Categories: ଜାତୀୟ

ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି

ଜୟପୁର,୧୮।୯: ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧ ଶନିବାର ରାଜସ୍ଥାନ ବିଧାନସଭାରେ ବାଚନିକ ଭୋଟ୍‌ରେ ପାରିତ ହୋଇଛି। ଏହି ବିିଲ୍‌ରେ ୧୮ ବର୍ଷରୁ କମ୍‌ ଯୁବତୀ ଓ ୨୧ ବର୍ଷରୁ କମ ଯୁବକଙ୍କୁ ବିବାହ କରିବାକୁ ପରୋକ୍ଷ ଭାବେ ଅନୁମତି ଦିଆଯାଇଛି। ଏ ନେଇ ସମ୍ପୃକ୍ତ ଅଭିଭାବକଙ୍କୁ ୩୦ ଦିନ ଭିତରେ ଏହାର ପଞ୍ଜିକରଣ କରିବାକୁ ବାଧ୍ୟ କରାଯାଇଛି।

ଏହି ସଂଶୋଧନ ବିଲ୍‌କୁ କଳା ଆଇନ ବୋଲି ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର ଓ ଭାଜପା ବିଧାୟକ ଅଶୋକ ଲାହୋଟି କହିଛନ୍ତି। ଲାହୋଟି କହିଛନ୍ତି ଯେ, ଉକ୍ତ ବିଲ୍‌ ବାଲ୍ୟ ବିବାହକୁ ଅନୁମତି ଦେଉଛି। ଯଦି ବିବାହ କରୁଥିବା ଦମ୍ପତି ବିବାହ ସମୟରେ ଉପନୀତ ହୋଇ ନ ଥାନ୍ତି ତେବେ ତାଙ୍କର ବାପା , ମା’ ଲିଖିତ ଭାବେ ଆବେଦନ କରିବା ସହ ଏଥିପାଇଁ ଦାୟୀ ରହିବେ ବୋଲି ମନ୍ତ୍ରୀ ଶାନ୍ତି ଧାରିୱାଲ କହିଛନ୍ତି।

Share