୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ ମହମ୍ମଦଙ୍କର ଛଅଟି ସନ୍ତାନଙ୍କ ଭିତରୁ ରଫି ଥିଲେ ଦ୍ୱିତୀୟ। ତେଙ୍କୁ ଘରେ ସମସ୍ତେ ଫିକୋ ବୋଲି ଡାକୁଥିଲେ। ରାସ୍ତାରେ ଫକିରଙ୍କୁ ଗାଉଥିବା ଶୁଣି ରଫି ଗୀତ ଗାଇବା ଆରମ୍ଭ କଲେ।
୧୯୪୫ ମସିହାରେ ସେ ଗାଓଁ କି ଗୋରି ଚଳଚିତ୍ରରେ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିଲେ। ଏହା ପରେ ରଫି ସୁରେନ୍ଦ୍ର, ନୁର ଜାହାନ ଏବଂ ସୁରୟାଙ୍କ ଅଭିନୀତ ମେହବୁବ ଖାନଙ୍କ ଚଳଚ୍ଚିତ୍ର ଅନମୋଲ ଘଡିରେ ରେ ଗୀତ ଗାଇବାର ସୁଯୋଗ ପାଇଲେ। ଗୀତ ଗାଇବା ଛଡ଼ା ରଫିଙ୍କୁ ବ୍ୟାଡମିଣ୍ଟନ ଖେଳିବା ଓ ଗୁଡ଼ି ଉଡ଼ାଇବା ଖୁବ ଭଲ ଲାଗୁଥିଲା। ତତକାଳୀନ ପ୍ରାୟ ସମସ୍ତ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଇଁ ସେ ଗୀତ ଗାଇଥିଲେ। ଲତା ମଙ୍ଗେଶକରଙ୍କ ସହ ଅନେକ ହିଟ ଗୀତ ସେ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ୧୯୬୨ରେ ସଂଗଠିତ ହୋଇଥିଲା ଭାରତ-ଚାଇନା ଯୁଦ୍ଧ। ଏହି ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ସାହସ ଓ ଆତ୍ମବଳ ବୃଦ୍ଧି ପାଇଁ କଣ୍ଠଶିଳ୍ପୀ ମହମ୍ମଦ ରଫି ନିଜର ଯୋଗଦାନ ଦେଇଥିଲେ। ମହମ୍ମଦ ରଫି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ। ସେଠାରେ ସେ ୧୪ ହଜାର ଫୁଟ ଉଚ୍ଚ ସ୍ଥିତ ସାଙ୍ଗଲାରେ ଦେଶଭକ୍ତି ଗୀତ ଗାଇ ସୈନିକମାନଙ୍କର ମନୋବଳ ବୃଦ୍ଧି କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ବିଷୟରେ ଗୋଟିଏ କଥା ଖୁବ କମ ଲୋକ ଜାଣନ୍ତି ଯେ ସେ ଗୀତ ଗାଇବା ପୂର୍ବରୁ ପାରିଶ୍ରମିକ ପ୍ରସଙ୍ଗ ଉଠାନ୍ତି ନାହିଁ। ଯଦି ସ୍ବର ତାଙ୍କ ମନକୁ ଛୁଏଁ ସେ ଖୁସିରେ ଗୀତ ଗାଇଥା’ନ୍ତି। ହେଲେ ଗୀତ ପାଇଁ ତାଙ୍କୁ କେତେ ଟଙ୍କା ପାରିଶ୍ରମିକ ମିଳିବ, ସେ କଥା ରଫି କେବେ ବି ସଙ୍ଗୀତକାରଙ୍କୁ ପଚାରନ୍ତି ନାହିଁ କି ଅନ୍ୟକାହାଠୁ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ। ମହମ୍ମଦ ରଫି କେତେକ ଗୀତ ମାତ୍ର ଏକ ଟଙ୍କା ନେଇ ବି ଗାଇଛନ୍ତି ବୋଲି କୁହାଯାଏ। ଆଜି ବି ସେ ତାଙ୍କ ଗୀତରେ ଅମର ହୋଇ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri