ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କ ପ୍ରଚାର

ପଦ୍ମପୁର, ୧୦ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ବିଭିନ୍ନ ପଞ୍ଚାୟତର ସାହି ଏବଂ ୱାର୍ଡ ବୁଲି ଲୋକଙ୍କ ମୌଳିକ ସମସ୍ୟାକୁ ବୁଝି ତାହାର ସମାଧାନ କରୁଥିବା ବେଳେ ଆଗାମୀ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦେଲେ ବାକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏହି ନିର୍ବାଚନ ପ୍ରତିଶ୍ରୁତି କଥାରେ ନୁହେଁ କାମରେ ଦେଖାଇବେ ବୋଲି ବିଧାୟକ ରାଉତରାୟ କହିଛନ୍ତି। ବାଲିମୁଣ୍ଡା, ଜଗନ୍ନାଥପ୍ରସାଦ, ସୁଗୋ ପଞ୍ଚାୟତର ବିଭିନ୍ନ ସାହିରେ ବୁଲିବା ସହ ସୁଗୋ ଗ୍ରାମରେ ରୋଡ୍‌ଶୋ’ କରିଛନ୍ତି। ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ, ଛାତ୍ର ସଭାପତି କାଳନ୍ଦୀ ସାହୁ, ଇଂ. ସମ୍ବିତ ନାୟକ, ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ୧୮ ନଂ. ଜୋନ୍‌ ଜିଲା ପରିଷଦ ପ୍ରାର୍ଥୀ ଜୟକୃଷ୍ଣ ନାୟକ, ୨୧ ନଂ. ଜିଲା ପରିଷଦ ପ୍ରାର୍ଥୀ ଦିବ୍ୟଲକ୍ଷ୍ମୀ ବାରିକ, ସରପଞ୍ଚ ପ୍ରାର୍ଥୀ ବାସୁଦେବ କାଣ୍ଡି, ଚିନ୍ତାମଣି ନାୟକ, ନମିତା ଦାସ, ସମିତିସଭ୍ୟ ପ୍ରାର୍ଥୀ ଶାନ୍ତିଲତା ଦାସ, ଯୋଗେନ୍ଦ୍ର ନାୟକ, ଛବିରାଣୀ ମାଇତିଙ୍କ ସହ ଦଳୀୟ କର୍ମୀ ସନାତନ ଦାସ, ଅକ୍ଷୟ କୁମାର ବେହେରା, ଅଭିମନ୍ୟୁ ଦାସ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?