Categories: ଜାତୀୟ

ବିବାହରେ ବରଙ୍କୁ ଲେମ୍ବୁ ଉପହାର

ରାଜକୋଟ,୧୭ ।୪: ଗୁଜରାଟ ରାଜକୋଟର ଏକ ବିବାହ ସମାରୋହରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ବରଙ୍କୁ ସାଥିମାନେ ଉପହାରରେ ଲେମ୍ବୁ ଦେଇଛନ୍ତି । ଗୋଟିଏ ପଟେ ଗ୍ରୀଷ୍ମ ସମୟରେ ଲେମ୍ବୁର ଆବଶ୍ୟକତା ଅଧିକ ଥିବା ବେଳେ ଅନ୍ୟପଟେ ଦେଶରେ ଏବେ ଲେମ୍ବୁର ଦାମ ଆକାଶ ଛୁଆଁ ହୋଇଛି । ଏମିତିକି କେତେକ ସ୍ଥାନରେ ଲେମ୍ବୁ କିଲୋ ପିଛା ଦାମ ୩୦୦ ଟଙ୍କା ପହଞ୍ଚିଛି । ଯାହା ଆଗରୁ କେବେ ହୋଇ ନ ଥିଲା । ତେଣୁ ଏହା ଏକ ଦାମୀ ଉପହାର ବୋଲି ବରଙ୍କ ସାଥିମାନେ କହିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ଦେଶରେ ପେଟ୍ରୋଲ ଡିଜେଲ ଦର ଲଗାତାର ବୃଦ୍ଧି ପାଇବା ସମୟରେ କିଛି ବିବାହ ସମାରୋହରେ ଅତିଥିମାନେ ପେଟ୍ରୋଲ ଉପହାର ଦେଉଥିବା ଦେଖାଯାଇଥିଲା । ଆଉ ଏବେ ଲେମ୍ବୁ ଉପହାର ଦେଇ ଦେଶରେ ହୁ ହୁ ହୋଇ ବଢି ଚାଲିଥିବା ଦରଦାମ ପ୍ରତି ସଚେତନା ବୋଲି କୁହାଯାଉଛି ।

Share