Posted inଜାତୀୟ

ଗେହଲଟଙ୍କୁ ବିଧାୟକଙ୍କ ସମର୍ଥନ

ଜୟପୁର,୧୪ା୭(ପି.ଟି./ଆଇଏଏନ୍‌ଏସ୍‌): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ସୋମବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଗେହଲଟ ସରକାରଙ୍କୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଏଥିରେ ସୁପାରିସ୍‌ କରାଯାଇଛି। ଏଥିସହିତ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଉକ୍ତ ପ୍ରସ୍ତାବରେ ଆସ୍ଥା ପ୍ରକଟ କରାଯାଇଛି। ବୈଠକରେ ଉପସ୍ଥିତ ବିଧାୟକମାନେ ସର୍ବସମ୍ମତିକ୍ରମେ ଗେହଲଟ ସରକାରଙ୍କୁ ସମର୍ଥନ ଜଣାଇଥିବା ପ୍ରସ୍ତାବରେ କୁହାଯାଇଛି। କଂଗ୍ରେସ ଓ ରାଜ୍ୟ ସରକାରଙ୍କୁ ଦୁର୍ବଳ କରିବା ଲାଗି ନିଆଯାଉଥିବା ଅଗଣତାନ୍ତ୍ରିକ ଓ ଭୁଲ୍‌ ପଦକ୍ଷେପକୁ ବୈଠକରେ ନିନ୍ଦା କରାଯାଇଥିଲା। କଂଗ୍ରେସ ପକ୍ଷରୁ ହୁଇପ୍‌ ଜାରି ସତ୍ତ୍ୱେ ବିଧାୟକ ଦଳ ବୈଠକରେ ପାଇଲଟଙ୍କ ସମର୍ଥକ ୨୦ ଜଣ ବିଧାୟକ ଯୋଗଦେଇ ନ ଥିଲେ।
ଗେହଲଟ ତାଙ୍କ ସରକାର ନିକଟରେ ସଂଖ୍ୟାଗରିଷ୍ଠତା ଥିବା ଗେହଲଟ ଦାବି କରିଥିବାବେଳେ ଭାଜପା ଘୋଡ଼ାବେପାରରେ ସମ୍ପୃକ୍ତ ରହି ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଯଦି ସଂଖ୍ୟାଗରିଷ୍ଠତା ଅଛି ତେବେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନେଇ ରାଜ୍ୟପାଳଙ୍କ ପାଖକୁ ଯାଆନ୍ତୁ ବୋଲି ପାଇଲଟ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଛପାର୍ଶ୍ୱରେ ଥିବା ବଗିଚା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ସ୍ଥାନ ନୁହେଁ। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ହୋଇଥାଏ ବୋଲି ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।
ଶକ୍ତି ପ୍ରଦର୍ଶନ ପାଇଁ ଗେହଲଟଙ୍କ ସରକାରୀ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ଶେଷ ହେବା ପରେ ବିଧାୟକମାନଙ୍କୁ ୪ଟି ବସ୍‌ ଯୋଗେ ଦିଲ୍ଲୀ-ଜୟପୁର ରାଜପଥ ପାର୍ଶ୍ୱରେ ଥିବା ଫେୟାରମଣ୍ଟ ହୋଟେଲକୁ ନିଆଯାଇଛି। ନିଜେ ଗେହଲଟ ମଧ୍ୟ ବସ୍‌ରେ ହୋଟେଲ ଯାଇଥିବା ଜଣାପଡିଛି। ଘୋଡ଼ାବେପାର ରୋକିବା ପାଇଁ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ସରକାରଙ୍କ ପଛରେ ଶତାଧିକ ବିଧାୟକଙ୍କ ସମର୍ଥନ ଥିବା ଗେହଲଟ ଦାବି କରୁଥିବାବେଳେ ପାଇଲଟ ଏହାକୁ ଖଣ୍ଡନ କରିଛନ୍ତି। ଗେହଲଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ପାଇଲଟଙ୍କ ପାଖରେ ୩୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ପାଖରେ ୧୬ରୁ ଅଧିକ ବିଧାୟକ ନ ଥିବା ଗେହଲଟ ଶିବିର ପକ୍ଷରୁ କୁହାଯାଇଛି। ପାଇଲଟଙ୍କୁ ବୁଝାଶୁଝା କରିବା ପାଇଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶୀର୍ଷ କଂଗ୍ରେସ ନେତାମାନେ ଯୋଗାଯୋଗରେ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ ନ କରିବା ପାଇଁ ବରିଷ୍ଠ ନେତାମାନେ ପାଇଲଟଙ୍କୁ ପ୍ରବର୍ତ୍ତାଇବା ସହ ତାଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ରାହୁଲ, ପ୍ରିୟଙ୍କାଙ୍କ ବ୍ୟତୀତ ଅହମଦ ପଟେଲ, ପି. ଚିଦାମ୍ବରମ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ପାଇଲଟଙ୍କ ସହ କଥା ହୋଇଥିବା କୁହାଯାଉଛି। ତେବେ ଏହା ଭୁଲ୍‌ ଖବର ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଗାନ୍ଧୀ ପରିବାର ସଦସ୍ୟଙ୍କ ସହ ପାଇଲଟ ଯୋଗାଯୋଗ କରିନାହାନ୍ତି। ସେ ଭାଜପା ସହ ଆଲୋଚନାରେ ଥିବା ଉକ୍ତ ସୂତ୍ରରୁ କୁହାଯାଇଛି। ତେବେ ଭାଜପାରେ ଯୋଗଦେବା ଖବରକୁ ପାଇଲଟ ଅସ୍ବୀକାର କରିଛନ୍ତି। ପାଇଲଟଙ୍କ ପାଇଁ କଂଗ୍ରେସର ଦ୍ୱାର ଖୋଲା ରହିଥିବା ବରିଷ୍ଠ ନେତା ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି।
ଭାଜପା ବାହାରୁ ପାଇଲଟ କ୍ୟାମ୍ପ୍‌କୁ ସମର୍ଥନ ଦେଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଆମେ ସବୁ ବିକଳ୍ପ ଖୋଲା ରଖିଛୁ ବୋଲି ଏହାର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି। ତେବେ ସ୍ଥିତିକୁ ଦେଖି ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକଙ୍କ ଘରେ ଆୟକର ଚଢ଼ାଉ
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଖୋଲା ବିଦ୍ରୋହକୁ ନେଇ ରାଜସ୍ଥାନ ରାଜନୀତିରେ ସଙ୍କଟ ଦେଖାଦେଇଥିବାବେଳେ ଗେହଲଟଙ୍କ ପାଖ ଲୋକମାନଙ୍କ ଘର ଉପରେ ସୋମବାର ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଫଳରେ ରାଜନୈତିକ ସଙ୍କଟ ଏକ ନୂଆ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଭାବେ ଜଣାଶୁଣା ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋଡ୍‌ଙ୍କ ସମେତ ରାଜ୍ୟ କଂଗ୍ରେସର କେତେଜଣ
ବରିଷ୍ଠ ନେତାଙ୍କ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଆୟ ବହିର୍ଭୁତ ନଗଦ ଅର୍ଥ, ଅଳଙ୍କାର, ଜମିଜମା କାଗଜପତ୍ର ଓ ଲକର ଜବତ ହୋଇଛି। ଆୟକର ଟିମ୍‌ ଚଢ଼ାଉ ପାଇଁ ଭିଲଓ୍ବାରା ଓ ଝଲାଓ୍ବାଦ୍‌ରେ ମଧ୍ୟ ପହଞ୍ଚତ୍ଛନ୍ତି। ଚଢ଼ାଉ କାରଣରୁ କଂଗ୍ରେସ ବିଧାୟକ ଦଳ ବୈଠକକୁ କିଛି ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ସ୍ବାର୍ଥ ପୂରଣ ଲାଗି ଭାଜପା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ କରୁଥିବା ଦଳର ରାଜ୍ୟ ହୁଇପ୍‌ ମହେଶ ଜୋଷୀ ଏବଂ ଜାତୀୟ ଗଣମାଧ୍ୟମ ପ୍ରଭାରୀ ରଣଦୀପ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। ରାଜସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଥିବା କୋଠାରୀ ଭ୍ରାତାଙ୍କ ଦିଲ୍ଲୀର ଏକ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ନଦୀବନ୍ଧ ନିର୍ମାଣରେ ଅନିୟମିତତା ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଥିବା ଆୟକର ଅଧିକାରୀମାନେ କହିଛନ୍ତି। ସେହିପରି ସାକେତ୍‌ ଅଞ୍ଚଳରେ ଥିବା ଓମ୍‌ ମେଟାଲ୍ସ ଇନ୍‌ଫ୍ରା ପ୍ରୋଜେକ୍ଟ ଏବଂ ସୈନିକ ଫାର୍ମ ଅଞ୍ଚଳରେ ଥିବା କୋଠାରୀ ବାସଭବନ ପରିସରରେ ମଧ୍ୟ ଚଢ଼ାଉ ହୋଇଛି।
ଏହି ସମୟରେ ଇଡି ପକ୍ଷରୁ ଜୟପୁରର ହୋଟେଲ ଫେୟାରମଣ୍ଟରେ ଚଢ଼ାଉ କରାଯାଇଥିଲା। ହୋଟେଲର ନିବେଶକ ରତନକାନ୍ତ ଶର୍ମା ଗେହଲଟଙ୍କ ପୁଅ ବୈଭବଙ୍କର ଘନିଷ୍ଠ ବନ୍ଧୁ ଓ ବ୍ୟବସାୟିକ ସହଯୋଗୀ। ସେ ମରିସସ୍‌ରୁ ୯୬.୭ କୋଟି ଟଙ୍କା ପାଇ ଉକ୍ତ ହୋଟେଲରେ ଅଂଶଧନ କିଣିଥିବା ଇଡି ଅଭିଯୋଗ କରିଛି। ବହୁ ବିଦେଶୀ କାରବାରରେ ଶର୍ମା ସମ୍ପୃକ୍ତ ଥିବା ଇଡି ସନ୍ଦେହ କରୁଛି। ଚଢ଼ାଉ ପରେ ଗେହଲଟଙ୍କ ସମର୍ଥକ କଂଗ୍ରେସ ବିଧାୟକମାନେ ଉକ୍ତ ହୋଟେଲରେ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri