Posted inଜାତୀୟ

ଏନଆରଆଇ-ପ୍ରବାସୀ ଶ୍ରମିକଙ୍କୁ ମତଦାନ ଅଧିକାର ପାଇଁ ହେବ ଆଇନ: କେନ୍ଦ୍ରର ପ୍ରତିଶ୍ରୁତି ପରେ ଶୁଣାଣି ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧।୧୧ : ଭାରତ ବାହାରେ ରହୁଥିବା ଏନଆରଆଇମାନଙ୍କୁ ଭୋଟ ଅଧିକାର ପ୍ରଦାନ ପ୍ରସଙ୍ଗରେ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି ଯେ ୨୦୧୩ରେ ଦାଖଲ ହୋଇଥିବା ଏହି ପିଟିଶନରେ ଦିଆଯାଇଥିବା ଦାବି ସହିତ ସରକାର ଏବଂ ନିର୍ବାଚନ ଆୟୋଗ ଏକମତ ଅଟନ୍ତି। କେନ୍ଦ୍ର ସରକାର ଏନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ପରିସ୍ଥିତିରେ ଏନଆରଆଇଙ୍କ ଭୋଟ ଆରମ୍ଭ ପର୍ଯ୍ୟନ୍ତ ଶୁଣାଣି ଜାରି ରଖିହେବ ନାହିଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି କହିଛନ୍ତି ଯେ କେବଳ ଏନଆରଆଇ ଭାରତୀୟ ନୁହଁନ୍ତି ଭାରତରେ ନିଜ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମଧ୍ୟ ଭୋଟ ଦେବାର ସୁଯୋଗ ଦିଆଯିବ। ଇଲୋକ୍ଟ୍ରୋନିକ୍ସ ଭୋଟିଂକୁ ନେଇ ମଧ୍ୟ ବିଚାର କରାଯାଉଛି। ଏଭଳି ବ୍ୟବସ୍ଥା କରାଯିବ ଯାହାଦ୍ୱାରା ନିର୍ବାଚନ ପ୍ରକ୍ରିୟାର ଗୋପନୀୟତା ଯେଭଳି ପ୍ରଭାବିତ ନହୁଏ। କୋର୍ଟ ଏହା ଉପରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ସମ୍ମୁଖରେ ରଖାଯାଇଥିବା ରେକର୍ଡ ପଢ଼଼ିବାବେଳେ କହିଛନ୍ତି, ୨୦୧୩ରେ ଆମେ ଏକ ନୋଟିସ ଜାରି କରିଥିଲୁ। ନିର୍ବାଚନ ଆୟୋଗ ଏକ କମିଟି ଗଠନ କରି ଏନଆରଆଇ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ଭୋଟ ଦେବାର ସୁଯୋଗ ଦେବା ପାଇଁ ବିଚାର କରିଥିଲେ। କମିଟିର ସୁପାରିଶକୁ ଗ୍ରହଣ କରାଯାଇଥିଲା। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିଛନ୍ତି।

ସେ କହିଛନ୍ତି ଯେ ୨୦୧୮ ରେ ଲୋକସଭାରେ ଲୋକ ପ୍ରତିନିଧୀ ଅଧିନିୟମର ଧାରା ୬୦ ସଂଶୋଧନ ପାଇଁ ଏକ ଆଇନ ପ୍ରଣୟନ କରାଯାଇଥିଲା। ଆଇନ ଏପର୍ଯ୍ୟନ୍ତ ପ୍ରଣୟନ ହୋଇନାହିଁ, କିନ୍ତୁ ଆମେ ବୁ ଝିପାରୁଛୁ ଯେଉଁ ଉଦ୍ଦେଶ୍ୟରେ ଆବେଦନ କରାଯାଇଥିଲା ତାହା ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ସରକାର ଏକ ଉପଯୁକ୍ତ ବ୍ୟବସ୍ଥା କରିବେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକ ଶୁଣାଣି କରିବାର ଆବଶ୍ୟକତା ନାହିଁ।

ଦେଶରେ ଏନଆରଆଇ ମାନଙ୍କୁ ଭୋଟ ଦେବାର ଅଧିକାର ଦେବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ୨୦୧୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଯେ ଏନଆରଆଇ ମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ସରକାର ଉଦ୍ୟମକୁ ଜୋରଦାର କରିବାକୁ ଯାଉଛନ୍ତି। ତେବେ, ୧୨ ବର୍ଷ ପରେ, ପରିସ୍ଥିତି ସମାନ ରହିଛି।

ଯଦିଓ ଭାରତ ସରକାର ଆମେରିକା, କାନାଡା ଏବଂ ବ୍ରିଟେନ ପରି ଦେଶର ଲୋକଙ୍କୁ ଓଭରସିଜ ସିଟିଜେନ ଅଫ ଇଣ୍ଡିଆ (ଓସିଆଇ) ର ସୁବିଧା ଦେଇଛନ୍ତି। ଏହା ଅନ୍ତର୍ଗତ, ଭାରତୀୟ ନାଗରିକଙ୍କ ପରି ଏନଆରଆଇଙ୍କରର ସମସ୍ତ ଅଧିକାର ଅଛି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri