Posted inଜାତୀୟ

ଗେହଲଟଙ୍କୁ ବିଧାୟକଙ୍କ ସମର୍ଥନ

ଜୟପୁର,୧୪ା୭(ପି.ଟି./ଆଇଏଏନ୍‌ଏସ୍‌): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବାବେଳେ ସୋମବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଗେହଲଟ ସରକାରଙ୍କୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଏଥିରେ ସୁପାରିସ୍‌ କରାଯାଇଛି। ଏଥିସହିତ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଉକ୍ତ ପ୍ରସ୍ତାବରେ ଆସ୍ଥା ପ୍ରକଟ କରାଯାଇଛି। ବୈଠକରେ ଉପସ୍ଥିତ ବିଧାୟକମାନେ ସର୍ବସମ୍ମତିକ୍ରମେ ଗେହଲଟ ସରକାରଙ୍କୁ ସମର୍ଥନ ଜଣାଇଥିବା ପ୍ରସ୍ତାବରେ କୁହାଯାଇଛି। କଂଗ୍ରେସ ଓ ରାଜ୍ୟ ସରକାରଙ୍କୁ ଦୁର୍ବଳ କରିବା ଲାଗି ନିଆଯାଉଥିବା ଅଗଣତାନ୍ତ୍ରିକ ଓ ଭୁଲ୍‌ ପଦକ୍ଷେପକୁ ବୈଠକରେ ନିନ୍ଦା କରାଯାଇଥିଲା। କଂଗ୍ରେସ ପକ୍ଷରୁ ହୁଇପ୍‌ ଜାରି ସତ୍ତ୍ୱେ ବିଧାୟକ ଦଳ ବୈଠକରେ ପାଇଲଟଙ୍କ ସମର୍ଥକ ୨୦ ଜଣ ବିଧାୟକ ଯୋଗଦେଇ ନ ଥିଲେ।
ଗେହଲଟ ତାଙ୍କ ସରକାର ନିକଟରେ ସଂଖ୍ୟାଗରିଷ୍ଠତା ଥିବା ଗେହଲଟ ଦାବି କରିଥିବାବେଳେ ଭାଜପା ଘୋଡ଼ାବେପାରରେ ସମ୍ପୃକ୍ତ ରହି ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଯଦି ସଂଖ୍ୟାଗରିଷ୍ଠତା ଅଛି ତେବେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନେଇ ରାଜ୍ୟପାଳଙ୍କ ପାଖକୁ ଯାଆନ୍ତୁ ବୋଲି ପାଇଲଟ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଛପାର୍ଶ୍ୱରେ ଥିବା ବଗିଚା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ସ୍ଥାନ ନୁହେଁ। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ହୋଇଥାଏ ବୋଲି ପାଇଲଟଙ୍କ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।
ଶକ୍ତି ପ୍ରଦର୍ଶନ ପାଇଁ ଗେହଲଟଙ୍କ ସରକାରୀ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ଶେଷ ହେବା ପରେ ବିଧାୟକମାନଙ୍କୁ ୪ଟି ବସ୍‌ ଯୋଗେ ଦିଲ୍ଲୀ-ଜୟପୁର ରାଜପଥ ପାର୍ଶ୍ୱରେ ଥିବା ଫେୟାରମଣ୍ଟ ହୋଟେଲକୁ ନିଆଯାଇଛି। ନିଜେ ଗେହଲଟ ମଧ୍ୟ ବସ୍‌ରେ ହୋଟେଲ ଯାଇଥିବା ଜଣାପଡିଛି। ଘୋଡ଼ାବେପାର ରୋକିବା ପାଇଁ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ସରକାରଙ୍କ ପଛରେ ଶତାଧିକ ବିଧାୟକଙ୍କ ସମର୍ଥନ ଥିବା ଗେହଲଟ ଦାବି କରୁଥିବାବେଳେ ପାଇଲଟ ଏହାକୁ ଖଣ୍ଡନ କରିଛନ୍ତି। ଗେହଲଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ପାଇଲଟଙ୍କ ପାଖରେ ୩୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ପାଖରେ ୧୬ରୁ ଅଧିକ ବିଧାୟକ ନ ଥିବା ଗେହଲଟ ଶିବିର ପକ୍ଷରୁ କୁହାଯାଇଛି। ପାଇଲଟଙ୍କୁ ବୁଝାଶୁଝା କରିବା ପାଇଁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶୀର୍ଷ କଂଗ୍ରେସ ନେତାମାନେ ଯୋଗାଯୋଗରେ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ ନ କରିବା ପାଇଁ ବରିଷ୍ଠ ନେତାମାନେ ପାଇଲଟଙ୍କୁ ପ୍ରବର୍ତ୍ତାଇବା ସହ ତାଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ରାହୁଲ, ପ୍ରିୟଙ୍କାଙ୍କ ବ୍ୟତୀତ ଅହମଦ ପଟେଲ, ପି. ଚିଦାମ୍ବରମ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ପାଇଲଟଙ୍କ ସହ କଥା ହୋଇଥିବା କୁହାଯାଉଛି। ତେବେ ଏହା ଭୁଲ୍‌ ଖବର ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଗାନ୍ଧୀ ପରିବାର ସଦସ୍ୟଙ୍କ ସହ ପାଇଲଟ ଯୋଗାଯୋଗ କରିନାହାନ୍ତି। ସେ ଭାଜପା ସହ ଆଲୋଚନାରେ ଥିବା ଉକ୍ତ ସୂତ୍ରରୁ କୁହାଯାଇଛି। ତେବେ ଭାଜପାରେ ଯୋଗଦେବା ଖବରକୁ ପାଇଲଟ ଅସ୍ବୀକାର କରିଛନ୍ତି। ପାଇଲଟଙ୍କ ପାଇଁ କଂଗ୍ରେସର ଦ୍ୱାର ଖୋଲା ରହିଥିବା ବରିଷ୍ଠ ନେତା ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି।
ଭାଜପା ବାହାରୁ ପାଇଲଟ କ୍ୟାମ୍ପ୍‌କୁ ସମର୍ଥନ ଦେଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଆମେ ସବୁ ବିକଳ୍ପ ଖୋଲା ରଖିଛୁ ବୋଲି ଏହାର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି। ତେବେ ସ୍ଥିତିକୁ ଦେଖି ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକଙ୍କ ଘରେ ଆୟକର ଚଢ଼ାଉ
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଖୋଲା ବିଦ୍ରୋହକୁ ନେଇ ରାଜସ୍ଥାନ ରାଜନୀତିରେ ସଙ୍କଟ ଦେଖାଦେଇଥିବାବେଳେ ଗେହଲଟଙ୍କ ପାଖ ଲୋକମାନଙ୍କ ଘର ଉପରେ ସୋମବାର ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଫଳରେ ରାଜନୈତିକ ସଙ୍କଟ ଏକ ନୂଆ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଭାବେ ଜଣାଶୁଣା ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋଡ୍‌ଙ୍କ ସମେତ ରାଜ୍ୟ କଂଗ୍ରେସର କେତେଜଣ
ବରିଷ୍ଠ ନେତାଙ୍କ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଆୟ ବହିର୍ଭୁତ ନଗଦ ଅର୍ଥ, ଅଳଙ୍କାର, ଜମିଜମା କାଗଜପତ୍ର ଓ ଲକର ଜବତ ହୋଇଛି। ଆୟକର ଟିମ୍‌ ଚଢ଼ାଉ ପାଇଁ ଭିଲଓ୍ବାରା ଓ ଝଲାଓ୍ବାଦ୍‌ରେ ମଧ୍ୟ ପହଞ୍ଚତ୍ଛନ୍ତି। ଚଢ଼ାଉ କାରଣରୁ କଂଗ୍ରେସ ବିଧାୟକ ଦଳ ବୈଠକକୁ କିଛି ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ସ୍ବାର୍ଥ ପୂରଣ ଲାଗି ଭାଜପା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ କରୁଥିବା ଦଳର ରାଜ୍ୟ ହୁଇପ୍‌ ମହେଶ ଜୋଷୀ ଏବଂ ଜାତୀୟ ଗଣମାଧ୍ୟମ ପ୍ରଭାରୀ ରଣଦୀପ ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। ରାଜସ୍ଥାନରେ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଥିବା କୋଠାରୀ ଭ୍ରାତାଙ୍କ ଦିଲ୍ଲୀର ଏକ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ନଦୀବନ୍ଧ ନିର୍ମାଣରେ ଅନିୟମିତତା ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଥିବା ଆୟକର ଅଧିକାରୀମାନେ କହିଛନ୍ତି। ସେହିପରି ସାକେତ୍‌ ଅଞ୍ଚଳରେ ଥିବା ଓମ୍‌ ମେଟାଲ୍ସ ଇନ୍‌ଫ୍ରା ପ୍ରୋଜେକ୍ଟ ଏବଂ ସୈନିକ ଫାର୍ମ ଅଞ୍ଚଳରେ ଥିବା କୋଠାରୀ ବାସଭବନ ପରିସରରେ ମଧ୍ୟ ଚଢ଼ାଉ ହୋଇଛି।
ଏହି ସମୟରେ ଇଡି ପକ୍ଷରୁ ଜୟପୁରର ହୋଟେଲ ଫେୟାରମଣ୍ଟରେ ଚଢ଼ାଉ କରାଯାଇଥିଲା। ହୋଟେଲର ନିବେଶକ ରତନକାନ୍ତ ଶର୍ମା ଗେହଲଟଙ୍କ ପୁଅ ବୈଭବଙ୍କର ଘନିଷ୍ଠ ବନ୍ଧୁ ଓ ବ୍ୟବସାୟିକ ସହଯୋଗୀ। ସେ ମରିସସ୍‌ରୁ ୯୬.୭ କୋଟି ଟଙ୍କା ପାଇ ଉକ୍ତ ହୋଟେଲରେ ଅଂଶଧନ କିଣିଥିବା ଇଡି ଅଭିଯୋଗ କରିଛି। ବହୁ ବିଦେଶୀ କାରବାରରେ ଶର୍ମା ସମ୍ପୃକ୍ତ ଥିବା ଇଡି ସନ୍ଦେହ କରୁଛି। ଚଢ଼ାଉ ପରେ ଗେହଲଟଙ୍କ ସମର୍ଥକ କଂଗ୍ରେସ ବିଧାୟକମାନେ ଉକ୍ତ ହୋଟେଲରେ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri