Posted inରାଜ୍ୟ

ସମ୍ବିତ୍‌ଙ୍କ ଯୋଗୁ ପୁରୀ ପରିଚିତ କହି ଲେଖାଶ୍ରୀ ସମାଲୋଚିତ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ପୁରୀ ଓଡିଶାର ବୋଲି ବାହାରେ କେହି ଜାଣି ନ ଥିଲେ। ଏହା କଲିକତାର ବୋଲି ସମସ୍ତେ ଭାବୁଥିଲେ। ପୁରୀ ଲୋକ ସଭା ଆସନରେ ସମ୍ବିତ ପାତ୍ର ନିର୍ବାଚନ ଲଢିବା ପରେ ଯାଇ ସମସ୍ତେ ଏହା ଓଡିଶାର ବୋଲି ଜାଣିପାରିଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଲେଖାଶ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ସବୁ ମହଲରେ ଲେଖାଶ୍ରୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବିଜେଡି ଏହାକୁ ଏକ ସୁଯୋଗଭାବେ ଗ୍ରହଣ କରି ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛି। ଅନ୍ୟପଟେ ଭାଜପା ନେତାମାନେ ମଧ୍ୟ ଏହି ମନ୍ତବ୍ୟକୁ ନେଇ ଲେଖାଶ୍ରୀଙ୍କ ସପକ୍ଷରେ ବାହାରି ନାହାନ୍ତି। କଂଗ୍ରେସ ମଧ୍ୟ ସମାନଭାବେ ଏଭଲି ବୟାନକୁ କଡା ଭାଷାରେ ନିନ୍ଦା କରିଛି। ଲେଖାଶ୍ରୀଙ୍କ ନାଁ ନ ନେଇ ବିଜେଡି ନେତା ଅରୁପ ପଟ୍ଟନାୟକ କହିଛନ୍ତି, ଜଗନ୍ନାଥଙ୍କୁ ଧ୍ୱଂସ କରିବା ଲାଗି କଳାପାହାଡ ଆସିଥିଲେ। ତାଙ୍କ ଭଗିନି ଭଳି ଇଏ ବର୍ତ୍ତମାନ ଆଚରଣ କରୁଛନ୍ତି। ଜଗନ୍ନାଥ ମନ୍ଦିର ଏବଂ ପୁରୀ ବିନା ଓଡିଶାର ଅସ୍ତିତ୍ୱ ନାହିଁ। ହେଲେ ପୁରୀ ପରିଚୟ କଥା କହି ସେ ନିଜର ନିର୍ବୋଧଭାବ, ବାଚଳାମୀ, ଅହଙ୍କାରୀର ପରିଚୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟ ଉପରେ ଭାଜପାର ସମର୍ଥନ ଥିବା ଭଳି ଲାଗୁ ନ ଥିବା ଅରୁପ କହିଛନ୍ତି। ଭାଜପା ପୂର୍ବତନ ବିଧାୟକ ପ୍ରଦୀପ ପୁରେହିତ କହିଛନ୍ତି, ଏଭଳି ମନ୍ତବ୍ୟ ନିନ୍ଦନୀୟ। ତାଙ୍କ ବୟାନ ହାସ୍ୟାସ୍ପଦ ଓ ସେ ଦୁଃଖ ପ୍ରକାଶ କରିବା କଥା। ପୁରୀ ଧାମ ଜଗନ୍ନାଥଙ୍କ ପାଇଁ ବିଶ୍ୱରେ ପରିଚିତ ସମ୍ବିତଙ୍କ ପାଇଁ ନୁହେଁ ବୋଲି ପ୍ରଦୀପ କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଲେଖାଶ୍ରଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଓଡ଼ିଆ ଜାତି ନୁହେଁ ଏହା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅପମାନ। ଭାଜପା ଜଗନ୍ନାଥଙ୍କୁ କେଉଁ ଦୃଷ୍ଟିରେ ଦେଖେ ତାହା ଲେଖାଶ୍ରୀଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି। ଭାଜପା ଏଭଳି ଗର୍ବ ଏବଂ ଅହଂକାର ପରିତ୍ୟାଗ କରୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥଙ୍କୁ ସମସ୍ତେ ଭକ୍ତି କରିଥାଆନ୍ତି। ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ ପ୍ରଭୃତି ସାରା ବିଶ୍ୱରେ ପାଳିତ ହେଉଛି। ବିଶ୍ୱର ବହୁଦେଶରୁ ଲୋକ ପୁରୀ ଆସି ଜଗନ୍ନାଥଙ୍କ ସମ୍ପର୍କରେ ଜାଣନ୍ତି। ଆମେରିକା ଓ ଇଂଲଣ୍ଡ ପ୍ରଭୁତି ଦେଶର ଲୋକ ଜାଣନ୍ତି ଜଗନ୍ନାଥ ମନ୍ଦିର ପୁରୀରେ। ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସନ୍ତି। ଲେଖାଶ୍ରୀ ସମ୍ବିତ ପାତ୍ରଙ୍କୁ ଖୁସି କରିବାକୁ ଯାଇ ଜଗନ୍ନାଥଙ୍କୁ ନ୍ୟୁନ କରିଦେଇଛନ୍ତି। ନିଜର ଅବିବେକୀ ମନ୍ତବ୍ୟ ପାଇଁ ଲେଖାଶ୍ରୀ କ୍ଷମା ମାଗନ୍ତୁ ବୋଲି ସୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri