Categories: ଫୁରସତ

ଲେଗୋ ବ୍ରିଜ୍‌

ଲେଗୋ ଜଏଣ୍ଟ ଛୋଟ ପିଲାଙ୍କର ବେଶ୍‌ ପ୍ରିୟ। ସେମାନେ ସେଥିରେ ମନପସନ୍ଦର ଜିନିଷ ତିଆରି କରି ଖେଳନ୍ତି । କେବେ ସେଥିରେ ସେମାନେ ଘର ତିଆରି କରନ୍ତି ତ ଆଉ କେବେ ଗାଡି ଓ ବ୍ରିଜ୍‌। ତେବେ ଜାଣନ୍ତି କି ବାସ୍ତବରେ ଏକ ବ୍ରିଜ୍‌ ଅଛି, ଯାହା ଲେଗୋ ବ୍ରିଜ୍‌ଭାବେ ବେଶ୍‌ ପରିଚିତ। ଏହି ବ୍ରିଜ୍‌ ଜର୍ମାନୀର ଉପର୍ଟାଲରେ ଅଛି। ବ୍ରିଜ୍‌୍‌କୁ ଦେଖିଲେ ଲାଗେ ତାହା ବଡ଼ ବଡ଼ ରଙ୍ଗିନ୍‌ ଲେଗୋ ଜଏଣ୍ଟରେ ତିଆରି। ଏହି ବ୍ରିଜ୍‌ରେ ଗାଡ଼ି ଯିବା ଆସିବା କରିବା ସହ ସେଥିରେ ଫୁଟ୍‌ ଓ୍ବେ ଓ ବାଇକ୍‌ ଓ୍ବେ ବି ଅଛି। ତେବେ ଏହି ସୁନ୍ଦର ଲେଗୋ ବ୍ରିଜ୍‌ଟି କିନ୍ତୁ ପ୍ଲାଷ୍ଟିକ୍‌ର ଲେଗୋ ଜଏଣ୍ଟରେ ତିଆରି ହୋଇନାହିଁ। ବରଂ କଂକ୍ରିଟ୍‌ରେ ତିଆରି ଓ ତାକୁ ଲେଗୋ ଜଏଣ୍ଟ ଭଳି ରଙ୍ଗରେ ରଙ୍ଗା ମଧ୍ୟ ଯାଇଛି। ତେଣୁ ତାହା ଏକ ସତସତିକା ଲେଗୋ ବ୍ରିଜ୍‌ ପରି ଲାଗେ।

Share