମସ୍ତ ଉଦ୍ଭିଦ ଏବଂ ପ୍ରାଣୀ ବଞ୍ଚିବା ପାଇଁ ଜଳ ଆବଶ୍ୟକ କରନ୍ତି। ପାଣି ବିନା ଜୀବଜଗତ ବଞ୍ଚିବା ବି ଅସମ୍ଭବ। ମାତ୍ର ଏହି ଅସମ୍ଭବ ଭିତରେ...

Advertisement
Archives

Model This Week